ଅସୁରକ୍ଷିତ ସ୍ଥାନରେ ବ୍ୟାସ ସରୋବର ମହୋତ୍ସବ

କଳିଙ୍ଗନଗର,୧୦ା୨(ଡି.ଏନ.ଏ.):ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ(ଓପିଟିସିଏଲ)ର ଉଚ୍ଚ ଶକ୍ତିସମ୍ପନ୍ନ ୧୩୨ କେଭି ବିଦ୍ୟୁତ୍‌ ଖୁଣ୍ଟ ନିକଟରେ ଚଳିତଥର ବ୍ୟାସସରୋବର ମହୋତ୍ସବ ଆୟୋଜିତ ହେବାକୁ ନେଇ ଅନେକ ସମାଲୋଚନା ଏବଂ ବିରୋଧାଭାସ ଦେଖିବାକୁ ମିଳିଛି। ଚଳିତଥର ବ୍ୟାସସରୋବର ମହୋତ୍ସବକୁ ଦୁଇ ଦୁଇଟି ବଡ଼ ବିପଦ ରହିଛି। ମାତ୍ର ପୌର ପ୍ରଶାସନର ଏଥିପ୍ରତି ନିଘାନାହିଁ। ଓପିଟିସିଏଲ ମଧ୍ୟ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ଦାୟିତ୍ୱବାନ ନାହିଁ। ପ୍ରଶ୍ନ ଉଠୁଛି ଯେ କେଉଁ ଆଧାରରେ ଏବଂ ବିପଜ୍ଜନକ ଭାବେ ଏହି ସ୍ଥାନରେ ମହୋତ୍ସବ ନିମନ୍ତେ ଆବଶ୍ୟକୀୟ ଅନୁମତି ମିଳିଛି। ମହୋତ୍ସବ ଦେଖିବାକୁ ପରିବାର ନେଇ ଯାଇଥିବା କିଛି ଦର୍ଶକ ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହିତ ପ୍ରଶାସନ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେତେ ଚିନ୍ତିତ ତାକୁ ନେଇ ପ୍ରଶ୍ନ କରିଛନ୍ତି। ଏପରି କି ଅସୁରକ୍ଷିତ ସ୍ଥାନରେ ବ୍ୟାସସରୋବର ମହୋତ୍ସବ ଆୟୋଜନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
ମହୋତ୍ସବସ୍ଥଳଠାରୁ ମାତ୍ର ୧୦-୧୫ ମିଟର ଦୂରତାରେ ପୂର୍ବତଟ ରେଳବାଇର ରେଳଲାଇନ ଯାଇଥିବାବେଳ ପ୍ରତି ୫ ମିନିଟରେ ଏହି ବାଟ ଦେଇ ରେଳ ଆତଯାତ କରୁଛି। ଗୁରୁବାର ଯୋଡ଼ାବର ଗ୍ରାମର ଅଭିନ ସାମଲ(୫୮) ମେଳାକୁ ଆସୁଥିଲେ। ଏହି ସମୟରେ ୨ ଟ୍ରେନ ଯାଉଥିବା ବେଳେ ଅଭିନ୍ନ ଗୋଟିଏ ଟ୍ରେନ ଦେଖି ପାର ହେଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରେନ ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ତଳେ ଲୌହ ଦାନବ ଉପରେ ୧୩୨ କେଭିର ବିଦ୍ୟୁତ୍‌ ଗତିଶୀଳ ରହିଥିବାବେଳେ ମଝିରେ ଅତ୍ୟନ୍ତ ବିପଦଜନକଭାବେ ବ୍ୟାସ ସରୋବର ମହୋତ୍ସବ ଚାଲୁରହିଛି। ଏହାକୁ ନେଇ ଯଦି ଆହୁରି ଅଘଟଣ ଘଟେ ଏଥିପାଇଁ କିଏ ଦାୟି ରହିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓପିଟିସିଏଲର ଏପରି ଖାମଖିଆଲ ନୀତି ପାଇଁ ହଜାର ହଜାର ଜୀବନ ବାଜିରେ ଲାଗିଛି। ଏନେଇ ଓପିଟିସିଏଲ ଯାଜପୁର ରୋଡର ସହକାରୀ ଯନ୍ତ୍ରୀ ରାଜୀବ ଲୋଚନ ସାହୁଙ୍କୁ ପଚାରିବାରୁ ମେଳାରେ ଦୋଳି ସ୍ଥାପନ ପାଇଁ କୌଣସି ଅନୁମତି ପ୍ରଦାନ କରାଯାଇନାହିଁ। ମହୋତ୍ସବସ୍ଥଳ କେନ୍ଦ୍ରାପଡ଼ା ଡିଭିଜନ ଅଧୀନରେ ରହିଥିବାରୁ ଏନେଇ ସେମାନଙ୍କ ସହିତ ଯୋଗାଯୋଗ କରି ବେଆଇନ ଭାବେ ବିଦ୍ୟୁତ ନିୟମ ଉଲଂଘନକାରୀଙ୍କ ବିରୋଧରେ ଥାନାରେ ମାମଲା ଦାୟର କରାଯିବ ବୋଲି କହିଛନ୍ତି। ଘଟଣା ସମ୍ପର୍କରେ ପୌର ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri