ଗରିବଙ୍କ ଚାଉଳରୁ ୫ କେ.ଜି. କାଟିଛନ୍ତି: ନବୀନ

ଭୁବନେଶ୍ବର, ୧୦ା୩(ବ୍ୟୁରୋ):ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ୫ କେ.ଜି. ଚାଉଳ ବନ୍ଦ କରିବା ଏବଂ ଏଲ୍‌ପିଜି ଦରବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ବିଜେଡି ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ବିଶ୍ୱ ମହିଳା ଦିବସ ଉପଲକ୍ଷେ ବୁଧବାର ଅନୁଷ୍ଠିତ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଛନ୍ତି, ସମସ୍ତଙ୍କୁ ଏବଂ ବିଜେଡିର ଲକ୍ଷ ଲକ୍ଷ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଉଛି। ରାଜ୍ୟ ସରକାର ଲୋକଙ୍କୁ ଦେଇଥିବା କିଛି ବି ସୁବିଧା ଏ ପର୍ଯ୍ୟନ୍ତ ବନ୍ଦ କରିନାହାନ୍ତି। ହେଲେ ସମସ୍ତେ ଜାଣନ୍ତି କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳରୁ ୫ କେ.ଜି. କାଟି ଦେଇଛନ୍ତି। ସେହିପରି ଏଲ୍‌ପିଜି ଦର ଏବେ ଆକାଶଛୁଆଁ ହେଲାଣି। ଚାଉଳ କାଟିବା ଓ ଏଲ୍‌ପିଜି ଦର ବୃଦ୍ଧି ଯୋଗୁ ମହିଳାମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି। କେନ୍ଦ୍ରର ଏଭଳି ମହିଳା ବିରୋଧୀ ପଦକ୍ଷେପକୁ ସେ କଡ଼ା ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମହିଳା ସଶକ୍ତୀକରଣ ବିଜେଡିର ମୁଖ୍ୟ ଲକ୍ଷ୍ୟ। ସମସ୍ତଙ୍କ ପ୍ରିୟନେତା ବିଜୁବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ମହିଳା ସଶକ୍ତୀକରଣ ପାଇଁ ନୂଆ ରାସ୍ତା ଦେଖାଇଛନ୍ତି। ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ହୋଇପାରିଛି। ପଞ୍ଚାୟତ ଓ ସ୍ବାୟତ୍ତ ଶାସନ ବ୍ୟବସ୍ଥାରେ ମହିଳାଙ୍କ ସଂଖ୍ୟାକୁ ୩୩%ରୁ ୫୦%କୁ ବୃଦ୍ଧି କରାଯାଇଛି। ପାର୍ଲାମେଣ୍ଟ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଦେବା ଲାଗି ବିଜେଡି ପକ୍ଷରୁ ଲଢ଼େଇ ଜାରି ରହିବ। ରାଜ୍ୟ ସରକାରଙ୍କ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ସମସ୍ତଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଛି। ନିଷ୍ପତ୍ତି ନେବା କ୍ଷେତ୍ରରେ ମହିଳାଙ୍କ ଗୁରୁତ୍ୱ ବଢ଼ିଛି। ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମହିଳାମାନେ ଏକ ସଫଳ କାର୍ଯ୍ୟକ୍ରମ ଭାବେ ଗଢ଼ିଛନ୍ତି। ଏସ୍‌ଏଚ୍‌ଜିରୁ ସେମାନେ ଏବେ ଉଦ୍ୟୋଗୀ ହେବାର ନୂଆ ଯାତ୍ରା ଆରମ୍ଭ କରିଛନ୍ତି। ମୁଁ ଚାହେଁ ରାଜ୍ୟର ମହିଳାମାନେ ସଶକ୍ତ ଏବଂ ସଫଳ ହୁଅନ୍ତୁ। ମହିଳାମାନଙ୍କ ଦକ୍ଷତା ନୂଆ ଓଡ଼ିଶାର ପରିଚୟ ହେଉ। ବିଜେଡି ସବୁବେଳେ ମହିଳାଙ୍କ ପାଇଁ କାମ କରୁଛି , ଆଗକୁ ମଧ୍ୟ କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ସେ ବନ୍ଦେ ଉତ୍କଳ ଜନନୀ କହି ତାଙ୍କ ଅଭିଭାଷଣ ଶେଷ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri