Posted inଜାତୀୟ

ମୁଣ୍ଡପିଛା ଆୟ ୯ ବର୍ଷରେ ଦୁଇଗୁଣା

ନୂଆଦିଲ୍ଲୀ, ୬ା୩ : ଭାରତରେ ମୁଣ୍ଡପିଛା ଆୟ ୨୦୧୪-୧୫ ବର୍ଷ ତୁଳନାରେ ୨୦୨୨-୨୩ ବର୍ଷରେ ଦୁଇଗୁଣ ବଢ଼ି ୧,୭୨,୦୦୦ରେ ପହଞ୍ଚତ୍ଛି। ତେବେ ଆୟରେ ଅସମାନତା ଏକ ଚ୍ୟାଲେଞ୍ଜ ହୋଇ ରହିଛି। ୨୦୧୪-୧୫ ଆର୍ଥତ୍କ ବର୍ଷରେ ଭାରତୀୟଙ୍କ ବାର୍ଷିକ ମୁଣ୍ଡପିଛା ଆୟ ୮୬,୬୪୭ ଟଙ୍କା ଥିଲା। ୨୦୨୨-୨୩ ବର୍ଷରେ ଏହା ୯୯ ପ୍ରତିଶତ ବୃଦ୍ଧି ପାଇ ୧,୭୨,୦୦୦ ଟଙ୍କାରେ ପହଞ୍ଚତ୍ଥିବା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ରିପୋର୍ଟରୁ ଜଣାପଡ଼ିଛି।

ତେବେ ରିଅଲ ଟର୍ମସ୍‌ (ବର୍ଦ୍ଧିତ ଆୟରୁ ବର୍ଦ୍ଧିତ ବଜାର ଦରକୁ ବାଦ୍‌ ଦେଲେ)ରେ ଦେଖିଲେ ୯ ବର୍ଷରେ ମୁଣ୍ଡପିଛା ଆୟ ୩୫ ପ୍ରତିଶତ ବଢ଼ିଛି। ସେହି ଅନୁଯାୟୀ ୨୦୧୪-୧୫ରେ ମୁଣ୍ଡପିଛା ଆୟ ୭୨,୮୦୫ ଟଙ୍କା ଥିବାବେଳେ ୨୦୨୨-୨୩ରେ ତାହା ୯୮,୧୧୮ ଟଙ୍କାରେ ପହଞ୍ଚତ୍ଛି। ଖ୍ୟାତନାମା ଅର୍ଥନୀତିଜ୍ଞ ଜୟତି ଘୋଷଙ୍କ ମତରେ ଶୀର୍ଷରେ ଥିବା ଜନସଂଖ୍ୟାର ୧୦ ପ୍ରତିଶତଙ୍କ ଆୟ ଯଥେଷ୍ଟ ବଢ଼ିଛି। ଅନ୍ୟପକ୍ଷରେ ମଧ୍ୟମବର୍ଗଙ୍କ ଆୟ ହ୍ରାସ ପାଇଛି, ଯାହା ରିଅଲ ଟର୍ମରେ ଆହୁରି କମ୍‌ ବୋଲି ଜେଏନ୍‌ୟୁର ପୂର୍ବତନ ପ୍ରଫେସର ଘୋଷ କହିଛନ୍ତି। କୋଭିଡ୍‌ ସମୟରେ ଭାରତୀୟଙ୍କ ମୁଣ୍ଡପିଛା ଆୟ ହ୍ରାସ ପାଇଥିଲା। ୨୦୨୧-୨୨ ଏବଂ ୨୦୨୨-୨୩ରେ ଏହା ପୁଣି ବଢ଼ିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ରେଳେଓ଼୍ବ ଗ୍ରୁପ ଡିରେ ବଡ଼ ନିଯୁକ୍ତି ଅପଡେଟ, ଦଶମ ପାସ୍‌ କରିଥିଲେ ମିଳିବ ସୁଯୋଗ, ଦରମା ରହିଛି…

ନୂଆଦିଲ୍‌ଲୀ,୧୧।୧୨: ସୋସିଆଲ ମିଡିଆରେ ୬୨,୪୬୦ ପଦବୀ ପାଇଁ ରେଳବାଇ ଗ୍ରୁପ ଡି ନିଯୁକ୍ତି ସମ୍ପର୍କିତ ଏକ ବିଜ୍ଞପ୍ତି ଭାଇରାଲ ହେଉଛି, କିନ୍ତୁ ରେଳବାଇ ନିଯୁକ୍ତି ବୋର୍ଡ...

ଗୋଆ ଅଗ୍ନିକାଣ୍ଡ: ଥାଇଲ୍ୟାଣ୍ଡରେ ଅଟକ ଦୁଇ କ୍ଲବ୍ ମାଲିକ

ଗୋଆ,୧୧ା୧୨: ଗୋଆ ଅଗ୍ନିକାଣ୍ଡ ଘଟଣାରେ ବଡ଼ ଆକ୍ସନ । ଥାଇଲ୍ୟାଣ୍ଡରେ ଅଟକ ରହିଲେ କ୍ଲବର ଦୁଇ ମାଲିକ । ତେବେ ଡିସେମ୍ବର ୬ ତାରିଖରେ ଗୋଆର ଆରପୋରାରେ...

ଓଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୩ ଓଏଏସ୍‌ଙ୍କୁ…

ଭୁବନେଶ୍ୱର,୧୧ା୧୨ (ରବିନାରାୟଣ ଜେନା): ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ୨୩ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମୋ-ସ୍କୁଲ ଅଭିଯାନର...

କେନ୍ଦ୍ର ଅସହାୟ କି? ଇଣ୍ଡିଗୋ ସଙ୍କଟକୁ ନେଇ ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୧୧ା୧୨: ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ବିମାନସେବାରେ ବିଭ୍ରାଟର ସମ୍ମୁଖୀନ ହୋଇଥିବା ଦେଶର ସର୍ୱବୃହତ୍‌ ଏୟାରଲାଇନ୍‌ ଇଣ୍ଡିଗୋର ବହୁ ଫ୍ଲାଇଟ ଉଡ଼ାଣ ରଦ୍ଦ ହୋଇଯାଇଥିବାବେଳେ ଉକ୍ତ...

‘ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌’ ଖର୍ଚ୍ଚ ବଢ଼ାଅ

ଭୁବନେଶ୍ୱର,୧୧।୧୨(ରବିନାରାୟଣ ଜେନା): କୃଷି ଓ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବକ୍ଷେତ୍ରରେ ଅଧିକାରୀଙ୍କ...

ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ, ୧୧ା୧୨: ୟୁନେସ୍କୋର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି ସ୍ଥାନ ପାଇଛି। ୟୁନେସ୍କୋ ରିପ୍ରେଜେଣ୍ଟିଭ ଲିଷ୍ଟ୍‌ ଅଫ୍‌ ଦ ଇନ୍‌ଟାଞ୍ଜିବଲ କଲ୍‌ଚ୍ୟୁରାଲ ହେରିଟେଜ୍‌ ଅଫ୍‌...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri