ମାଆଙ୍କ ଫଟୋ ଶେୟାର କରି ବଲିଉଡକୁ ଟାର୍ଗେଟ କଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ଛାଇ ହୋଇ ରହିଥାଆନ୍ତି । ସେ ସବୁବେଳେ ଟୁଇଟ ଜରିଆରେ ବିବାଦରେ ରହୁଥିବା ବେଳେବେଳେ ନିଜ ପର୍ସନାଲ ଲାଇଫକୁ ଶେୟାର କରି ଫ୍ୟାନ୍ସକୁ ଖୁସ୍ କରି ଦେଇଥାଆନ୍ତି । ଏବେ ଅଭିନେତ୍ରୀ ତାଙ୍କ ମାଆଙ୍କ କଥା କହିଛନ୍ତି । କଙ୍ଗନାଙ୍କ ମାଆ ଏକ ସରକାରୀ ସ୍କୁଲରେ ସଂସ୍କୃତ ଟିଚର ଥିଲେ । କଙ୍ଗନା ତାଙ୍କ ମାଆଙ୍କ ସହ କ୍ଷେତରେ କାମ କରୁଥିବାର ଏକ ଫଟୋ ଟୁଇଟରରେ ଶେୟାର କରିଥିଲେ । ଏହାକୁ ନେଇ ଜଣେ ୟୁଜର କମେଣ୍ଟ ଦେବା ପରେ ଏବେ କଙ୍ଗନା ଏହାର ଉତ୍ତର ଦେଇଛନ୍ତି ।
ୟୁଜର ଜଣକ କମେଟ କରିଥିଲେ କି କୋଟିପତି ହେବା ପରେ ବି କଙ୍ଗନାଙ୍କ ମାଆ କ୍ଷେତରେ କାମ କରୁଛନ୍ତି । ଏତେ ସଂସ୍କାର ସେ ପାଇଲେ କେଉଁଠୁ । କଙ୍ଗନା ସୋମବାର ତାଙ୍କ ଅଫିସିୟାଲ ଟୁଇଟର ହ୍ୟାଣ୍ଡେଲରେ ଏହାର ଜବାବ ଦେଇଛନ୍ତି । ସେ ଲେଖିଛନ୍ତି ଦୟାକରି ଧ୍ୟାନ ଦିଅନ୍ତୁ ମୋ ମାଆ ମୋ ପାଇଁ କୋଟିପତି ହୋଇ ନାହାନ୍ତି । ମୁଁ ପଲିଟିସିଆନ, ବ୍ୟୁେରୋକ୍ରେଟସ ଓ ବିଜନେସମ୍ୟାନ ଫ୍ୟାମିଲିରୁ ଆସିଛି । ମାଆ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷକତା କରିଛନ୍ତି । ଫିଲ୍ମ ମାଫିଆ ବୁଝିବା ଦରକାର ମୁଁ କେଉଁଠୁ ଆସିଛି ଆଉ ମୁଁ ସେମାନଙ୍କ ଭଳି ଘଟିଆ ଡ୍ୟାନ୍ସ କାହିଁକି କରେ ନାହିଁ ।
ସୂଚନାଯୋଗ୍ୟ, କଙ୍ଗନା ନିକଟରେ ତାଙ୍କ ମାଆଙ୍କ ସହ କ୍ଷେତରେ କାମ କରିବାର ଏକ ଫଟୋ ଶେୟାର କରି ଲେଖିଥିଲେ, ମୋ ମାଆଙ୍କୁ କ୍ଷେତରେ କାମ କରିବା ପସନ୍ଦ, ଘରର ଖାଦ୍ୟ ପସନ୍ଦ, ସେ ବାହାରର ଖାଦ୍ୟ ଖଆନ୍ତି ନାହିଁ, ବିଦେଶ ଯିବାକୁ ପସନ୍ଦ କରନ୍ତି ନାହିଁ, ଶୁଟିଂ ସେଟକୁ ଯିବାକୁ ପସନ୍ଦ କରନ୍ତି ନାହିଁ, ମୁମ୍ବାଇରେ ରହିବାକୁ ଭଲ ପାଆନ୍ତି ନାହିଁ । ଆଉ ଯଦି କେହି ତାଙ୍କୁ ଏସବୁ କରିବାକୁ ବାଧ୍ୟକରେ ତେବେ ଗାଳି ଶୁଣିବାକୁ ପଡିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

ପ୍ରବଳ ଶୀତ ଯୋଗୁ ଘୋଷଣା ହେଲା ସ୍କୁଲ ଛୁଟି, ଡିସେମ୍ୱର ୧୪ ଯାଏ…

ନୂଆଦିଲ୍ଲୀ,୧୦।୧୨: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଲହରୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡିସେମ୍ୱର ଦ୍ୱିତୀୟ ସପ୍ତାହ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ଆମରଣ ଅନଶନରେ ଆୟୁଷ ଛାତ୍ରୀଛାତ୍ର : ଦେଲେ ଚେତାବନୀ, ଦାବି ପୂରଣ ନହେବା ଯାଏ…

ବଲାଙ୍ଗୀର, ୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ନିଖିଳ ଓ ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri