Posted inଜାତୀୟ

ବିରୋଧୀ ଏକାଠି ଉପରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କଲା କଂଗ୍ରେସ

ଚେନ୍ନାଇ,୧।୩: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଜନ୍ମଦିନ ଅବସରରେ ବୁଧବାର ଚେନ୍ନାଇରେ ଡିଏମକେ ଏକ ବିଶାଳ ସମାବେଶ ଆୟୋଜନ କରିଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ସମେତ ବହୁ ବରିଷ୍ଠ ନେତା ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ଖାର୍ଗେ ବିରୋଧୀ ଏକାଠି ଉପରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ଖାର୍ଗେ କହିଛନ୍ତି ଯେ, ବିରୋଧୀ ଏକାଠି ହେଲେ ତାର କିଏ ନେତୃତ୍ୱ ନେବେ କିମ୍ବା କିଏ ପ୍ରଧାନମନ୍ତ୍ରୀ ହେବେ ତାହା ଆମେ କହୁ ନାହୁଁ, ତାହା ପ୍ରଶ୍ନ ନୁହେଁ। ଆମେ ଏକାଠି ଯୁଦ୍ଧ କରିବାକୁ ଚାହୁଁଛୁ। ୨୦୨୪ ନିର୍ବାଚନ ପୂର୍ବରୁ ଆମେ ଆମର ସହଯୋଗକୁ ମଜଭୁତ ଜାରି ରଖିବା ଉଚିତ୍‌। ତାମିଲନାଡୁରେ କଂଗ୍ରେସ-ଡିଏମକେ ମିଳିତ ମେଣ୍ଟ ୨୦୦୪, ୨୦୦୯ରେ ଲୋକ ସଭା, ୨୦୦୬ ଏବଂ ୨୦୨୧ରେ ବିଧାନସଭାରେ ବିଜୟ ହାସଲ କରିଛି। ତେଣୁ ଏହି ମେଣ୍ଟକୁ ଆହୁରି ମଜଭୁତ କରିବାକୁ ପଡିବ।
ସେ ଆହୁରି ମଧ୍ୟ କହିଛନ୍ତି, ଭାଜପା ସରକାରଙ୍କ ବିଫଳତା ହେତୁ୨୩ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର ସୀମାରେଖା ତଳେ ଠେଲି ଦିଆଯାଇଛି। ମୁଦ୍ରାସ୍ଫୀତି ଦ୍ୱାରା ସାଧାରଣ ଲୋକ ଅସୁବିଧାରେ ପଡ଼ିଛନ୍ତି, ଯୁବକମାନେ ବେକାରୀ ଦ୍ୱାରା ପ୍ରଭାବିତ ହୋଇଛନ୍ତି, କିନ୍ତୁ ନିର୍ବାଚନ ଜିତିବା ପାଇଁ ଭାଜପା ସମାଜକୁ ଧ୍ରୁବୀକରଣ କରିବାକୁ ଆଗ୍ରହୀ।
ଏହି ରାଲିରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସଭାପତି ଏମ.କେ ଷ୍ଟାଲିନ କହିଛନ୍ତି, ଏହା କେବଳ ମୋର ଜନ୍ମଦିନ ପାଳନ ପାଇଁ ଏକ ପ୍ଲାଟଫର୍ମ ନୁହେଁ, ଏହା ଭାରତରେ ଏକ ବିରାଟ ରାଜନୈତିକ ପ୍ଲାଟଫର୍ମର ଆରମ୍ଭ ମଧ୍ୟ। ଏକ ସାଧାରଣ ପ୍ଲାଟଫର୍ମ ସୃଷ୍ଟି କରି ମୋର ଜନ୍ମଦିନରେ ଏହି ଉପହାର ପାଇଁ ମୁଁ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଧନ୍ୟବାଦ ଦେଉଛି। ଆଗାମୀ ଲୋକସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବା ପାଇଁ ରାଜନୈତିକ ଦଳମାନେ ମତଭେଦଠାରୁ ଉର୍ଦ୍ଧ୍ୱରେ ଏକାଠି ହେବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri