ଦେଓମାଳୀ, କୋଟିଆରେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର, (ବ୍ୟୁରୋ)/ପଟାଙ୍ଗୀ (ଡି.ଏନ୍‌.ଏ.), ୨୭ା୨:ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲାର ଦେଓମାଳୀ ଓ କୋଟିଆ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଦେଓମାଳୀ ଠାରେ ଇକୋ ଟୁରିଜିମ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ଚାରା ରୋପଣ କରିଛନ୍ତି। ସେହିଭଳି କୋଟିଆରେ ସରକାରଙ୍କ ପକ୍ଷରୁ ଜାରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିଛନ୍ତି।
ମୁଖ୍ୟ ଶାସନ ସଚିବ ମହାପାତ୍ର ପ୍ରଥମେ କୋଟିଆ ପଞ୍ଚାୟତର ଦେଓମାଳି ପର୍ଯ୍ୟଟନସ୍ଥଳରେ ପହଞ୍ଚି ନିର୍ମାଣାଧୀନ କାର୍ଯ୍ୟ ତଦାରଖ କରିଥିଲେ। ଦେଓମାଳି କିପରି ପର୍ଯ୍ୟଟକଙ୍କ ପାଇଁ ଉତ୍କୃଷ୍ଟ ସ୍ଥାନ ହୋଇପାରିବ ସେନେଇ ଜିଲାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଜନୈକ ବାସନା ଗେମେଲଙ୍କ ଦ୍ବାରା ଷ୍ଟ୍ରବେରୀ ଚାଷ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ମହୁ ମାଛି ଚାଷ ବୁଲି ଦେଖିବା ସହ ଆବଶ୍ୟକ ପ୍ରୋତ୍ସାହନ ଦେବା ପାଇଁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ସେଠାରେ ଏକ ଫରେଷ୍ଟ ଗେଷ୍ଟ ହାଉସ ଓ ଶୀତଳ ଭଣ୍ତାରର ଉଦଘାଟନ ମଧ୍ୟ କରିଛନ୍ତି। ରଣାସିଂ ଅଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ର ଶୁଭ ଉଦଘାଟନ କରିବା ସହ ପିଲାମାନଙ୍କୁ ପୋଷାକ ଓ ପାଠ୍ୟ ଉପକରଣ ବଣ୍ଟନ କରିଛନ୍ତି।
ସେହିଭଳି ସେମିଲିଗୁଡା ବ୍ଲକର ରାଜପୁଟ ଠାରେ ମିଶନ ଶକ୍ତି ଦ୍ବାରା ପରିଚାଳିତ ଏକ ମିଲେଟ ପ୍ରୋସେଙ୍ଗି ୟୁନିଟର ମଧ୍ୟ ତାଙ୍କ ଦ୍ୱାରା ଉଦଘାଟନ କରାଯାଇଛି। ଗାଲିଗାବଦର ଠାରେ ୱାଟରପୁଲ ବୁଲି ଦେଖିବା ସହ ଏହାକୁ ସଠିକ ଭାବେ ପରିଚାଳନା କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ସେ ପରାମର୍ଶ ଦେଇଛନ୍ତି। ସେଠାରେ ଏକ ଇକୋ ରିସୋର୍ଟ ର୍ନିମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏତଦବ୍ୟତୀତ ସରକାରଙ୍କ ପକ୍ଷରୁ ଜିଲାରେ ଯାରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ସମୟରେ ଜିଲାପାଳ ଅବଦ୍ଦଲ ଏମ୍‌ ଅକତାର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ର୍ନିବାହୀ ଅଧିକାରୀ ଗୌରବ ଶିବାଜୀ ଇସଲୱାର, ଆଇ.ଟି.ଡି.ଏର କାରୁ ସୋରେନ, ଉପ ଜିଲାପାଳ ବେଣୁଧର ଶବର, ଡିଏଫଓ ଅମିତାରାଣୀ ରୟ, ପଟ୍ଟାଙ୍ଗି ବିଡଓ ସୌମ୍ୟ ସାର୍ଥକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ...

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍‌ଏଚ୍ ୧୨୬ (A)ରେ ପିକ୍‌ନିକ୍‌ ବସ୍...

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବା ପାଇଁ ଜିଲାପାଳଙ୍କୁ ଅସହାୟ ପରିବାରର ଗୁହାରି 

ଦିଗପହଣ୍ଡି,୨୩|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri