ଘରେ ପଶି ଏସିଡ୍‌ ମାଡ଼ ମାମଲା: ୨ଜଣଙ୍କୁ ପଚରାଉଚରା, ଜଣେ ଅଟକ

ବାଲେଶ୍ୱର ଅଫିସ, ୨୨ା୨: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଭୀମପୁରା ଗ୍ରାମ ଏସିଡ୍‌ ମାଡ଼ ଘଟଣାରେ ପୋଲିସ ମଙ୍ଗଳବାର ୨ଜଣ ଧରି ପଚରାଉଚରା କରୁଥିବା ବେଳେ ଜଣେ ସହଯୋଗୀଙ୍କୁ ଅଟକ ରଖିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ନୀଳଗିରି ବ୍ଲକ ନୟାପାଟଣା ଗ୍ରାମର ଚନ୍ଦନ କୁମାର ରଣା (୨୮) ଭୀମପୁରା ଅଞ୍ଚଳର ଏକ ଗହଣା ଦୋକାନରେ ସୁନାରି ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ତାଙ୍କର ବନିତାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରାୟ ଦେଢ଼ ମାସ ପୂର୍ବେ ଉଭୟେ ବିବାହ କରିଥିଲେ। ମାତ୍ର ପୂର୍ବରୁ ଚନ୍ଦନ ବିବାହିତ ଏବଂ ତାଙ୍କର ଦୁଇ ସନ୍ତାନ ରହିଥିବା ବିବାହ ପରେ ବନିତା ଜାଣିବାକୁ ପାଇଥିଲେ। ପରେ ବନିତା ବାପଘରକୁ ପଳାଇ ଆସିବା ସହ ଭୀମପୁରାରେ ଭଡ଼ା ନେଇ ରହୁଥିବା ବଡ଼ ଭଉଣୀ ବର୍ଷାଙ୍କ ଘରେ ଆଶ୍ରୟ ନେଇଥିଲେ। ସେ ସହଦେବଖୁଣ୍ଟା ଥାନାରେ ଚନ୍ଦନଙ୍କ ବିରୋଧରେ ଏତଲା ମଧ୍ୟ ଦେଇଥିଲେ। ୧୫ ଦିନ ତଳେ ଥାନାରେ ଚନ୍ଦନ ଓ ବନିତା ଉଭୟଙ୍କଠାରୁ ଅଲଗା ରହିବା ନେଇ ଦୁଇ ପରିବାର ମଧ୍ୟରେ ବୁଝାମଣା ହୋଇଥିଲା। ଏପରିକି କେହି କାହା ସହ ସମ୍ପର୍କ ରଖିବେ ନାହିଁ ବୋଲି ଉଭୟ ଚନ୍ଦନ ଓ ବନିତା ପ୍ରତିଶ୍ରୁତି ଦେଇଥିଲେ। ତେବେ ସୋମବାର ପୂର୍ବାହ୍ନ ୧୧ଟା ବେଳେ ଚନ୍ଦନ ଭୀମପୁରାସ୍ଥିତ ବର୍ଷାଙ୍କ ଭଡ଼ାଘରକୁ ଯାଇ ବନିତାଙ୍କୁ ସାଙ୍ଗରେ ନେଇଯିବାକୁ ଡାକିଥିଲେ। ବନିତା ଏବଂ ବଡ଼ ଭଉଣୀ ବର୍ଷା ଘରୁ ବାହାରକୁ ଆସିବାରୁ ଚନ୍ଦନଙ୍କର ସେମାନଙ୍କ ସହ ଯୁକ୍ତିତର୍କ ହୋଇଥିଲା। ବନିତା ଯିବାକୁ ଅମଙ୍ଗ ହୋଇଥିଲେ। ଏଥିରେ ଚନ୍ଦନ ଉତ୍ତ୍ୟକ୍ତ ହୋଇ ସାଙ୍ଗରେ ଆଣିଥିବା ଏସିଡ୍‌ ପ୍ରଥମେ ବନିତା ଉପରକୁ ପକାଇଥିଲେ। ଅଧିକ ମାତ୍ରାରେ ଏସିଡ୍‌ ବନିତାଙ୍କ ଉପରେ ପଡ଼ିଥିବା ବେଳେ ତାଙ୍କ ଶରୀର ୮୦ରୁ ଅଧିକ ଭାଗ ପୋଡ଼ିଯାଇଛି। ବର୍ଷା ଓ ସେଠାରେ ଛିଡ଼ା ହୋଇଥିବା ତାଙ୍କ ଦୁଇ ଶିଶୁଙ୍କ ଉପରେ ମଧ୍ୟ ଏସିଡ୍‌ ପଡ଼ିବାରୁ ସେମାନଙ୍କ ଶରୀରର ବିଭିନ୍ନ ଅଂଶ ଜଳିଯାଇଛି। ବର୍ଷାଙ୍କ ୮ମାସର ପୁଅର ହାତ ଏବଂ ଗୋଡ଼ରେ ପଡ଼ିଥିବା ବେଳେ ତାଙ୍କ ଝିଅର ଦେହ ଏବଂ ଗୋଡ଼ରେ ଏସିଡ୍‌ ପଡିଛି। ବନିତାଙ୍କ ସହ ଅନ୍ୟମାନଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ବନିତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri