Posted inଖେଳ

ଦଳରେ ଦୁଇ ଖେଳାଳିଙ୍କୁ ନେବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୫ା୨(ପି.ଟି.): ଇରାନରେ ହେବାକୁଥିବା ବିଶ୍ୱ ଜୁନିୟର କବାଡ଼ି ଚାମ୍ପିୟନଶିପ୍‌ (ବାଳକ)ରେ ଭାରତ ତରଫରୁ ଅଂଶଗ୍ରହଣ କରିବା ଲାଗି ଦୁଇଜଣ ସ୍ବଳ୍ପ ବୟସ୍କ ଖେଳାଳିଙ୍କୁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସାମାନ୍ୟ ଇଞ୍ଜୁରି ପାଇଁ କର୍ତ୍ତୃପକ୍ଷ ଏହି ଦୁଇ ଖେଳାଳିଙ୍କୁ ଦଳରୁ ବାଦ୍‌ ଦେଇଥିଲେ। ହାଇକୋର୍ଟ କହିଛନ୍ତି, ଜଣେ ଖେଳାଳିଙ୍କ କ୍ୟାରିୟରରେ ବିଶ୍ୱକପ୍‌ ଖେଳିବା ବଡ଼ ସୌଭାଗ୍ୟର ବିଷୟ। ଏହି ସୁଯୋଗ ମିଳିଲେ କେହି ଅବା ହାତଛଡ଼ା କରିବାକୁ ଚାହିଁବ ନାହିଁ। ଉଭୟେ ସେମାନଙ୍କ କୈଶୋରର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛନ୍ତି। ସେଭଳି ଯଥାର୍ଥ କାରଣ ନ ଥାଇ ସେମାନଙ୍କୁ ଶେଷ ମୁହୂର୍ତ୍ତରେ ଦଳରୁ ବାଦ୍‌ ଦେବା ଉଚିତ କାର୍ଯ୍ୟ ହୋଇନାହିଁ। ଦଳରୁ ବାଦ୍‌ ପଡ଼ିବା ଦ୍ୱାରା କେବଳ ସେମାନଙ୍କୁ ନୁହେଁ ସମଗ୍ର ଦଳ ପାଇଁ ନୈରାଶ୍ୟଜନକ ବିଷୟ ହେବ। ୧୭ ବର୍ଷୀୟ ରୋହିତ କୁମାର ଓ ୧୯ ବର୍ଷୀୟ ନରେନ୍ଦରଙ୍କ ଆବେଦନକୁ ବିଚାର କରି ଜଷ୍ଟିସ ପ୍ରତିଭା ଏମ୍‌. ସିଂ ଆମେଚର କବାଡ଼ି ଫେଡେରେଶନ ଅଫ୍‌ ଇଣ୍ଡିଆ(ଏକେଏଫ୍‌ଆଇ) ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ)ର ପ୍ରଶାସକଙ୍କୁ ତୁରନ୍ତ ବିହିତ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଦଳ ସହିତ ଇରାନ ଗସ୍ତ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ଲାଗି କହିଛନ୍ତି। କବାଡ଼ି ବିଶ୍ୱକପ୍‌ ଇରାନର ଉର୍ମିଆଠାରେ ଫେବୃୟାରୀ ୨୬ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ହେବ। ବୟସଗତ ଦୃଷ୍ଟିରୁ ଭବିଷ୍ୟତରେ ଏହି ଦୁଇ ଖେଳାଳିଙ୍କୁ ଜୁନିୟର ଦଳରେ ସୁଯୋଗ ମିଳି ନ ପାରେ। ସୂଚନାଯୋଗ୍ୟ, ଇଞ୍ଜୁରିମୁକ୍ତ ହେବା ପରେ ଏହି ଦୁଇ ଖେଳାଳି ଆବଶ୍ୟକ ଟ୍ରେନିଂ ଓ କୋଚିଂ ନେଇଥିଲେ। ପିଟିଶନର ଦ୍ୱୟ ଇଞ୍ଜୁରି ମୁକ୍ତ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଘୋଷଣା କରିସାରିଥିଲେ। କେବଳ ଧୀରେ ଧୀରେ ଟ୍ରେନିଂ ନେବାକୁ ପରାମର୍ଶ ଦେଇଥିଲେ। କୋର୍ଟରେ ଉଭୟ ଆବେଦନକାରୀ ସେମାନଙ୍କ ପିତାଙ୍କ ସହ ଉପସ୍ଥିତ ଥିଲେ, ଯେଉଁମାନେ ସେମାନଙ୍କ ପିଲାଙ୍କୁ ବିଶ୍ୱକପ୍‌ରେ ଭାଗ ନେବା ଲାଗି ପଠାଇବାକୁ ଇଚ୍ଛୁକ ଥିଲେ। ଖବର ଅନୁସାରେ ରୋହିତ ଓ ନରେନ୍ଦର ଜାନୁୟାରୀ ୨୩ରୁ ଫେବୃୟାରୀ ୧୨ ପର୍ଯ୍ୟନ୍ତ ସାଇ ଦ୍ୱାରା ଆୟୋଜିତ କୋଚିଂ କ୍ୟାମ୍ପରେ ଯୋଗ ଦେଇଥିଲେ। ମାତ୍ର ଫେବୃୟାରୀ ୯ରେ ଟ୍ରେନିଂ ବେଳେ ଉଭୟ ସାମାନ୍ୟ ଆଘାତପ୍ରାପ୍ତ ହୋଇଥିଲେ। ରୋହିତଙ୍କ କଚଟିରେ ଏବଂ ନରେନ୍ଦରଙ୍କ ତଳିପେଟରେ ଆଘାତ ଲାଗିଥିଲା। ସାଇର ଜଣେ ଡାକ୍ତରଙ୍କ ଦ୍ୱାରା ତାଙ୍କର ମେଡିକାଲ ଚେକ୍‌ଅପ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri