Posted inଜାତୀୟ

ବୋଲ ମାନିଲେ ରାଜ୍ୟପାଳ: କଂଗ୍ରେସ

ନୂଆଦିଲ୍ଲୀ,୧୩ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ପାଇଁ କାମ କରୁଛନ୍ତି। ଯେଉଁମାନେ ମୋଦିଙ୍କ ପାଇଁ କାମ କରୁଛନ୍ତି, ସେମାନଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ମିଳୁଛି ବୋଲି ରବିବାର କଂଗ୍ରେସ ଟାର୍ଗେଟ କରିଛି। ବିମୁଦ୍ରୀକରଣ, ତିନି ତଲାକ୍‌, ପ୍ରିଭେସି ଓ ଅଯୋଧ୍ୟା ବିବାଦ ଭଳି ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଅନେକ ମାମଲାର ରାୟ ଦେଇଥିବା ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏସ୍‌. ଅବ୍‌ଦୁଲ ନଜିର ଜାନୁୟାରୀ ୪ରେ ଅବସର ନେବା ପରେ ରବିବାର ତାଙ୍କୁ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରିଥିବାରୁ କଂଗ୍ରେସ ଏହି ଅଭିଯୋଗ ଆଣିଛି।
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ନଜିରଙ୍କୁ ଆନ୍ଧ୍ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯିବା ପରେ ବିରୋଧୀ କଂଗ୍ରେସ ଓ ଶାସକ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଏହି ଅବସରରେ କଂଗ୍ରେସ ନେତା ଜୟରାମ ରମେଶ ଏବଂ ଅଭିଷେକ ମନୁ ସିଂଘଭି ପୂର୍ବତନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟ୍‌ଲୀଙ୍କ ୨୦୧୨ର ଏକ ଭିଡିଓକୁ ଟୁଇଟରରେ ପୋଷ୍ଟ କରିଛନ୍ତି। ଅବସର ପୂର୍ବ ରାୟଗୁଡ଼ିକ ଅବସର ପରବର୍ତ୍ତୀ ନିଯୁକ୍ତି ଦ୍ୱାରା ପ୍ରଭାବିତ ବୋଲି ଏଥିରେ ଜେଟ୍‌ଲୀ କହୁଥିବା ଦେଖିବାକୁ ମିଳିଛି। ଗତ ୩-୪ ବର୍ଷ ମଧ୍ୟରେ ଜେଟ୍‌ଲୀଙ୍କ ମନ୍ତବ୍ୟର ଯଥେଷ୍ଟ ପ୍ରମାଣ ମିଳିସାରିଥିବା ରମେଶ ଟୁଇଟ୍‌ କରିଛନ୍ତି। ଜଷ୍ଟିସ୍‌ ନଜିର ନିଜ କାର୍ଯ୍ୟକାଳରେ ଅନେକ ସମ୍ବେଦନଶୀଳ ମାମଲାର ରାୟ ଦେଇଥିଲେ, ଯାହାକି ରାଜନୈତିକ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଥିଲା। ସେଗୁଡ଼ିକ ହେଲା ଅଯୋଧ୍ୟା ଜମି ବିବାଦ, ତିନି ତଲାକ, ବିମୁଦ୍ରୀକରଣ ଓ ପ୍ରିଭେସିକୁ ମୌଳିକ ଅଧିକାର ଘୋଷଣା। ୨୦୧୭ ଫେବୃୟାରୀ ୧୭ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇଥିବା ଜଷ୍ଟିସ୍‌ ନାଜିର ଅନେକ ସାମ୍ବିଧାନିକ ପୀଠରେ ସାମିଲ ଥାଇ ୨୦୧୬ରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ କେନ୍ଦ୍ର ସରକାର ଅଚଳ କରିବା ସପକ୍ଷରେ ରାୟ ଦେଇଥିଲେ। ସେହିପରି ସରକାରୀ ନିଯୁକ୍ତିରେ ମରାଠାମାନଙ୍କୁ ସଂରକ୍ଷଣ, ଅଭିବ୍ୟକ୍ତି ସ୍ବାଧୀନତାକୁ ମୌଳିକ ଅଧିକାର ଭାବେ ଅଭିହିତ କରିବା ଏବଂ ଉଚ୍ଚପଦସ୍ଥ ନେତା ଓ ଅଧିକାରୀଙ୍କ ବାକ୍‌ ସ୍ବାଧୀନତା ଉପରେ ରାୟ ଦେଇଥିଲେ। ୨୦୧୯ ନଭେମ୍ବରରେ ୫ ଜଣିଆ ସାମ୍ବିଧାନିକ ପୀଠ ଅଯୋଧ୍ୟା ଜମି ବିବାଦ ମାମଲାର ରାୟରେ ରାମମନ୍ଦିର ନିର୍ମାଣର ପଥ ସୁଗମ କରିବା ସହ ସୁନ୍ନି ଓ୍ବାକ୍‌ଫ ବୋର୍ଡକୁ ମସ୍‌ଜିଦ ନିର୍ମାଣ ଲାଗି ୫ ଏକର ପରିମିତ ଏକ ପ୍ଲଟ୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କୁ ସୁହାଇଲା ଭଳି ରାୟ ଦେଇଥିବାରୁ ଜଷ୍ଟିସ୍‌ ନଜିରଙ୍କୁ ପୁରସ୍କାର ସ୍ବରୂପ ରାଜ୍ୟପାଳ ପଦବୀ ଦିଅଯାଇଛି ବୋଲି କଂଗ୍ରେସ ଏମ୍‌ପି ମାଣିକମ୍‌ ଟେଗୋର କହିଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ନେତା ରଶିଦ୍‌ ଅଲ୍‌ଭି କହିଛନ୍ତି, ବିଚାରପତିମାନଙ୍କୁ ସରକାରୀ ନିଯୁକ୍ତି ଦିଆଯିବା ଦୁର୍ଭାଗ୍ୟଜନକ। ଏକ ରିପୋର୍ଟ ଅନୁସାରେ ସରକାର ପ୍ରାୟ ୫୦% ଅବସରପ୍ରାପ୍ତ ବିଚାରପତିଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରୁଥିବାରୁ ନ୍ୟାୟପାଳିକା ପ୍ରତି ଲୋକଙ୍କ ଆସ୍ଥା କମିବାରେ ଲାଗିଛି। ଏହା ପୂର୍ବରୁ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କୁ ସରକାର ରାଜ୍ୟ ସଭାରେ ଆସନ ଦେଇଛନ୍ତି। ନ୍ୟାୟପାଳିକା ସ୍ବାଧୀନ ଓ ନିରପେକ୍ଷ ହେବା ଉଚିତ ବୋଲି ଅଲ୍‌ଭି ମତ ଦେଇଛନ୍ତି। ପ୍ରକାଶ ଯେ, ପୂର୍ବତନ ସିଜେଆଇ ପି. ସଥାଶିବମ୍‌ଙ୍କୁ ୨୦୧୪ରେ ଏନ୍‌ଡିଏ ସରକାର କେରଳ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ। ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଜଷ୍ଟିସ୍‌ ଫତିମା ବିବି ୧୯୯୨ରେ ଅବସର ନେବା ପରେ ୧୯୯୭ରୁ ୨୦୦୧ ପର୍ଯ୍ୟନ୍ତ ତାମିଲନାଡୁ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ସେତେବେଳେ ଏଚ୍‌.ଡି. ଦେବେଗୌଡ଼ା ପ୍ରଧାନମନ୍ତ୍ରୀ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ପାର୍ବତୀ ଗିରିଙ୍କୁ ପ୍ରଶଂସା ସହ ବଖାଣିଲେ ୨୦୨୫ର ଏସବୁ ସଫଳତା

ନୂଆଦିଲ୍ଲୀ,୨୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୯ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୦୨୫ର ଅନେକ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ।...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri