ନମ୍ବିରା ପିଲୋ ଲାଭାସ୍ଥଳକୁ ଜିଓ ହେରିଟେଜ ମାନ୍ୟତା

ମାନସ ରଞ୍ଜନ ମହାନ୍ତି
ଯୋଡ଼ା,୧୮ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ନମ୍ବିରା ଗ୍ରାମରେ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଜିଏସ୍‌ଆଇ) ପକ୍ଷରୁ ୧୯୭୬ରେ ଚିହ୍ନଟ ପିଲୋ ଲାଭା ଉତ୍ପତ୍ତି ସ୍ଥଳକୁ ଜିଓ ହେରିଟେଜ ଅଞ୍ଚଳ ଭାବେ ମାନ୍ୟତା ମିଳିଛି। ଏନେଇ ଶୁକ୍ରବାର ଉକ୍ତ ସ୍ଥାନରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଜିଏସ୍‌ଆଇର ଡେପୁଟି ଡାଇରେକ୍ଟର ଜେନେରାଲ ଶୈବାଳଚନ୍ଦ୍ର ମିତ୍ର, ଡାଇରେକ୍ଟର କେ.କେ. ନାୟକ, କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚ୍‌ଡି, ଭୂତତ୍ତ୍ୱବିତ୍‌ ହିମାଂଶୁ ପାତ୍ର ଉପସ୍ଥିତ ରହି ଘୋଷଣା କରିବା ସହ ଅଞ୍ଚଳବାସୀଙ୍କ ମନରେ ଥିବା ଭୟକୁ ଦୂର କରିଥିଲେ।
ସୂଚନା ଅନୁଯାୟୀ, ୩୨ ଲକ୍ଷ ବର୍ଷ ପୂର୍ବରୁ ଏହି ଅଞ୍ଚଳ ବିଶାଳ ସମୁଦ୍ର ଥିଲା। ସମୁଦ୍ର ଗର୍ଭରେ ଥିବା ଆଗ୍ନେୟଗିରି ବିସ୍ଫୋରଣରେ ଲାଭା ଉଦ୍‌ଗିରଣ ହୋଇ ନମ୍ବିରା ଗ୍ରାମରେ ପିଲୋ ଲାଭାରେ ପରିଣତ ହୋଇଥିଲା। ୧୯୪୨ରେ ଏହାକୁ ପ୍ରଥମେ ଭୂବିଜ୍ଞାନୀ ଜନସନ୍‌ ଓ ସ୍ୟାନସନ୍‌ ଆବିଷ୍କାର କରିଥିଲେ। ୧୯୭୬ରେ ଜିଏସ୍‌ଆଇ ପକ୍ଷରୁ ଟାଟା କମ୍ପାନୀର ସହଯୋଗରେ ଏକ ରିସର୍ଚ୍ଚ ସ୍ଥାନ ଭାବେ ପରିଗଣିତ କରାଯାଇଥିଲା। କେନ୍ଦ୍ର ସରକାର ଜିଏସ୍‌ଆଇ ଦ୍ୱାରା ଚିହ୍ନଟ ହୋଇଥିବା ପ୍ରାୟ ୯୦ଟି ସ୍ଥାନକୁ ଜିଓ ହେରିଟେଜ ଭାବେ ଘୋଷଣା କରିଥିଲେ। ଏଥିସହିତ ଭୂବିଜ୍ଞାନୀମାନଙ୍କର ରିସର୍ଚ୍ଚ ସମେତ ଏହି ଅଞ୍ଚଳଗୁଡ଼ିକୁ ପର୍ଯ୍ୟଟନସ୍ଥଳ ଭାବେ ବିକାଶ କରିବା ପାଇଁ ଏକ ବିଲ୍‌ ଚିଠା ଆଗତ ହୋଇଛି। ରାଜ୍ୟ ସଭା ଓ ଲୋକ ସଭାରେ ଏହି ବିଲ୍‌କୁ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ଜିଏସ୍‌ଆଇର ଡେପୁଟି ଡାଇରେକ୍ଟର ଜେନେରାଲ ମିତ୍ର କହିଛନ୍ତି। ଲାଭାସ୍ଥଳ ପାଇଁ କେନ୍ଦ୍ର ସରକାର ବିଲ ଆଗତ କରି ପର୍ଯ୍ୟଟନ ସ୍ଥଳ ପାଇଁ ନିଷ୍ପତ୍ତି ନେଉଛନ୍ତି। ଏହା ହେଲେ ହେରିଟେଜ ସ୍ଥଳରୁ ୧୦୦ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଓ ୨୦୦ମିଟର ପର୍ଯ୍ୟନ୍ତ ନିୟନ୍ତ୍ରିତ ଅଞ୍ଚଳ କରାଯିବ ବୋଲି ଡାଇରେକ୍ଟର ନାୟକ ସୂଚନା ଦେଇଥିଲେ। କେନ୍ଦୁଝର ଡିଏଫଓ କହିଥିଲେ, ଜିଓ ହେରିଟେଜ ଅଞ୍ଚଳ ହେଲେ ଏହି ଅଞ୍ଚଳର ବିକାଶ ହେବା ସହିତ ଲୋକଙ୍କ ଜୀବିକା ଉପାର୍ଜନର ଉତ୍ସ ହୋଇପାରିବ। ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ନାମ ଯୋଡ଼ି ହେବ।
ଲାଭାସ୍ଥଳ ସନ୍ନିକଟରେ ରହୁଥିବା ସ୍ଥାନୀୟ ବାସିନ୍ଦା ଶରତ ଚନ୍ଦ୍ର ବାରିକ କହିଥିଲେ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସମୟରେ ଉକ୍ତ ସ୍ଥାନକୁ ରିସର୍ଚ୍ଚ ସ୍ଥାନ ଭାବେ ଘୋଷଣା କରାଯାଇଥିଲା। ଏହି ଅଞ୍ଚଳରେ ହେରିଟେଜ ହେଲେ ଅଞ୍ଚଳବାସୀ ବହୁ ସୁବିଧା ପାଇପାରିବେ ବୋଲି ସଭାରେ ଉପସ୍ଥିତ ସ୍ଥାନୀୟ ଭଣ୍ଡାରଡିହା ଗ୍ରାମର ଗୋକୁଳ ମହାନ୍ତ କହିଥିଲେ।
ସଭାରେ ଭୂତତ୍ତ୍ୱ ପଢୁଥିବା ବଡ଼ବିଲ ମହାବିଦ୍ୟାଳୟର ବହୁ ଛାତ୍ରୀଛାତ୍ର ଯୋଗଦେଇଥିଲେ। ମହାବିଦ୍ୟାଳୟ ପ୍ରାଧ୍ୟାପକ ପ୍ରଫୁଲ୍ଲ ପଣ୍ଡା ଛାତ୍ରୀଛାତ୍ରଙ୍କୁ ଅତୀତରେ ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ ସମ୍ପର୍କରେ ବୁଝାଇଥିଲେ। ଏହାର ଆକାର ପିଲୋ (ତକିଆ) ଭଳି ହୋଇଥିବାରୁ ଏହାକୁ ପିଲୋ ଲାଭା କୁହାଯାଉଥିବା ନେଇ ଜିଏସ୍‌ଆଇ ଅଧିକାରୀ ସ୍ପଷ୍ଟ କରିଥିଲେ। ନମ୍ବିରା ସମେତ କର୍ନାଟକ ରାଜ୍ୟର ମାରାଡ଼ିହାଲି ଜିଓ ହେରିଟେଜର ସର୍ବପୁରାତନ ସ୍ଥାନ ବୋଲି ଉପ ମହାନିର୍ଦ୍ଦେଶକ ମିତ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri