ଏଟିଏଫ୍‌ ଉପରୁ ୧% ଭାଟ୍‌ କମିଲା

ଓଡ଼ିଶାରେ ଅବସ୍ଥାପିତ ଯେକୌଣସି ବିମାନବନ୍ଦର, ହଲିପୋର୍ଟ, ହେଲିପ୍ୟାଡ୍‌, ଓ୍ବାଟର ଏରୋଡ୍ରମ୍‌ରେ ବିମାନ, ହେଲିକପ୍ଟର, ସାମୁଦ୍ରିକ ବିମାନଗୁଡ଼ିକ ପାଇଁ ରାଜ୍ୟ ସରକାର ଅଟୋମେଟିକ୍‌ ଟ୍ରାନ୍ସମିଶନ ଫ୍ଲୁଇଡ୍‌ (ଏଟିଏଫ୍‌) ତୈଳ ବିକ୍ରୟ ଉପରେ ଭାଟକୁ ୧% ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ୨୦୨୭ ଅଗଷ୍ଟ ୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଝାରସୁଗୁଡ଼ା, ରାଉରକେଲା, ଜୟପୁର ଏବଂ ଉତକେଲା ବିମାନବନ୍ଦର ବର୍ତ୍ତମାନ ରିଜିଓନାଲ କନେକ୍ଟିଭିଟି ସ୍କିମ୍‌ (ଆରସିଏସ୍‌) ବିମାନବନ୍ଦର ଭାବେ ମାନ୍ୟତା ପାଇଛି। ଏହି ସ୍ଥାନରେ ଅବସ୍ଥାପିତ ତୈଳ କମ୍ପାନୀଗୁଡ଼ିକ ଏଟିଏଫ୍‌ ବିକ୍ରୟ ଉପରେ ଥିବା ଭାଟ୍‌କୁ ୧% ହ୍ରାସ କରିଛନ୍ତି। ଏହି ସମସ୍ତ ବିମାନବନ୍ଦରକୁ ମୁଖ୍ୟତଃ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସହ ସଂଯୋଗ କରାଯାଇଛି କିମ୍ବା ସଂଯୋଗ କରାଯିବା ନିମନ୍ତେ ଯୋଜନା ରହିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏକ ଅଣ ଆରସିଏସ୍‌ ବିମାନବନ୍ଦର ହୋଇଥିବାରୁ ଏଠାରେ ଏଟିଏଫ୍‌ ବିକ୍ରି ଉପରେ ଥିବା ଭାଟ୍‌କୁ ୧% ହ୍ରାସ କରାଯାଇପାରିନାହିଁ। ଉପରୋକ୍ତ ପ୍ରସ୍ତାବ କାର୍ଯ୍ୟକାରୀ ହେବା ପରେ ଭୁବନେଶ୍ୱର ବିମାନବନ୍ଦର ଆରସିଏସ୍‌ ଏୟାରଲାଇନ୍ସ ଅପରେଟରମାନଙ୍କ ମୁଖ୍ୟ କାର୍ଯ୍ୟସ୍ଥଳୀରେ ପରିଣତ ହେବ। ଏହା ରାଜ୍ୟରେ ଆଞ୍ଚଳିକ ବିମାନ ସଂଯୋଗକୁ ବୃଦ୍ଧି କରିବା ସହ ରୋଜଗାର ସୃଷ୍ଟ ଏବଂ ବିମାନ ଯାତ୍ରା ମୂଲ୍ୟ ହ୍ରାସ କରିବାରେ ସହାୟକ ହେବ।
ଅନ୍ୟପକ୍ଷରେ ରାଜ୍ୟ ସରକାର ସମ୍ବଲପୁର ଜିଲାର ସମ୍ବଲପୁର ତହସିଲ ଅନ୍ତର୍ଗତ ପାଣ୍ଡିରିପାଲି ମୌଜାରେ ଭିଜନ୍‌ ଇଣ୍ଡିଆ ଫାଉଣ୍ଡେଶନ (ମାର୍ଫତ୍‌ ତ୍ରିଲୋଚନ ନେତ୍ରାଳୟ)କୁ ଏକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ୫ ଏକର ସରକାରୀ ଜମି ମାଗଣାରେ ଯୋଗାଇ ଦେଇଛନ୍ତି। ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ସେହିପରି ଶ୍ରୀ ଭିଲେ ପାର୍ଲେ କେଲାବାଣୀ ମଣ୍ଡଳ(ଏସ୍‌ଭିକେଏମ୍‌) ନାମକ ଏକ ବେସରକାରୀ ବିଶ୍ୱବିଦ୍ୟାଳୟକୁ ରାଜ୍ୟ ସରକାର ୪୦ ଏକର ଜମି ଲିଜ୍‌ ସୂତ୍ରରେ ଯୋଗାଇ ଦେବେ। ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ବିଶ୍ୱବିଦ୍ୟାଳୟରେ ଅବହେଳିତ ସମ୍ପ୍ରଦାୟର ମେଧାବୀ ଛାତ୍ରୀଛାତ୍ରଙ୍କ ନାମ ଲେଖାଇବା ପାଇଁ ୩୦% ସ୍ଥାନ ସଂରକ୍ଷଣ ରହିବ।
ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଲ୍‌-୨୦୨୨ ସଂଶୋଧନକୁ ମୋହର
ଡ୍ରିମସ ବିଶ୍ୱଦ୍ୟାଳୟ ଓଡ଼ିଶା ବିଲ-୨୦୨୨ର ଧାରା ୧୬, ୩୮ ଓ ୫୨କୁ ସଂଶୋଧନ କରାଯାଇଛି। ଆଇନ ଓ ଅର୍ଥ ବିଭାଗ ସହମତି ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି। ଏହି ସଂଶୋଧନ ଫଳରେ ବିଶ୍ୱବିଦ୍ୟାଳୟ ଅଧିକାରୀ, ଶିକ୍ଷକ ଏବଂ ଅଣ ଶିକ୍ଷକଙ୍କୁ ହଟାଇବା ପାଇଁ କୁଳପତିଙ୍କୁ କ୍ଷମତା, ବୋର୍ଡ ଅଫ୍‌ ଗଭର୍ଣ୍ଣର ନିଷ୍ପତ୍ତି ବିରୋଧରେ ଆବେଦନ ଏବଂ ବୋର୍ଡ ଅଫ ଗଭର୍ନରକୁ ବରଖାସ୍ତ କରାଯାଇପାରିବ।
ଓଡ଼ିଶା ଖାଦ୍ୟ ପ୍ରକି୍ରିୟାକରଣ ନୀତି-୨୦୧୩ ସଂଶୋଧନକୁ ମଞ୍ଜୁରୀ
ରାଜ୍ୟ ସରକାର ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୩କୁ ସଂଶୋଧନ କରିଛନ୍ତି। ଏହି ନୀତିି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ଆର୍ଥିକ ସହାୟତା ଯୋଗାଇ ଦେଇଥାଏ। ଉଦ୍ୟୋଗଗୁଡ଼ିକ ଆବେଦନପତ୍ର ଦାଖଲ କରିବାରେ ବିଳମ୍ବ ଯୋଗୁ ଉାଦ୍ୟୋଗୀମାନେ ପ୍ରୋତ୍ସାହନ ରାଶି ପାଇପାରି ନ ଥାଆନ୍ତି। କୋଭିଡ-୧୯ ମହାମାରୀ ଯୋଗୁ କେତେକ ଉଦ୍ୟୋଗ ଠିକ୍‌ ସମୟରେ ସେମାନଙ୍କ ଆବେଦନପତ୍ର ଦାଖଲ କରି ନ ପାରିବାରୁ ତାହା ପ୍ରତ୍ୟାଖାନ ହୋଇଯାଇଥିଲା। ଏହି ସଂଶୋଧନ ଫଳରେ ପୂର୍ବରୁ ଆବେଦନ ପାଇଁ ଥିବା ୬ ମାସ ଅବଧିକୁ ୨ ବର୍ଷକୁ ବୃଦ୍ଧି କରାଯିବ। ଯେଉଁ ଉଦ୍ୟୋଗଗୁଡ଼ିକ ଉତ୍ପାଦନ ଆରମ୍ଭ କରିଛନ୍ତି, ମାତ୍ର ପ୍ରୋତ୍ସାହନ ରାଶି ପାଇଁ ଆବେଦନପତ୍ର ଦାଖଲ କରିବାରେ ବିଫଳ ହୋଇଛନ୍ତି ସେମାନଙ୍କ ପାଇଁ ଆବେଦନ ଦାଖଲ ୨୦୨୩ ଜୁନ ୩୦ ଯାଏ ବୃଦ୍ଧି କରାଯାଇଛି।
ଡିଆଇପି: ୫ ବର୍ଷ ସକାଶେ ୧୪୦୦ କୋଟିର ବ୍ୟୟବରାଦ
ଡ୍ରେନେଜ ଉନ୍ନତି କାର୍ଯ୍ୟକ୍ରମ(ଡିଆଇପି)ର ସଂଶୋଧିତ ମୂଲ୍ୟ ଆକଳନ ୮୦୦ କୋଟି ଟଙ୍କାକୁ ରାଜ୍ୟ ପାଣ୍ଠିରୁ ଅନୁମୋଦନ ଦିଆଯାଇଛି। ୯ ଜିଲାର ୧୭ଟି ଅବାବହିକା ଓ ୩ଟି ଅଣ ଅବବାହିକା ଅଞ୍ଚଳରେ ଚାଷ ଜମିକୁ ଜଳବନ୍ଦୀ ମୁକ୍ତ କରିବା ସହିତ ଜଳ ନିଷ୍କାସନ ପ୍ରକିିୟାକୁ ତ୍ୱରାନ୍ବିତ କରିବା ପାଇଁ ଡିଆଇପି ଯୋଜନା ଆରମ୍ଭ କରାଯାଇଥିଲା। ୨୦୧୯-୨୦ରୁ ୨୦୨୨-୨୩ ପର୍ଯ୍ୟନ୍ତ ଏଥିପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏଥିସହିତ ସହରାଞ୍ଚଳରୁ ପ୍ରାକୃତିକ ଡ୍ରେନ୍‌ଗୁଡ଼ିକରୁ ଜଳ ନିଷ୍କାସନ କରିବା ପାଇଁ ମଧ୍ୟ ସରକାର ଯୋଜନା କରିଛନ୍ତି। ଆଗାମୀ ୫ ବର୍ଷ ପାଇଁ ଡିଆଇପି ଯୋଜନାରେ ୧୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri