ପୋତିଦେଲେ ଡ୍ରେନ୍‌, ଉପୁଜିପାରେ ଜଳବନ୍ଦୀ ସମସ୍ୟା

ଭୁବନେଶ୍ୱର,୧୧।୩ (ବ୍ୟୁରୋ): ଭାରତରେ ଜି-୨୦ ସମ୍ମିଳନୀ ଅବସରରେ ବିଦେଶୀ ପ୍ରତିନିଧି ଦଳ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ବରମୁଣ୍ଡାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଗେଇ ଚାଲିଛି। ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଓଭରବ୍ରିଜ୍‌ ସଂଲଗ୍ନ ଅଞ୍ଚଳକୁ ସୌନ୍ଦର୍ଯ୍ୟକରଣ କରାଯିବାର ଯୋଜନା ରହିଥିବାବେଳେ ଏଠାରେ ପୂର୍ବରୁ ରହିଥିବା ଡ୍ରେନ୍‌କୁ ପୋତିଦିଆଯାଇଛି। ବର୍ଷା ହେଲେ ଓଭରବ୍ରିଜରୁ ତଳକୁ ପଡୁଥିବା ପାଣି ଏହି ଡ୍ରେନ୍‌ ଦେଇ ମୁଖ୍ୟ ନାଳକୁ ନିଷ୍କାସିତ ହେଉଥିଲା। ଏବେ ଏହି ଡ୍ରେନ୍‌ ପୋତାଯିବା ପରେ ବର୍ଷାଦିନେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଏହାର ବିପରୀତ ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ ହୋଇଥିଲେ ମଧ୍ୟ ବର୍ଷା ଜଳ ପ୍ରବେଶ ପାଇଁ ସୁବିଧା ନାହିଁ। ପୁଣି ଡ୍ରେନର ଉଭୟମୁଣ୍ଡ ମଧ୍ୟ ବନ୍ଦ ରହିଛି। ଓଭରବ୍ରିଜରୁ ବର୍ଷାଦିନେ ପ୍ରବଳ ମାତ୍ରାରେ ଜଳ ତଳକୁ ଖସିଥାଏ। ଫଳରେ ଡ୍ରେନ୍‌ ପୂରଣ ହୋଇ ରାସ୍ତା ଉପରେ ପାଣି ଚାଲିଥାଏ। ଏହି ଡ୍ରେନ୍‌ ପୋତିଦିଆଯିବା ଫଳରେ ରାସ୍ତା ଉପରେ ପାଣିର ପରିମାଣର ବଢ଼ିବ। ଫଳରେ ଇସ୍କନ ମନ୍ଦିର ସମ୍ମୁଖରେ ପ୍ରତିବର୍ଷ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟା ଏଠାରେ ମଧ୍ୟ ସୃଷ୍ଟି ହୋଇପାରେ। ଏନେଇ ଏନ୍‌ଏଚ୍‌ଏଆଇ ଅଧିକାରୀ ରାମଚନ୍ଦ୍ର କହିଛନ୍ତି, ଉକ୍ତ ଡ୍ରେନ୍‌ ପୋତାଯାଇ ସେଠାରେ ଫୁଟପାଥ୍‌ ନିର୍ମାଣ କରାଯିବ। ଓଭରବ୍ରିଜ୍‌ରୁ ବର୍ଷାଜଳ ତଳକୁ ଆସିବା ପାଇଁ ପାଇପ୍‌ ସଂଯୋଗ କରାଯିବ ଏହା ପରେ ରାସ୍ତା ଦେଇ ବିପରୀତ ପାର୍ଶ୍ୱରେ ଥିବା ଡ୍ରେନରେ ପ୍ରବେଶ କରିବ। ବିପରୀତ ପାର୍ଶ୍ୱରେ ଡ୍ରେନ ସଫେଇ, ମରାମତି ଓ ଅନ୍ୟାନ୍ୟ କାର୍ଯ୍ୟ ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ସରିବ ବୋଲି ସେ କହିଛନ୍ତି।
କେବେ ବନ୍ଦ ହେବ ରଙ୍ଗ୍‌ ରୁଟ୍‌ ଗାଡ଼ି ଚଳାଚଳ?
ରଙ୍ଗ୍‌ ରୁଟ୍‌ରେ ଗାଡି ଚାଳନା ବହୁ ସମୟରେ ଦୁର୍ଘଟଣାର କାରଣ ପାଲଟିବା ସହ ଜୀବନ ନେଉଛି। ଏହାଜାଣି ମଧ୍ୟ ଲୋକେ ରଙ୍ଗ୍‌ରୁଟ୍‌ରେ ଯିବାଆସିବା କରୁଛନ୍ତି। ବରମୁଣ୍ଡାରୁ କୋଳଥିଆ ଓ ଘାଟିକିଆ ଭିତରକୁ ଯିବାକୁ ଚାହୁଁଥିବା ଲୋକେ ବରମୁଣ୍ଡା ଓଭରବ୍ରିଜ୍‌ ତଳେ ରଙ୍ଗ୍‌ ରୁଟ୍‌ରେ ତପୋବନ ରୋଡ୍‌ ବା ଆଶ୍ରମ ରୋଡ୍‌ ଦେଇ ଯାତାୟତ କରୁଛନ୍ତି। ଏଥିପାଇଁ ତାରିଣୀ ମନ୍ଦିର ଛକରେ ଅଧିକାଂଶ ସମୟ ଟ୍ରାଫିକ୍‌ ଜାମ୍‌ ଭଳି ସମସ୍ୟା ସୃଷ୍ଟି ହେଉଛି। ବାରମ୍ବାର ଛୋଟବଡ଼ ଦୁର୍ଘଟଣା ଘଟି ଲୋକ ମୃତାହାତ ହେଉଛନ୍ତି। ସେହିପରି ରାଜପଥର ବାଣୀବିହାର, ରସୁଲଗଡ଼, ପଳାଶୁଣି ଆଦି ସ୍ଥାନରେ ବର୍ଷସାରା ରଙ୍ଗ୍‌ରୁଟ୍‌ ଗାଡ଼ି ଚଳାଚଳ ଦେଖିବାକୁ ମିଳୁଛି। ଏହା କେବେ ବନ୍ଦ ହେବ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ସେହିପରି ବିଭିନ୍ନ ଛକରେ ଟ୍ରକ୍‌, ବସ ଆଦି ଭାରିଯାନ ଅଟକି ରହୁଥିବାରୁ ସମସ୍ୟା ବଢ଼ୁଛି। ଏସବୁ ଦିଗ ପ୍ରତି ଧ୍ୟାନ ଦେବା ପାଇଁ ଅଞ୍ଚଳବାସୀ ଦାବି କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri