ଏଇ ଭାରତରେ

ନିର୍ମାଣ କ୍ଷେତ୍ରରେ ଇଟାର ଅବଶ୍ୟକତା ପୂରଣ କରିବା ଲାଗି କେରଳର ଏକ କମ୍ପାନୀ ଏଣେତେଣେ ଠୁଳ ହୋଇଥିବା ଅଦରକାରୀ ବାଲି ସଂଗ୍ରହ କରି ସେଥିରୁ ଇଟା ତିଆରି କରୁଛି। ସରକାରଙ୍କ ନିୟନ୍ତ୍ରଣରେ ଥିବା ଅଟୋମାଷ୍ଟ ନାମକ କମ୍ପାନୀ ନୂତନ ଜ୍ଞାନକୌଶଳ ଉପଯୋଗ କରି ଏହି ଇଟା ତିଆରି କରୁଛି। ଗୋଟିଏ ଇଟାରେ ୩୦ରୁ ୪୦ ପ୍ରତିଶତ ବାଲି ରହୁଥିବା ବେଳେ ଅବଶିଷ୍ଟ କଞ୍ଚାମାଲ ଭାବେ କଳାମାଟି ବ୍ୟବହାର କରାଯାଉଛି। ବଡ଼ କଥା ହେଉଛି ଏହି କମ୍ପାନୀ ବିବିନ୍ନ ନିର୍ମାଣ କ୍ଷେତ୍ରରେ ନଷ୍ଟ ହେଉଥିବା ବାଲିକୁ ବ୍ୟବହାର କରୁଛି। ଉଲ୍ଲେଖଯୋଗ୍ୟ ଯେ, ନିର୍ମାଣ କମ୍ପାନୀଗୁଡ଼ିକରୁ ପ୍ରତିମାସରେ ୭୦୦ ଟନ୍‌ ବର୍ଜ୍ୟବାଲି ବାହାରୁଛି ଓ ତାହା ଏତେତେଣେ ଠୁଳ ହୋଇରହୁଛି। ଏଥିରୁ ବାଲିଇଟା ତିଆରି କରିବା ଦ୍ୱାରା ଏହି ସମସ୍ୟା ଅନେକାଂଶରେ ଦୂର ହୋଇପାରିଛି। ପ୍ରଥମେ କମ୍ପାନୀ ଗୋଟିଏ ଦିନରେ ୧,୫୦୦ ଇଟା ତିଆରି କରୁଥିବାବେଳେ ଏବେ ଏହି ସଂଖ୍ୟ ୪,୦୦୦ରେ ପହଞ୍ଚତ୍ଛି। ବାଲିରୁ ଇଟା ତିଆରି କରିବା ପଦ୍ଧତି କାଉନସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ଏବଂ ଥିରୁଭାନନ୍ତପୁରମ୍‌ର ପାପାନାମକୋଡେ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଫର୍‌ ଇଣ୍ଟର୍‌ଡିସିପ୍ଲିନାରି ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଏନ୍‌ଆଇଆଇଏସ୍‌ଟି)ର ମିଳିତ ଉଦ୍ୟମରେ ଏହି ନୂଆ ଟେକ୍ନୋଲୋଜି ବିକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri