ଆଜି ବିଧାନସଭା ଘେରିବ ଭାଜପା, ରାଜଭବନ ଆଗରେ ବିଜେଡିର ପ୍ରତିବାଦ

ଭୁବନେଶ୍ବର, ୨୮ା୨(ବ୍ୟୁରୋ):ପୁଣି ରାସ୍ତାରେ ପରସ୍ପର ବିରୋଧରେ ଗୋହି ଖୋଳାଖୋଳି ହେବେ ଉଭୟ ବିଜେଡି ଏବଂ ଭାଜପା। ଗୋଟିଏ ପଟେ ନବ ଦାସ ହତ୍ୟାକାଣ୍ଡ ଏବଂ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଭାଜପା ଯୁବମୋର୍ଚ୍ଚା ବିଧାନସଭା ଘେରାଉ ଡାକରା ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଉଥିବା ବିଜେଡି ଅଭିଯୋଗ କରିଛି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ମଙ୍ଗଳବାର ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ କରାଯିବ। ନବ ଦାସ ହତ୍ୟା ମାମଲାରେ ସରକାରଙ୍କ ଜବାବ ଦାବି ନେଇ ଏହି ଘେରାଉ ହେବ। ରାଜ୍ୟର ପ୍ରତ୍ୟେକ ଜିଲାର ଯୁବତୀ, ଯୁବକମାନେ ଏକାଠି ହୋଇ ଏହି ଘେରାଉ କରିବେ। ଏ ପର୍ଯ୍ୟନ୍ତ ସରକାର ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର କାରଣ ସ୍ପଷ୍ଟ କରିପାରିଲେ ନାହିଁ। ଦିନକୁ ଦିନ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଏଭଳି ପରିସ୍ଥିତିରେ ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଯେଉଁ ତଥ୍ୟ ରଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରୁଛି। ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ଅଭିଯୁକ୍ତ ଗୋପାଳ ଦାସ ୧୩ ବର୍ଷ ଧରି ଝାରସୁଗୁଡାରେ ପୋଲିସ ଭାବେ କାର୍ଯ୍ୟରତ ଥିଲେ। ଏପରିକି ପ୍ରତ୍ୟେକ ବର୍ଷ ଗୋପାଳ ବିଭିନ୍ନ ଆର୍ଥିକ ପୁରସ୍କାର ସହ ବିଭାଗ ତରଫରୁ ପୁରସ୍କୃତ ହୋଇଛନ୍ତି। ଥରେ ପଦୋନ୍ନତି ମଧ୍ୟ ପାଇଛନ୍ତି। ଅର୍ଥାତ୍‌ ଏତେଦିନ ଧରି ପୋଲିସ ବିଭାଗ ଆଉ ଗୋଇନ୍ଦା କିଭଳି ଗୋପାଳ ସମ୍ପର୍କରେ ଜାଣିପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ମନ୍ତ୍ରୀଙ୍କ ଉତ୍ତର ଦର୍ଶାଉଛି ଗୋପାଳ ଦାସ ପାଗଳ ନୁହେଁ। ହତ୍ୟା କିଏ କରିଛି ଆଉ କ’ଣ ପାଇଁ କରିଛି, ତାହା ସରକାର ସ୍ପଷ୍ଟ କରୁନାହାନ୍ତି। ତେଣୁ ଏହାର ଜବାବ ଦାବି କରି ଭାଜପା ଯୁବ ମୋର୍ଚ୍ଚା ବିଧାନସଭା ଘେରିବ ବୋଲି ଗୋଲକ କହିଛନ୍ତି।
ସେହିପରି ବିଜୁ ମହିଳା ଜନତା ଦଳ ପକ୍ଷରୁ ମଙ୍ଗଳବାର ରାଜଭବନ ସମ୍ମୁଖରେ ପ୍ରତିବାଦ କରାଯିବ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଯେତିକି ଘର ଦେବା କଥା ସେତିକି ଯୋଗାଇ ଦେଇନାହାନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ କମ୍‌ ଘର ପ୍ରଦାନ କରିଛନ୍ତି। ଗତ ୩ ବର୍ଷ ହେଲା କେନ୍ଦ୍ର ସରକାର ଜମା ବି ଘର ଦେଇ ନ ଥିବାବେଳେ ଏବେ ଯେତିକି ଘର ଆବଶ୍ୟକ ତାଠାରୁ କମ୍‌ ପ୍ରଦାନ କରିଛନ୍ତି। ତେଣୁ ଏହା ବିରୋଧରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ସହିତ ପ୍ରତିବାଦ କରିବାକୁ ଦଳ ତରଫରୁ ସୂଚୀତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri