ଖୋଲା ଡ୍ରେନ୍‌ରେ ମଳ ଛାଡୁଛନ୍ତି ଘରୋଇ ଅନୁଷ୍ଠାନ

ଭୁବନେଶ୍ୱର,୧୦।୨ (ବ୍ୟୁରୋ): ରାଜଧାନୀ ଭୁବନେଶ୍ବରକୁ ସ୍ବଚ୍ଛ ସହରରେ ପରିଣତ କରିବା ପାଇଁ ଭୁବନେଶ୍ବରକୁ ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ବାହ୍ୟମଳ ମୁକ୍ତ ସହର ତଥା ଓଡିଏଫ୍‌++ ମାନ୍ୟତା ମିଳିଛି। କିନ୍ତୁ ବାସ୍ତବ ଚିତ୍ର ସାଧାରଣରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଏକାଧିକ କୋଠା, ହଷ୍ଟେଲ, ହୋଟେଲ ଆଦି ଘରୋଇ ଅନୁଷ୍ଠାନ ବେଆଇନ ଭାବେ ଗଢ଼ି ଉଠୁଛି। ଯେଉଁମାନଙ୍କର ନିଜସ୍ବ ମଳ ପରିଚାଳନା ବନ୍ଦୋବସ୍ତ ନାହିଁ, ଉକ୍ତ ହଷ୍ଟେଲ, ହୋଟେଲର ମଳ ଓ ଅନ୍ୟ ବର୍ଜ୍ୟ ଖୋଲା ଡ୍ରେନରେ ଛାଡ଼ୁଛନ୍ତି। ଫଳରେ ମଳ ଖୋଲା ଡ୍ରେନରେ ଆସୁଥିବାରୁ ଦୁର୍ଗନ୍ଧ ହେବା ସହ ଯାତାୟାତାରେ ଅସୁବିଧା ହେଉଛି। ବର୍ଜ୍ୟଜଳକୁ ମୋଟର ସାହାଯ୍ୟରେ ନାଳରେ ଛାଡ଼ୁଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍‌କୋ) ଏବଂ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଦୃଷ୍ଟି ଆକଷର୍ର୍ଣ କରିଥିଲେ। ଏ ନେଇ ସମ୍ପୃକ୍ତ ମାଲିକଙ୍କୁ ବିଏମ୍‌ସି ଓ ଇଡ୍‌କୋ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ଏହାସତ୍ତ୍ୱେ ଉକ୍ତ କୋଠାରୁ ଗୁରୁବାର ବର୍ଜ୍ୟ ଡ୍ରେନ୍‌ରେ ଛଡ଼ାଯାଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
ଅନ୍ୟପଟେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ବର୍ଷକୁ ମାତ୍ର ଥରେ ବର୍ଷାଦିନ ପୂର୍ବରୁ ଇଡ୍‌କୋ ପକ୍ଷରୁ ଡ୍ରେନ ସଫେଇ କରାଯାଉଛି। ଏହି ଶିଳ୍ପାଞ୍ଚଳର ଏକାଧିକ କୋଠା ଏବେ ଇଡ୍‌କୋର ବିନା ଅନୁମତିରେ ଚାଲିଛି। ଇଡ୍‌କୋ ପକ୍ଷରୁ ଏକାଧିକ ପ୍ଲଟକୁ ନୋଟିସ୍‌ ଦିଆଯାଇଥିଲେ ମଧ୍ୟ ଉକ୍ତ ପ୍ଲଟରେ ମୂଳ ମାଲିକ ଅନୁପସ୍ଥିତ ଥିବାବେଳେ ତତ୍କାଳୀନ ମାଲିକ ଉକ୍ତ ପ୍ଲଟ ଉପରେ ହାଇକୋର୍ଟରୁ ସ୍ଥାଗିତାଦେଶ ଆଣିଛନ୍ତି। ଫଳରେ ଉକ୍ତ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ଇଡ୍‌କୋ ପକ୍ଷରୁ କାର୍ଯ୍ୟାନଷ୍ଠାନ ଗ୍ରହଣ ସମ୍ଭବ ହେଉ ନାହିଁ। ସେପଟେ ଉକ୍ତ ହଷ୍ଟେଲ ଓ ହୋଟେଲ ମାଲିକଙ୍କ ମନମାନି ଦିନକୁ ଦିନ ବଢ଼ୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ସୂଚନାଥାଉ କି, ମଞ୍ଚେଶ୍ବର ଶିଳ୍ପାଞ୍ଚଳ ପ୍ଲଟ ନଂ.୧୬୪ ଓ ଏହାର ସଲଂଗ୍ନ ପ୍ଲଟରେ ନିଜସ୍ବ ମଳ ପରିଚଳନା ବ୍ୟବସ୍ଥା ନାହିଁ କିମ୍ବା ସେମାନଙ୍କର କୋଠାରୁ ବାହାରୁ ଥିବା ବର୍ଜ୍ୟ ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଇଡ୍‌କୋ ଅଧକାରୀଙ୍କ ଯାଞ୍ଚରେ ଅବହେଳା ପାଇଁ ଏପରି ବେଆଇନ କାର୍ଯ୍ୟ ହେଉଥିବା ଲୋକ ଅଭିଯୋଗ କରିଛନ୍ତି। ମଞ୍ଚେଶ୍ବର ଏମ୍‌ଏସ୍‌ଏମ୍‌ଇ-୧ କାର୍ଯ୍ୟାଳୟର ବିଭାଗର ଇଡ୍‌କୋ ଅଧିକାରୀଙ୍କ କହିବାନୁସାରେ ପ୍ରତ୍ୟେକ କୋଠାରୁ ବାହାରୁ ଥିବା ମଳ ଓ ବର୍ଜ୍ୟ ଜଳ ପରିଚାଳନା ଦାୟିତ୍ୱ ମାଲିକଙ୍କୁ ଦିଆଯାଇଛି। ଡ୍ରେନରେ କେବଳ ବର୍ଷାଜଳ ପ୍ରବାହିତ ହେବା ପାଇଁ ନିର୍ମାଣ କରାଯାଇଛି। ନିଜ ଘରୁ ବା ଅନୁଷ୍ଠାନରୁ ବାହାରୁ ଥିବା ବର୍ଜ୍ୟ ଜଳକୁ ବାହାରେ ଛାଡୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ବର୍ଜ୍ୟ ନିଷ୍କାସନ ସଂଯୋଗ ନ କାଟିଲେ କାର୍ଯ୍ୟାନୁଷ୍ଠାନ
ଇଡ୍‌କୋ ଅଧୀନରେ ସମ୍ପୃକ୍ତ ଅନୁଷ୍ଠାନ ରହୁଛି। ତେଣୁ ପରିମଳ ବ୍ୟବସ୍ଥାର ତଦାରଖ ଦାୟିତ୍ୱ ମଧ୍ୟ ଇଡ୍‌କୋର ରହିଛି। ଏପରି ଅଭିଯୋଗ ପାଇ ବିଏମ୍‌ସି ପକ୍ଷରୁ ଇଡ୍‌କୋକୁ ଅବଗତ କରାଯାଇଛି। ଅନ୍ୟପଟେ ୧୦ଦିନ ମଧ୍ୟରେ ଡ୍ରେନରୁ ମଳାଦି ବର୍ଜ୍ୟ ନିଷ୍କାସନ ପାଇଁ ସଂଯୋଗ କାଟିବାକୁ ଇଡ୍‌କୋ ପକ୍ଷରୁ ସମ୍ପୃକ୍ତ ମାଲିକଙ୍କୁ ତାଗିଦ କରାଯାଇଥିଲା। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ପୁଣିଥରେ ଏଥିପ୍ରତି ଆଲୋଚନା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।
– ପୁରନ୍ଦର ନନ୍ଦ, ଜୋନାଲ ଡେପୁଟି କମିଶନର(ଉତ୍ତର)
ଦିନରେ ମଇଳା ଆସୁଥିଲା, ଏବେ ରାତିରେ ଛାଡୁଛନ୍ତି
ଇଡ୍‌କୋ ପକ୍ଷରୁ ପରିମଳ ବ୍ୟବସ୍ଥାର ଯାଞ୍ଚ ହେଉ ନାହିଁ। ଯାଞ୍ଚ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲି ପାଇଁ କିଛି ଅସାଧୁ ବ୍ୟକ୍ତି ନିଜସ୍ବ ମଳ ପରିଚାଳନା ବ୍ୟବସ୍ଥା ନ ଆପଣାଇ ଖୋଲା ଡ୍ରେନରେ ଏପରି ଆବର୍ଜନା ଛାଡ଼ୁଛନ୍ତି। ପୂର୍ବରୁ ମଇଳା ପାଣି ଦିନରେ ବି ଆସୁଥିଲା, ହେଲେ ଏନେଇ ଅଭିଯୋଗ ହେବା ପରେ ମଇଳା ପାଣିକୁ ହୋଟେଲ ମାଲିକ ଓ ହଷ୍ଟେଲ କର୍ତ୍ତୃପକ୍ଷ ରାତିରେ ଛାଡ଼ୁଛନ୍ତି। ପୂର୍ବରୁ ନାଳ ସଫା ହେଉଥିବାରୁ ଦୁର୍ଗନ୍ଧ କମ୍‌ ହେଉଥିଲା ହେଲେ ଏବେ ଉକ୍ତ ମଇଳା ପାଣି ନାଳରେ ଜମି ରହୁଛି, ଫଳରେ ପ୍ରବଳ ଗନ୍ଧ ହେଉଛି।
– ଶ୍ରୀଧର ଜେନା, ସ୍ଥାନୀୟ ବ୍ୟବସାୟୀ
ନିୟମିତ ଡ୍ରେନ ସଫା ହେବା ଜରୁରୀ
ଶିଳ୍ପାଞ୍ଚଳର ପ୍ରାୟ ସବୁ ଗଳିକନ୍ଦି ଅବସ୍ଥା ସମାନ। ଅଳିଆ ଆବର୍ଜନା ରାସ୍ତାରୁ ଉଠୁ ନ ଥିବାବେଳେ ଡ୍ରେନ ମଧ୍ୟ ସଫା ହେଉନାହିଁ। ବନ୍ଦ ଡ୍ରେନ ଭିତରୁ ବାହାରୁ ଥିବା ଦୁର୍ଗନ୍ଧରେ ରାସ୍ତା ଯାତାୟାତ କରି ହେଉନି। ଛୋଟ ଛୋଟ ଗଳିର ଡ୍ରେନ ମୁଖ୍ୟ ରାସ୍ତାରେ ଆସି ମିଶିଛି , ସେଠାରେ ମଇଳା ପାଣି ଅଟକି ରହୁଛି ନିୟମିତ ଡ୍ରେନ ସଫା ହେଲେ ଓ ନିୟମ ଅନୁପାଳନ ନେଇ ଅଧିକାରୀ ଯତ୍ନବାନ ହେଲେ ଏପରି ସ୍ଥତି ଦେଖାଯିବ ନାହିଁ।
– ସନ୍ଦୀପ୍ତ ଶେଖର ପଣ୍ଡା, ଅଞ୍ଚଳବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri