୨ ପଞ୍ଚାୟତବାସୀ ପାଣି କିଣୁଛନ୍ତି

ପାରାଦୀପ,୧୩।୩(ସ୍ବ.ପ୍ର.):ପାରାଦୀପରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଦ୍ରୁତ ଶିଳ୍ପାୟନ ଓ ଆଧୁନିକ ଜୀବନ ଶୈଳୀ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ପାରାଦୀପ ସହର ନିକଟ ଗ୍ରାମଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହି ସହର ପାଖରେ ଥିବା ନୂଆଗଡ଼ ଓ ପାରାଦୀପଗଡ଼ ପଞ୍ଚାୟତରେ ଏବେ ଭୟଙ୍କର ଜଳାଭାବ ଦେଖାଦେଇଛି। ଏଠାକାର ପ୍ରାୟ ୯୦ ପ୍ରତିଶତ ପରିବାର ବୋତଲ ପାଣି କିଣି ପିଉଛନ୍ତି। ଗାଁରେ ଥିବା ନଳକୂପଗୁଡ଼ିକରୁ ଆଉ ପୂର୍ବଭଳି ପାଣି ବାହାରୁନାହିଁ। ଯେଉଁଠି ପାଣି ବାହାରୁଛି ସେହି ପାଣି ଲବଣାକ୍ତ ଓ ଲୁହା ଗନ୍ଧ ହେଉଛି। ସେଥିରେ ପୋଷାକ ସଫା କଲେ କପଡା ରଙ୍ଗ ନାଲିଆ ଭଳି ଦେଖାଯାଉଛି ବୋଲି ନୂଆଗଡ ବାସିନ୍ଦା ପ୍ରମୋଦ ଜେନା କୁହନ୍ତି। ତାଙ୍କ ସୂଚନା ଅନୁସାରେ, ନୂଆଗଡ ଗ୍ରାମରେ ଏବେ ୪୭୫ ପରିବାର। ପ୍ରାୟ ସବୁ ପରିବାର ବୋତଲ ପାଣି କିଣୁଛନ୍ତି। ସେହି ଗ୍ରାମରେ ସୌଦାମିନୀ ପ୍ରଧାନ ନାମକ ମହିଳା ଦୋକାନୀ କୁହନ୍ତି ଦିନକୁ ଗୋଟିଏ ଗାଡି ପାଣି ବୋତଲ ବିକୁଛନ୍ତି। ଗ୍ରାମର ଦିଲୀପ ସ୍ବାଇଁ କୁହନ୍ତି.ତାଙ୍କର ୧୦୦୦ ଫୁଟ ଗଭୀର ନଳକୂପ ଥିଲା। ଦୀର୍ଘଦିନ ଧରି ସେହି ପାଣି ବ୍ୟବହାର କରୁଥିଲେ। ଗତବର୍ଷ ଠାରୁ ସେହି ପାଣି ପାଟିରେ ଦେଇ ହେଉନାହିଁ। ଗଡ ବଜାରରେ ମଧ୍ୟ ସମାନ ଅବସ୍ଥା। ଉକ୍ତ ସ୍ଥାନରେ ୧୪ ଶହ ଫୁଟ ଖୋଳିଲା ପରେ ଯାଇ ମଧୁର ପାଣି ମିଳୁଛି ବୋଲି ବାସିନ୍ଦା ରମେଶ ତ୍ରିପାଠୀ କୁହନ୍ତି।
ସୂଚନାଯୋଗ୍ୟ, ଏହି ଦୁଇ ପଞ୍ଚାୟତ ମଧ୍ୟରେ ଏକଦା ୧୦ରୁ ଅଧିକ ନଦୀ, ଯୋର ଓ ସଇରାତ ଥିଲା। ଶିଳ୍ପାୟନ ପ୍ରଭାବରେ ଆଉ ଜଳଉତ୍ସ ନାହିଁ। ହଳଦୀପାଣି, ନୟନଯୋରୀ, ଶାମୁକାତିମୁଣ୍ଡା ଯୋର ଅଦୃଶ୍ୟ ହୋଇଗଲାଣି। ମଝିରେ ଅଛି ତାଳଦଣ୍ଡା କେନାଲ। ସେହି ପାଣି କେବଳ ଶିଳ୍ପସଂସ୍ଥା ପାଇଁ ପାଣି ଯୋଗାଉଛି। ଅପରପକ୍ଷେ ସାଧାରଣ ଲୋକ ଭୂତଳଜଳ ବ୍ୟବହାର କରୁଛନ୍ତି। ଏହାବାଦ୍‌ ବଡ କମ୍ପାନୀତ୍‌ଗୁଡିକ ମଧ୍ୟ ଭୂତଳଜଳ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ସେଥିପାଇଁ ପାଣି ହ୍ରାସ ପାଉଛି ବୋଲି ସରକାରୀ ଭାବେ କୁହାଯାଇଛି। ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ମାନସ ମୁର୍ମୁଙ୍କୁ ପଚାରିଲେ କୁହନ୍ତି, ୩ ବର୍ଷ ହେଲା ଜଳସ୍ତର ଏମିତି ହ୍ରାସ ପାଇବାରେ ଲାଗିଛି। ଏଥିରେ ସେମାନେ କିଛି କରିପାରିବେ ନାହିଁ ବୋଲି କହି ନିରାଶକ୍ତ କରିଛନ୍ତି। ପାରାଦୀପ ବନ୍ଦରର ବରିଷ୍ଠ ଯନ୍ତ୍ରୀ ଗଙ୍ଗାଧର ସେଠୀଙ୍କ ମତରେ ଆଧୁନିକ ଜୀବନଶୈଳୀ ମଧ୍ୟ କେତେକାଂଶରେ ଦାୟୀ। ୨୦୦୦ ମସିହା ପୂର୍ବରୁ ବହୁ ଲୋକ ବାହାରେ ସ୍ନାନ ଓ ଶୌଚ କରୁଥିଲେ। ସେତେବେଳେ ଜଣେ ଲୋକ ଦିନକୁ ୫ ଲିଟର ପାଣି ବ୍ୟବହାର କରୁଥିଲେ। ଏବେ ଜଣେ ୨୨୦ ଲିଟର ପାଣି ଆବଶ୍ୟକ କରୁଛି। ଜଳ ଉତ୍ସ ଯେତିକି ଅଛି ଆମେ ତାକୁ ନଷ୍ଟ କରିବାରେ ଲାଗିଛେ। ଆଗକୁ ଆହୁରି ଭୟଙ୍କର ସ୍ଥିତି ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri