‘ସତ୍‌ମାର୍ଗରେ ଚାଲିବା ପାଇଁ ଆଚାର୍ଯ୍ୟଙ୍କ ଅନୁସରଣ ଅପରିହାର୍ଯ୍ୟ’

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଜୀବନକୁ ସୁନିୟନ୍ତ୍ରିତ କରିବାରେ ଗୁରୁଙ୍କର ରହିଛି ବିଶେଷ ଭୂମିକା। ତାଙ୍କ ପ୍ରଦର୍ଶିତ ମାର୍ଗରେ ନିଜକୁ ପରିଚାଳିତ କରିପାରିଲେ ବ୍ୟକ୍ତି, ସମାଜ ଓ ରାଷ୍ଟ୍ର ଜୀବନ ମଧୁମୟ ହୋଇଉଠେ। ଆଉ ଏହି ମାର୍ଗରେ ଚାଲିବା ପାଇଁ ଆଚାର୍ଯ୍ୟଙ୍କ ଅନୁସରଣ ଅପରିହାର୍ଯ୍ୟ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୫ତମ ଜନ୍ମମହୋତ୍ସବ ଓ ସ୍ଥାନୀୟ ସତ୍ସଙ୍ଗ ବିହାରର ଅଷ୍ଟବିଂଶତମ ବାର୍ଷିକ ଶ୍ରୀ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ବକ୍ତାମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ସମାଜ ଓ ରାଷ୍ଟ୍ର ଜୀବନ ମଧୁମୟ ହୋଇଉଠେ। ଆଉ ଏହି ମାର୍ଗରେ ଚାଲିବା ପାଇଁ ଆଚାର୍ଯ୍ୟଙ୍କ ଅନୁସରଣ ଅପରିହାର୍ଯ୍ୟ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୫ତମ ଜନ୍ମମହୋତ୍ସବ ଓ ସ୍ଥାନୀୟ ସତ୍ସଙ୍ଗ ବିହାରର ଅଷ୍ଟବିଂଶତମ ବାର୍ଷିକ ଶ୍ରୀ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ବକ୍ତାମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି।
ସତସଙ୍ଗ ବିହାର ଠାରେ ପ୍ରାତଃ କାଳରୁ ବେଦ ମାଙ୍ଗଳିକ, ବିନତୀ ପ୍ରାର୍ଥନା, ସତ୍ଗ୍ରନ୍ଥ ପାଠ କରାଯାଇଥିଲା। ପୂର୍ବାହ୍ନରେ ଏକ ସୁସଜ୍ଜିତ ରଥରେ ଠାକୁରଙ୍କର ବିଗ୍ରହ ରଖାଯାଇ ସଂକୀର୍ତ୍ତନ ଶୋଭାଯାତ୍ରାରେ ବାହାରିଥିଲା। ସହିଦ ନଗର ଦୁର୍ଗାପୂଜା ପଡିଆରେ ଆୟୋଜିତ ଉତ୍ସବସ୍ଥଳ ନିକଟରେ ଏହି ଶୋଭାଯାତ୍ରା ପହଞ୍ଚିଥିଲା। ଏହା ପରେ ପ୍ରଫେସର ହୃଷିକେଶ ସେନାପତିଙ୍କ ପୌରାହିତ୍ୟରେ ଆୟୋଜିତ ସଭାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ସାହିତ୍ୟିକ ତଥା କେନ୍ଦ୍ର ସତ୍ସଙ୍ଗର ସହ ସମ୍ପାଦକ ନୃସିଂହ ଚରଣ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତି ଋତିକ ପ୍ରତାପ ଚନ୍ଦ୍ର ଦାସ, ଅଭୟ କୁମାର ପରିଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭାଜପା ଉପସଭାପତି ଭୃଗୁ ବକ୍ସିପାତ୍ର, କଂଗ୍ରେସ ନେତା ଶିବାନନ୍ଦ ରାୟଙ୍କ ସମେତ କୃପାନିଧି ବିଶ୍ୱାଳ, ଜନାର୍ଦ୍ଦନ ବନ୍ଦୋପାଧ୍ୟାୟ, ତର୍ପଣ ସମ୍ପାଦକ ଧ୍ରୁତିକାମ ମହାନ୍ତି, ଦୋଳଗୋବିନ୍ଦ ପଣ୍ଡା, ଡା. ରବିନ୍ଦ୍ରନାଥ ଆଚାର୍ଯ୍ୟ, ଈଶ୍ୱରଚନ୍ଦ୍ର ଶତପଥୀ,  ପ୍ରମୁଖ ଯୋଗଦେଇଥିଲେ। ଉତ୍ସବ ଉପଲକ୍ଷେ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ନିର୍ଦ୍ଦେଶରେ ଶ୍ରୀଶ୍ରୀଠାକୁରଙ୍କ ଉତ୍କଳ ଆଗମନ ଶତବାର୍ଷିକ ପୂର୍ତ୍ତିର ସ୍ବତନ୍ତ୍ର ସଂଖ୍ୟା ଭାବେ ପ୍ରସ୍ତୁତ ସ୍ମରଣିକା ‘ତର୍ପଣ’ ଉନ୍ମୋଚିତ ହୋଇଥିଲା। ସଙ୍ଗୀତାଞ୍ଜଳି କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଏକ ଚିକିତ୍ସକ ସମ୍ମିଳନୀ, ଚିକିତ୍ସା ଶିବିର, ଡିପିୱାର୍କସ ଅନୁଷ୍ଠିତ ହୋଇଥିଲା। ଏହି ଭକ୍ତିମୟ ସମାରୋହରେ ହଜାର ହଜାର ଶିଷ୍ୟ, ଅନୁରାଗୀ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri