ପାନୀୟଜଳ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୧ା୩: ଏବେଠାରୁ ତାପମାତ୍ରା ବଢ଼ିଲାଣି। ଗ୍ରୀଷ୍ମଜନିତ ଅଂଶୁଘାତ ଓ ଜଳକଷ୍ଟ ନିରାକରଣ ଲାଗି ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅଂଶୁଘାତ ମୁକାବିଲା ଏବଂ ଜଳ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ଅଂଶୁଘାତକୁ କିପରି ରୋକାଯାଇପାରିବ ଏବଂ ଖରାଦିନେ ବିଭିନ୍ନ ଗ୍ରାମାଞ୍ଚଳସ୍ତରରେ ପର୍ଯ୍ୟାପ୍ତ ମାତ୍ରାରେ ପାନୀୟଜଳର ବ୍ୟବସ୍ଥା କରାଯାଇପାରିବ ତାହାର ପ୍ରତିକାର ଲାଗି ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପରାମର୍ଶ ଦେଇଥିଲେ। ଜିଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ, ତହସିଲଦାରମାନେ ପାନୀୟଜଳ ସମସ୍ୟା ସଙ୍କଟ ଗ୍ରାମ ଏବଂ ଓ୍ବାର୍ଡଗୁଡିକୁ ଚିହ୍ନଟ କରିବେ। ଚିହ୍ନଟ ଗ୍ରାମ, ଓ୍ବାର୍ଡରେ ପାନୀୟଜଳ ଯୋଗାଣ ଲାଗି ଆରଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଅଧିକାରୀ ଗୁରୁତ୍ୱ ଦେବେ। ଜଳସେଚନ ନିର୍ବାହୀ ଯନ୍ତ୍ରୀ କେନାଲଗୁଡ଼ିକରେ ଆବଶ୍ୟକ ମୁତାବକ ଜଳସେଚନ ବ୍ୟବସ୍ଥା କରିବେ। ପ୍ରତି ବ୍ଲକକୁ ଟ୍ୟାଙ୍କର ଦ୍ୱାରା ପାନୀୟଜଳ ଯୋଗାଣ ଏବଂ ପ୍ରତି ପଞ୍ଚାୟତରେ ରହିଥିବା ଅଚଳ ନଳକୂପ ମରାମତି କରାଯିବ। ଓ୍ବାଟ୍‌କୋ ଏବଂ ଜନସ୍ବାସ୍ଥ୍ୟ ବିଭାଗ ଅନୁରୂପ ଭାବେ ସହରାଞ୍ଚଳରେ ପାନୀୟଜଳ ପାଇଁ ପଦକ୍ଷେପ ଗ୍ରହଣ କରିବେ। ଜନଗହଳି ସ୍ଥାନରେ ସ୍ବଚ୍ଛ ପାନୀୟଜଳ ଯୋଗାଇବା ପାଇଁ ଜଳଛତ୍ର ଖୋଲାଯିବ। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେବେ। ସମସ୍ତ ପ୍ରଶାସନିକ ଅଧିକାରୀ ନିଜସ୍ତରରେ ଜଳଛତ୍ର ଖୋଲିବା ପୂର୍ବରୁ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀଙ୍କଠାରୁ ଅନୁମତି ନେବେ। ଜଳଛତ୍ର ଦାୟିତ୍ୱରେ ଜଣେ ଷ୍ଟାଫ୍‌ଙ୍କୁ ନିୟୋଜିତ କରାଯିବ। ଜିଲାସ୍ତରରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନୋଡାଲ ଅଫିସର ଥିବା ବେଳେ ବ୍ଲକସ୍ତରରେ ବିଡିଓ ଦାୟିତ୍ୱରେ ରହିବେ। ଅଂଶୁଘାତ ମୁକାବିଲା ଲାଗି ଜିଲା ଓ ବ୍ଲକସ୍ତରରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ରେଜିଷ୍ଟ୍ରିଭୁକ୍ତ କରାଯିବ। ପାଣିରେ ଆଇରନ୍‌ ଓ ମିନେରାଲର ପରିମାଣ ଅଧିକ ରହୁଥିବାରୁ ଛୁଟିଦିନରେ ଶୁଦ୍ଧ କରାଯାଇ ସ୍କୁଲ ଓ କଲେଜକୁ ବିଶୁଦ୍ଧ ପାଣି ଯୋଗାଣ ବ୍ୟବସ୍ଥା ଲାଗି ଜିଲା ଶିକ୍ଷାଧିକାରୀ ଏବଂ ମଣ୍ଡଳ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଖରାଦିନେ ବିଦ୍ୟୁତ୍‌ କାଟ୍‌ ଓ ଲୋ-ଭୋଲ୍‌ଟେଜ୍‌ଜନିତ ସମସ୍ୟା ଦୂର ଉପରେ ବିଦ୍ୟୁତ୍‌ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ସମସ୍ତ ସ୍କୁଲ, କଲେଜ ଏବଂ ଆଶା ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପର୍ଯ୍ୟାପ୍ତ ମାତ୍ରାରେ ଓଆରଏସ୍‌ ଯୋଗାଇବା, ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ମେଡିକାଲରେ ସ୍ବତନ୍ତ୍ର ଅଂଶୁଘାତ ଓ୍ବାର୍ଡ ଖୋଲିବା ପାଇଁ ସିଡିଏମ୍‌ଓ ବ୍ୟବସ୍ଥା କରିବେ। ଖରାଦିନେ ପଶୁପକ୍ଷୀଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇଦେବା ଲାଗି ଜିଲା ପ୍ରାଣୀ ଓ ପଶୁସମ୍ପଦ ବିଭାଗକୁ ପରାମର୍ଶ ଦିଆଯାଇଛି। ଜିଲାପାଳ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଅତିରିକ୍ତ ଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ସିଡିଏମ୍‌ଓ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ସମେତ ବିଭାଗୀୟ ଅଧିକାରୀ, ବିଡିଓ, ତହସିଲଦାରମାନେ ଅନ୍‌ଲାଇନରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri