ଜାନୁୟାରୀରେ ୨,୯୮,୦୯୩ ୟୁନିଟ୍‌ ଘରୋଇ ପିଭି ବିକ୍ରି

ନୂଆଦିଲ୍ଲୀ, ୧୪।୨: ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସ ପରେ ଦେଶରେ ଘରୋଇ ଯାତ୍ରୀବାହୀ ଗାଡ଼ି (ପିଭି) ବିକ୍ରିରେ ବୃଦ୍ଧି ଘଟିଛି। ଏପରିକି ଯାତ୍ରୀବାହୀ ଗାଡ଼ି ପ୍ରତି ଲୋକଙ୍କ ଆକର୍ଷଣ ବଢ଼ିବାରେ ଲାଗିଛି। ବିଶେଷକରି ୨୦୨୩ ଜାନୁୟାରୀରେ ୨,୯୮,୦୯୩ ୟୁନିଟ୍‌ ପିଭି ଗାଡି ବିକ୍ରି ହୋଇଥିବା ଜଣାପଡିଛି। ଏ ନେଇ ସୋମବାର ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ମାନୁଫାକଚର୍ସ (ଏସଆଇଏଏମ୍‌) ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ସେହିଭଳି ଏସଆଇଏଏମର ସୂଚନା ଅନୁଯାୟୀ ୨୦୨୩ ଜାନୁୟାରୀରେ ଘରୋଇ ଯାତ୍ରୀବାହୀ ଯାନ ବିକ୍ରି ୧୭.୨୩% ବୃଦ୍ଧି ଘଟି ୨,୯୮,୦୯୩ ୟୁନିଟ୍‌ରେ ପହଞ୍ଚତ୍ଛି। ଏପରିକି ୨୦୨୨ ଜାନୁୟାରୀରେ ଘରୋଇ ଯାତ୍ରୀବାହୀ ଗାଡ଼ିର ୟୁଟିଲିଟି ଯାନ(ୟୁଭି) ସେଗମେଣ୍ଟରେ ୧,୧୬,୯୬୨ ୟୁନିଟ୍‌ ବିକ୍ରି ହୋଇଥିଲା। ହେଲେ ଗତ ବର୍ଷ ଜାନୁୟାରୀ ମାସ ତୁଳନାରେ ଚଳିତ ବର୍ଷ ଜାନୁୟାରୀରେ ୟୁଭି ବିକ୍ରିରେ ବୃଦ୍ଧି ଦେଖିବାକୁ ମିଳିଛି। ସେହିପରି ୨୦୨୩ ଜାନୁୟାରୀରେ ୟୁଭି ୧,୪୯,୩୨୮ ୟୁନିଟ୍‌ ବିକ୍ରି ହୋଇଛି, ଯାହା ଗତବର୍ଷ ତୁଳନାରେ ପ୍ରାୟ ୨୮% ଅଧିକ ବୋଲି ଏସଆଇଏଏମ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୨ଚକିଆ ଯାନ ବିକ୍ରି ୩.୮୧% ବୃଦ୍ଧି ପାଇ ୧,୧୮୪ ମିଲିୟନ ୟୁନିଟ୍‌ରେ ରହିଛି। ଏ ସମ୍ପର୍କରେ ଏସଆଇଏଏମର ମହାନିର୍ଦ୍ଦେଶକ ରାଜେଶ ମେନନ କହିଛନ୍ତି, ପ୍ରଥମ ଥର ପାଇଁ ଜାନୁୟାରୀରେ ଯାତ୍ରୀବାହୀ ଗାଡ଼ି ବିକ୍ରି ସବୁଠୁ ଉଚ୍ଚସ୍ତରରେ ପହଞ୍ଚତ୍ଛି। ଏପରିକି ୨୦୨୨ ଏପ୍ରିଲରୁ ୨୦୨୩ ଜାନୁଆରୀ ଶେଷ ସୁଦ୍ଧା ଦେଶର ଯାତ୍ରୀବାହୀ ଗାଡ଼ିର ବିକ୍ରିର ସଂଖ୍ୟା ୩ ମିଲିୟନ ୟୁନିଟ୍‌ ପାର୍‌ କରିଛି। ବିଶେଷ କରି ୨୦୨୨ ଜାନୁୟାରୀ ତୁଳନାରେ ୨୦୨୩ ଜାନୁୟାରୀରେ ଏଲ୍‌୫ କାଟାଗୋରିର ୩ ଚକିଆ ଯାନର ବିକ୍ରି ମଧ୍ୟ ଦୁଇଗୁଣ ବଢିଛି, ଠିକ୍‌ ସେହିପରି ୨ ଚକିଆ ଯାନ ମାତ୍ର ୪% ବୃଦ୍ଧି ଘଟିଥିବା ଜଣାପଡିଛି ବୋଲି ସେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଏସଆଇଏଏମର ସୂଚନା ଅନୁଯାୟୀ ୨୦୨୩ ଜାନୁୟାରୀରେ କାର୍‌ ନିର୍ମାଣକାରୀ କମ୍ପାନୀ ୫୫,୫୫୧ ପିଭି ୟୁନିଟ୍‌ କାର ରପ୍ତାନି କରିଛନ୍ତି। ହେଲେ ୨୦୨୨ର ସମାନ ଅବଧି ମଧ୍ୟରେ ଉକ୍ତ କାରର ରପ୍ତାନି ସଂଖ୍ୟା ୪୦,୭୮୧ ୟୁନିଟ୍‌ ଥିଲା। ଅପରପକ୍ଷରେ ୩ଚକିଆ ଯାନର ରପ୍ତାନି ହ୍ରାସ ପାଇଛି। ଏପରିକି ୨୦୨୨ ଜାନୁୟାରୀରେ ୩୯,୧୫୧ ୟୁନିଟ୍‌ ତିନି ଚକିଆ ଯାନ ରପ୍ତାନି ହୋଇଥିବାବେଳେ ୨୦୨୩ ଜାନୁୟାରୀରେ ତାର ପରିମାଣ ୨୩,୦୮୦ ୟୁନିଟକୁ ଖସି ଆସିଛି। ସେହିପରି ୨ଚକିଆ ଯାନର ରପ୍ତାନି ୪୦.୭୬ % ହ୍ରାସ ଘଟି ୨,୨୦,୧୦୩ ୟୁନିଟ୍‌ରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri