ଧର୍ମେନ୍ଦ୍ର, ଜୟନାରାୟଣଙ୍କ ଆଡ଼କୁ ତଦନ୍ତ ଯାଉଛି: ପ୍ରମିଳା

ଭୁବନେଶ୍ବର, ୨୨।୨(ବ୍ୟୁରୋ): ନବ ଦାସ ହତ୍ୟା ଘଟଣାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବେଳେ ଏହି ଘଟଣା ଏବେ ଉଗ୍ରରୂପ ଧାରଣ କରିଛି। ଉଭୟ ଦଳର ନେତା ପରସ୍ପର ବିରୋଧରେ ବ୍ୟକ୍ତିଗତ ଆକ୍ଷେପ କରିବାକୁ ମଧ୍ୟ ପଛାଉ ନାହାନ୍ତି।
ନବ ଦାସଙ୍କ ହତ୍ୟା ଘଟଣାରେ ବିରୋଧୀ ଦଳ ନେତାଙ୍କ ବୟାନ ପରେ ବିଜେଡି ନେତ୍ରୀ ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବରୁ ଗଞ୍ଜାମ ଓ ବରଗଡ଼ ଜିଲାରେ ଘଟିଥିବା କେତେକ ରାଜନୈତିକ ହତ୍ୟାକାଣ୍ଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଙ୍କ ସମ୍ପୃକ୍ତି ଥିବାର ପ୍ରମାଣ ମିଳିଛି। ପଦ୍ମପୁର ଉପନିର୍ବାଚନ ବେଳେ ନବ ଦାସଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଧମକ ଦେଉଥିବା ଉଭୟ ଭାଜପାର ବରିଷ୍ଠ ନେତା ନିଜକୁ ବଞ୍ଚାଇବା ଲାଗି ମନଗଢ଼ା କାହାଣୀ ଗପୁଛନ୍ତି। ସମସ୍ତେ ଜାଣନ୍ତି ଜୟନାରାୟଣ ଜଣେ ଅଭ୍ୟାସଗତ ଅପରାଧୀ। ସେ ଏକ ହତ୍ୟା ମାମଲାରେ ଦୀର୍ଘଦିନ ଜେଲରେ ରହିବା ପରେ ଦେହ ଖରାପର ଆଳ ଦେଖାଇ ଜାମିନରେ ଆସିଛନ୍ତି। ୨୦୧୭ ସେପ୍ଟେମ୍ବର ୧୬ରେ ଗଞ୍ଜାମ ଜିଲା ଛତ୍ରପୁରରେ ଘଟିଥିବା ବହୁଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ଅଭିଯୁକ୍ତମାନେ ଫେରାର ହୋଇ ଉତ୍ତରାଖଣ୍ଡର ଏକ ସରକାରୀ ଗେଷ୍ଟ ହାଉସରେ ଆଶ୍ରୟ ନେଇଥିଲେ। କଲ୍‌ ରେକର୍ଡ ଯାଞ୍ଚରୁ ଜଣାପଡ଼ିଥିଲା, ଏହି ହତ୍ୟା ଅଭିଯୁକ୍ତଙ୍କୁ ଓଡ଼ିଶାରୁ ଫେରାର କରାଇବା ଏବଂ ଉତ୍ତରାଖଣ୍ଡ ନେଇ ସରକାରୀ ଗେଷ୍ଟ ହାଉସରେ ରଖିବାର ସବୁ ବ୍ୟବସ୍ଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ କରିଥିଲେ। ପଦ୍ମପୁର ଉପନିର୍ବାଚନ ସମୟରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ସାଙ୍ଗଠନିକ ଦକ୍ଷତା ଓ କଠିନ ପରିଶ୍ରମ ଦେଖି ଭାଜପା ଜାଣି ସାରିଥିଲା ଯେ ସେମାନେ ଏଠାରେ ଅତ୍ୟନ୍ତ ଦୟନୀୟ ଭାବେ ହାରିବାକୁ ଯାଉଛନ୍ତି। ସେତେବେଳେ ସେ ନବ ଦାସଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଧମକଦେବାକୁ ପଛାଇ ନ ଥିଲେ। ଏବେ ନବ ଦାସଙ୍କ ହତ୍ୟା ମାମଲାରେ ଜୟନାରାୟଣ ମିଶ୍ର ଓ ଧର୍ମେନ୍ଦ୍ର ପ୍ରଧାନ ଜାଣି ସାରିଛନ୍ତି ଯେ କ୍ରାଇମବ୍ରାଞ୍ଚ ତଦନ୍ତ ସେମାନଙ୍କ ଆଡ଼କୁ ଯାଉଛି। ସେଥିପାଇଁ ସେମାନେ ଏହି ହତ୍ୟାକାଣ୍ଡକୁ ନେଇ ପ୍ରତିଦିନ ମନଗଢ଼ା କାହାଣୀ ଶୁଣାଉଛନ୍ତି ବୋଲି ପ୍ରମିଳା ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ପ୍ରମିଳାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ଭାଜପା ନେତ୍ରୀ ସୋନାଲି ସାହୁ କହିଛନ୍ତି, ରାଜ୍ୟର ୫୦ ଲକ୍ଷରୁ ଊର୍ଦ୍ଧ୍ୱ ସ୍କୁଲ ପିଲାଙ୍କ ଖାଦ୍ୟ ଦୁର୍ନୀତି କରିଥିଲେ, ଯାହାର ମୂଲ୍ୟ ୭୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏଥିଲାଗି ୨୦୧୧ରେ ମନ୍ତ୍ରମଣ୍ଡଳରୁ ଯିଏ ତଡ଼ା ଖାଇଥିଲେ ସେହି ସଇତାନଙ୍କ ମୁହଁରେ ଏବେ ବେଦପାଠ ଶୁଣିବାକୁ ମିଳୁଛି। ନିଜ ଚାକିରି ବଞ୍ଚାଇବା ଲାଗି ଯେଉଁ ଦଳ ପାଇଁ ଓକିଲାତି କରୁଛନ୍ତି ସେହି ଦଳ ଦିନେ ତାଙ୍କୁ ତଡ଼ିଦେଇଥିଲା। ବିଜେଡି ନେତା ପ୍ରତାପ ଜେନା ୨ଟି ହତ୍ୟା ମାମଲାରେ ସମ୍ପୃକ୍ତ ଅଛନ୍ତି ବୋଲି ଅଭିଯୋଗ ଆସିଛି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବିରୋଧରେ ପରକୀୟା ପ୍ରୀତିର କଥା ଆସିଲା ପରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି। ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସେ ସମୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଆସିଲା। ଯଦି ସୋନାଲିକା ଆପଣଙ୍କ ଝିଅ ହୋଇଥାନ୍ତା ତେବେ କ’ଣ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଛାଡ଼ିଦେଇ ଥାଆନ୍ତେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁ ୨ଟି ଘଟଣାର ଅଭିଯୋଗ ଉଠାଇଛନ୍ତି ଛତ୍ରପୁର ମାମଲାରେ ପୋଲିସର ଚାର୍ଜଶିଟ୍‌ରେ କ’ଣ ଲେଖାହୋଇଛି, ପୋଲିସ ଡିଜିକୁ ପଚାରିବୁଝନ୍ତୁ। ବ୍ଲାକ୍‌ରୋଜ୍‌ ମାମଲାରେ କୋଟି କୋଟି ଟଙ୍କାର ଯେଉଁ ଦୁର୍ନୀତି ହୋଇଥିଲା, ତୁମର ବଡ଼ ନେତା ବୋଲାଉଥିବା ପ୍ରଣବ ପ୍ରକାଶ ଦାସଙ୍କ ସମ୍ପୃକ୍ତି କେତେ ଅଛି, ତାଙ୍କୁ ଥରେ ପଚାରନ୍ତୁ। ୫-ଟି ସଚିବ କେଉଁ କାର୍ଯ୍ୟରେ ଲିପ୍ତ ଅଛନ୍ତି ଏବଂ କେଉଁ କାର୍ଯ୍ୟ କରୁଛନ୍ତି ଥରେ ନିଜକୁ ପଚାରି ତାହାର ଉତ୍ତର ଖୋଜନ୍ତୁ ବୋଲି ସୋନାଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri