Odisha Elections 2024
Posted inଜାତୀୟ

କେନ୍ଦ୍ର ମନ୍ତ୍ରୀଙ୍କ ଅଜବ ମନ୍ତବ୍ୟ: କଂଗ୍ରେସ ଶାସନ କାଳରେ ଠିକ୍‌ ବିଦ୍ୟୁତ ଯୋଗାଯାଇ ନ ଥିବାରୁ ବଢିଛି ଜନସଂଖ୍ୟା

ବେଙ୍ଗାଲୁରୁ,୯।୩: କର୍ନାଟକ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ’ ମାସରେ ଶେଷ ହେବ। ଖୁବ୍‌ଶୀଘ୍ର ରାଜ୍ୟରେ ନିର୍ବାଚନର ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡିକ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି। ଏହି କ୍ରମରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ‘ବିଜୟ ସଂକଳ୍ପ ଯାତ୍ରା’ ଅଧୀନରେ ହାସନ ଜିଲାର ଜଭାଗଲରେ ଏକ ବିଶାଳ ରୋଡ ଶୋ’ରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ କଂଗ୍ରେସକୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ପ୍ରହ୍ଲାଦ କହିଛନ୍ତି, କଂଗ୍ରେସ ନିଜ ଶାସନ କାଳରେ କମ ବିଦ୍ୟୁତ ଦେଇଛି। ବିଦ୍ୟୁତ୍‌ ଠିକ୍‌ ଭାବେ ଯୋଗାଇବାରେ ସକ୍ଷମ ହୋଇ ନ ଥିବାରୁ କଂଗ୍ରେସ ଶାସନ କାଳରେ ଜନସଂଖ୍ୟା ବୃଦ୍ଧି ପାଇଥିଲା। ପ୍ରହ୍ଲାଦଙ୍କ ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ, ଦୁର୍ନୀତି ବିଷୟରେ କଂଗ୍ରେସ ଦଳକୁ କହିବାର କୌଣସି ନୈତିକ ଅଧିକାର ନାହିଁ। କଂଗ୍ରେସ ଦେଶରେ ଦୁର୍ନୀତିର ମୂଳମଞ୍ଜି। ଜବାହରଲାଲ ନେହେରୁଙ୍କ ଠାରୁ ମନମୋହନ ସିଂଙ୍କ ପର୍ଯ୍ୟନ୍ତ, ଦଳ ଅନେକ ଦୁର୍ନୀତିଗ୍ରସ୍ତ କାରବାରରେ ଜଡିତ ଅଛି। ସୂଚନାଯୋଗ୍ୟ, ଲାଞ୍ଚ ମାମଲାରେ ଭାଜପା ବିଧାୟକଙ୍କ ପୁଅଙ୍କ ଗିରଫଦାରୀକୁ ନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ନୁହେଁତ କାଲି ନିଶ୍ଚୟ ନେବି ପ୍ରତିଶୋଧ, କାହାଠାରୁ ପ୍ରତିଶୋଧ ନେବାକୁ କହୁଛନ୍ତି ମମତା?

କୋଲକାତା,୧୬।୫: ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବ ମେଦିନୀପୁରର ତାମୁଲକ ଲୋକ ସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ। ଏହି ସମୟରେ, ସେ ୨୦୨୧...

ନାତି ପାଇଁ ଏଥର ଜନ୍ମଦିନ ପାଳିବେ ନାହିଁ ଦେବେଗୌଡା

ବେଙ୍ଗାଲୁରୁ,୧୬।୫: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ। ଗୁରୁବାର ସେ କହିଛନ୍ତି ଯେ ତାଙ୍କ ନାତି ତଥା...

ଦିଗବିଜୟ ପହଞ୍ଚିଲେ ସୁପ୍ରିମକୋର୍ଟ, କଂଗ୍ରେସ କହିଲା ପରିଣାମ ପୂର୍ବରୁ ଘାବରେଇଲାଣି ଭାଜପା

ନୂଆଦିଲ୍ଲୀ,୧୬।୫: ରାଜଭର ଷ୍ଟ୍ରଙ୍ଗରୁମରେ ସିମ୍ବଲ ଲୋଡିଂ ୟୁନିଟ (SLU) ନ ମିଳିବା ସମ୍ପର୍କରେ ଦିଗବିଜୟ ସିଂ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କଂଗ୍ରେସ କହିଛି ଯେ ଫଳାଫଳ...

ସମାଜବାଦୀ ପାର୍ଟିକୁ ବଡ ଝଟ୍‌କା

ମଉ,୧୬।୫: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତଥା ଦଳର ଜାତୀୟ ସଚିବ ରାମହରି ଚୌହାନ ବୁଧବାର ପାର୍ଟିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଲୋକ ସଭା...

ଭାଜପାର ଖେଳ ବିଗାଡିଦେଲେ ରାଜା ଭାୟା

ନୂଆଦିଲ୍ଳୀ,୧୬।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପୂର୍ବରୁ ଉତ୍ତରପ୍ରଦେଶରେ ରାଜନୈତିକ ହଲଚଲ ତୀବ୍ର ହୋଇଛି। ଏହର ସବୁଠାରୁ ବଡ କାରଣ ହେଉଛି ରାଜ ଭାୟା।...

ମୁମ୍ବାଇ ରାଲିରେ ସାମିଲ ହେବେ ନାହିଁ ମମତା, ଅଖିଳେଶ କି ଗାନ୍ଧୀ ପରିବାରର କୌଣସି ସଦସ୍ୟ

ନୂଆଦିଲ୍ଲୀ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋ ଏବଂ ରାଲି ପରେ ଏବେ ବିରୋଧୀ ଇଣ୍ଡିଆ ଆଲାଏନ୍ସ ମଧ୍ୟ ଦେଶର ଆର୍ଥିକ ରାଜଧାନୀରେ ଏକ ମେଗା...

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ: ଓହ୍ଲାଇଲେ ଯାତ୍ରୀ

ନୂଆଦିଲ୍ଲୀ,୧୬।୫: ଆଇଜିଆଇ ବିମାନ ବନ୍ଦରରେ ଦିଲ୍ଲୀ-ଭଡୋଦରା ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ ଖେଳିଯାଇଛି। ଜଣେ କ୍ରୁ ସଦସ୍ୟ ବିମାନର ଶୌଚାଳୟରେ ବୋମା ଶବ୍ଦ ଲେଖାଥିବା...

ଅମିତ ଶାହାଙ୍କ ଚେତାବନୀ, ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କର ଓଲଟା ଲଟକେଇ..

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ମଧ୍ୟରେ ବିହାରର ମଧୁବନୀରେ ଏକ ରାଲିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri