ପ୍ରଥମଥର ପାଇଁ ୧୦୦ ଛାତ୍ରୀଛାତ୍ର ନାମ ଲେଖାଇବେ

ଭବାନୀପାଟଣା,୩।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟ ଭଙ୍ଗାବାରୀରେ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ବର୍ଷରୁ ନାମଲେଖା ଆରମ୍ଭ ହେବ। ଏହା ଜଣାପଡ଼ିବା ପରେ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି। ଗତ ଫେବୃୟାରୀ ୧୪ରେ ଏନଏମସିଟିର ୩ ଜଣିଆ ଟିମ ମେଡିକାଲ କଲେଜ ପରିଦର୍ଶନ କରିଥିଲେ। ଏହି ଟିମ କଲେଜ ପାଇଁ ଲାଇବ୍ରେରି, ଟିଚିଂ ହସ୍ପିଟାଲ ସମେତ ବିଭିନ୍ନ ଆବଶ୍ୟକତା ପୂରଣ ନିମନ୍ତେ ରିପୋର୍ଟ ଦେଇଛନ୍ତି। ଅନ୍ୟପକ୍ଷରେ ମେଡିକାଲ କଲେଜ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ସରକାରୀ ମେଡିକାଲ କଲେଜର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଟାଟା ପକ୍ଷରୁ ପ୍ରାୟ ୨ ଶହ କୋଟି ବ୍ୟୟ ଅଟକଳରେ ମେଡିକାଲ କଲେଜ କ୍ୟାମ୍ପସ, ଏକାଡେମୀ ବିଲିଂ, ହଷ୍ଟେଲ, ଷ୍ଟାଫ କ୍ବାର୍ଟସ ନିର୍ମାଣ ହୋଇଛି। ସେହିଭଳି ପ୍ରାୟ ୨୦୬ କୋଟି ବ୍ୟୟରେ ଟିଚିଂ ହସ୍ପିଟାଲ ନିର୍ମାଣାଧୀନ କଲେଜ କ୍ୟାମ୍ପସରେ ତିଆରି କରାଯାଉଛି। ଏହି ଟିଚିଂ ହସ୍ପିଟାଲ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନା ପରିସରରେ ଅସ୍ଥାୟୀ ଭାବେ ଟିଚିଂ ହସ୍ପିଟାଲ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ତ୍ୱରାନ୍ବିତ କରାଯାଇଛି। ଏହି ମେଡିକାଲ କଲେଜରେ ଚଳିତବର୍ଷ ୧୦୦ଜଣ ଛାତ୍ରୀଛାତ୍ର ନାମ ଲେଖାଇବେ। କିନ୍ତୁ ସବୁଠାରୁ ବିଡ଼ମ୍ବନାର ବିଷୟ ସମସ୍ତ ଷ୍ଟାଫ କ୍ବାର୍ଟସ ନିର୍ମାଣ ଶେଷ ହୋଇଥିବା ବେଳେ ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ ଏବଂ ଅଧୀକ୍ଷକଙ୍କ କ୍ବାର୍ଟର ନିମନ୍ତେ କୌଣସି ବ୍ୟୟବରାଦ ହୋଇନାହିଁ। ସେହିଭଳି ବର୍ତ୍ତମାନ ସିଡିଏମଓ କାର୍ଯ୍ୟାଳୟ ପରିସରରେ ଏଡିଏମଓ ଅଫିସରେ ମେଡିକାଲ କଲେଜ ଅଧ୍ୟକ୍ଷ ଓ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଚାଲିଛି। ଏ ପର୍ଯ୍ୟନ୍ତ ୭୦ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ପ୍ରଫେସର ପଦବି ମଧ୍ୟରୁ ପ୍ରାୟ ୩୫ଜଣ କାର୍ଯ୍ୟରେ ଯୋଗଦେଇଛନ୍ତି। ସେଣ୍ଟ୍ରାଲ ଲାଇବ୍ରେରି ପାଇଁ ବହି ଯୋଗାଡ଼ କରାଯିବା ସହ ୨୦ଟି କମ୍ପ୍ୟୁଟର ଲଗାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କମ୍ପ୍ୟୁଟର କିଣାରେ ବିଳମ୍ବ ହେଉଥିବା ଯୋଗୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାର ପ୍ରାୟ ୨୦ଟି କମ୍ପ୍ୟୁଟର ମେଡିକାଲ କଲେଜରେ ଲଗାଯିବାକୁ ପଦକ୍ଷେପ ନିଆଯାଇଛି। ସେହିଭଳି ଟିଚିଂ ହସ୍ପିଟାଲ ନିମନ୍ତେ ପ୍ରାୟ ୭ କୋଟି ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ୩୩୦ ବେଡ ହସ୍ପିଟାଲ ନିମନ୍ତେ ବର୍ତ୍ତମାନ ଆଇସିୟୁର ପୁନର୍ବିନ୍ୟାସ ଚାଲିଛି। କଳାହାଣ୍ଡି ସରକାରୀ ମେଡିକାଲ କଲେଜରେ ଅଧ୍ୟକ୍ଷ ଓ ଡିନ ଭାବେ ଡାକ୍ତର ବସନ୍ତ ପ୍ରଧାନ ଯୋଗଦେଇଥିବା ବେଳେ ଅଧୀକ୍ଷକ ଭାବେ ଡାକ୍ତର ହରେକୃଷ୍ଣ ଦଳେଇ ଯୋଗଦେଇଛନ୍ତି। ଚଳିତବର୍ଷ ଅଗଷ୍ଟ-ସେପ୍ଟେମ୍ବର ନାମ ଲେଖା ଆରମ୍ଭ ହେବ। ଏଥି ନିମନ୍ତେ ଲ୍ୟାବଠାରୁ ଆରମ୍ଭ କରି ସିକ୍ୟୁରିଟି, ସଫେଇ ସମେତ ଅନ୍ୟାନ୍ୟ ବ୍ୟବସ୍ଥା କିଭଳି ହେବ ସେଥିପ୍ରତି ଧ୍ୟାନ ଦିଆଯାଉଛି। ମେଡିକାଲ କଲେଜ ପରିସରରେ ବିଭିନ୍ନ ସଫେଇ, ସୌନ୍ଦର୍ଯ୍ୟକରଣ ଭଳି ସାମାନ୍ୟ କାମ ବାକି ରହିଛି। ଖୁବ୍‌ଶୀଘ୍ର ଟାଟା କମ୍ପାନୀ ସାସ୍ଥ୍ୟ ବିଭାଗକୁ ମେଡିକାଲ କଲେଜ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri