ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀଙ୍କୁ ‘ରୁଚି ବୁଦ୍ଧ ସମ୍ମାନ’

ଭୁବନେଶ୍ୱର,(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର, ୧୩।୨ (ଡି.ଏନ୍‌.ଏ.):ଐତିହାସିକ ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଡ୍ୟାନ୍ସ ଏକାଡେମୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଆର୍ଟ ଭିଜନ୍‌ ପକ୍ଷରୁ ଚାଲିଥିବା ଧଉଳି-କଳିଙ୍ଗ ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଶେଷ ସାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ ଦ୍ୱାରା ପ୍ରଦତ୍ତ ‘ରୁଚି ବୁଦ୍ଧ ସମ୍ମାନ ୨୦୨୩’ ବିଖ୍ୟାତ ଓଡ଼ିଶୀ ଗାୟିକା ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀଙ୍କୁ ପ୍ରଦାନ କରାଯାଇଛି। ସେହିପରି ବିଶିଷ୍ଟ ଗାୟକ ତଥା ସଙ୍ଗୀତ ସଂଯୋଜକ ଗୁରୁ ବଙ୍କିମ ସେଠୀ, ଓଡ଼ିଶୀ ସଙ୍ଗୀତ ନୃତ୍ୟ ଗୁରୁ ନିରଞ୍ଜନ ରାଉତ, ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସ, ମୟୂରଭଞ୍ଜ ଛଉ ନୃତ୍ୟ ବିଶାରଦ ଗୁରୁ ସଦାଶିବ ପ୍ରଧାନଙ୍କୁ ସେମାନଙ୍କର ଜୀବନବ୍ୟାପୀ ନୃତ୍ୟ ଓ ସଙ୍ଗୀତ ସାଧନା ପାଇଁ ‘ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି।
ନୃତ୍ୟ ଜଗନ୍ନାଥାଷ୍ଟକମ୍‌ରୁ ଶେଷ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଓଡ଼ିଶା ଡ୍ୟାନ୍ସ ଏକାଡେମୀ, ସୁର ମନ୍ଦିର, ନୂପୁର୍‌, ରୁଦ୍ରାକ୍ଷ, ନୃତ୍ୟ ନୈବେଦ୍ୟ ଏବଂ ଓଡ଼ିଶା ଡ୍ୟାନ୍ସ କ୍ରିଏଶନର ଶିଳ୍ପୀମାନେ ଏହାକୁ ବେଶ୍‌ ବର୍ଣ୍ଣାଢ୍ୟ ଢଙ୍ଗରେ ପରଷି ଥିଲେ। ଓଡ଼ିଶା ମାଟିରେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟର ସୃଷ୍ଟି। ଓଡ଼ିଶୀ ନୃତ୍ୟ ମାନବ ଜୀବନର ଐଶ୍ୱରୀୟ ଦିଗ ଉପରେ ପର୍ଯ୍ୟବସିତ। ପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡ଼ିଶାବାସୀଙ୍କ ଆରାଧ୍ୟ ଦେବତା। ତାଙ୍କୁ ନେଇ ପ୍ରଦର୍ଶିତ ଏହି ନୃତ୍ୟ ଅତ୍ୟନ୍ତ ସୁନ୍ଦର ଉପସ୍ଥାପନା ଓ ସୂଚନାପୂର୍ଣ୍ଣ ଥିଲା। ଏହାକୁ ଗୁରୁ ଅରୁଣା ମହାନ୍ତି ସଂରଚନା କରିଥିଲେ। ଅଗ୍ନିମିତ୍ର ବେହେରା ସଙ୍ଗୀତ ଓ ଗୁରୁ ଧନେଶ୍ୱର ସ୍ବାଇଁ ବାଦ୍ୟ ସଂଯୋଜନା କରିଥିଲେ। ଦ୍ୱିତୀୟ ପରିବେଷଣ ଥିଲା କଥକ ନୃତ୍ୟ। ଏହାକୁ ଦେବଶ୍ରୀ ଭଟ୍ଟାଚାର୍ଯ୍ୟ ଓ ସୋହିନୀ ଦେବନାଥ ଏବଂ ସୋମାନଙ୍କ ଅନୁଷ୍ଠାନ ସାଂସ୍କୃତିକୀ ଶ୍ରେୟସ୍କରର ଶିଳ୍ପୀମାନେ ଉପସ୍ଥାପତ କରିଥିଲେ। ଶୁଭଶ୍ରୀ ମୁଖାର୍ଜୀ ଏବଂ ସାଥୀଙ୍କ ଦ୍ୱାରା ଓଡ଼ିଶୀ ଓ ମୟୂରଭଞ୍ଜ ଛଉର ମିଶ୍ରଣ ସମରକଳା ନୃତ୍ୟ ପରିବେଷଣ ଥିଲା। ଡ. ଇଲିଆନା ଚିତାରିଷ୍ଟ ନୃତ୍ୟ ଏବଂ ଶାନ୍ତନୁ ମହାପାତ୍ର ସଙ୍ଗୀତ ସଂଯୋଜନା କରିଥିଲେ।
ଅତିଥି ଭାବେ ମେୟର ସୁଲୋଚନା ଦାସ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, କଳିଙ୍ଗ ହସ୍ପିଟାଲ ଅଧ୍ୟକ୍ଷ ତଥା ଜେ. କେ ମହାବିଦ୍ୟାଳୟ କୁଳାଧିପତି ଶିତିକାନ୍ତ ଦାଶ, ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗା ଚରଣ ରଣବୀର, ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସଚିବ ପ୍ରବୋଧ କୁମାର ରଥ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଡ. ଅରୁଣା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଡ. ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ଆଲାମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri