Posted inଜାତୀୟ

ଅସଲ ଦୁର୍ନୀତି ସାମ୍ନାକୁ ଆସିଲେ କେଜ୍‌ରିୱାଲ-ସିସୋଡିଆ ଆଖି ମିଶାଇ ପାରିବେ ନାହିଁ: କପିଲ ମିଶ୍ର

ନୂଆଦିଲ୍ଳୀ,୨୮।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ପ୍ରସଙ୍ଗରେ ଗତ କିଛି ଦିନ ହେବ ଦେଶର ରାଜଧାନୀରେ ଚାଲିଥିବା ଉତ୍ତେଜନା ଥମିବାର ନାମ ନେଉନାହିଁ। ଏହି ପ୍ରସଙ୍ଗରେ ଭାଜପା ନେତା କପିଲ ମିଶ୍ର ପୁଣି ଥରେ ସକ୍ରିୟ ହୋଇପଡିଛନ୍ତି। ଲଗାତାର ଦ୍ୱିତୀୟ ଦିନ ପାଇଁ ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଟାର୍ଗେଟ୍‌ କରିଛନ୍ତି। କେଜ୍‌ରିୱାଲ ଏବଂ ଉପମୁଖମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଅବକାରୀ ଦୁର୍ନୀତି କେବଳ ଟ୍ରେଲର। ପ୍ରକୃତ ଦୁର୍ନୀତ ଏପର୍ଯ୍ୟନ୍ତ ଆସି ନାହିଁ, ଯେଉଁ ଦିନ ତାହା ସାମ୍ନାକୁ ଆସିବ, କେଜ୍‌ରିୱାଲ ଏବଂ ସିସୋଡିଆ ଆଖି ମିଶାଇ ଚାଲିପାରିବେନାହିଁ।
କପିଲ ଟୁଇଟରେ ଲେଖିଛନ୍ତି, ବନ୍ଧୁମାନେ ମନେରଖ, ବର୍ତ୍ତମାନ କେବଳ ମନୀଷ ସିସୋଡିଆଙ୍କ ମଦ ଦୁର୍ନୀତି ସାମ୍ନାକୁ ଆସିଛି। ଯେଉଁ ଦିନ ଶିକ୍ଷା ନାଁରେ ଛୋଟ ପିଲାଙ୍କ ଟଙ୍କା ନେଇଥବା କଥା ସାମ୍ନାକୁ ଆସିବ ସେଦିନ କେଜ୍‌ରିୱାଲ ଏବଂ ମନୀଷ ସିସୋଡିଆ ଆଖି ମିଶାଇ ଚାଲିପାରିବେ ନାହିଁ।
ଗୋଟିଏ ଦିନ ପୂର୍ବରୁ କପିଲ ମିଶ୍ର ଟୁଇଟ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଭଳି ଦୁର୍ନୀତିଗ୍ରସ୍ତ ମନ୍ତ୍ରୀଙ୍କୁ ତାଙ୍କ କ୍ୟାବିନେଟରୁ ହଟାଇବା ଦାବି କରିଛନ୍ତି।
ଏହାପୂର୍ବରୁ ମଧ୍ୟ କପିଲ ମିଶ୍ର ଏଏପି ଉପରେ ଟାର୍ଗେଟ୍‌ କରି କହିଥିଲେ, ମନୀଷ ସିସୋଡିଆଙ୍କ ମଦ ଦୁର୍ନୀତିରେ ନଷ୍ଟ ହୋଇଥିବା ପରିବାରର ମା’ ଏବଂ ଭଉଣୀମାନଙ୍କ ପାଇଁ ଦୁଃଖିତ। ମୁଁ ଆରମ୍ଭରୁ କହିଛି ଯେ, ଅରବିନ୍ଦ କେଜ୍‌ରିୱାଲ, ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନ ଜେଲ ଯିବେ। ଏପର୍ଯ୍ୟନ୍ତ ଦୁଇ ଜଣ ଜେଲ ଯାଇଛନ୍ତି। ବର୍ତ୍ତମାନ ପରବର୍ତ୍ତୀ ସଂଖ୍ୟା ହେଉଛି ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri