Posted inଜାତୀୟ

କ୍ଷୀର ମହଙ୍ଗା: ପ୍ରତି ୧୦ରୁ ୪ ପରିବାର ବିକଳ୍ପ ଆପଣେଇଛନ୍ତି

ନୂଆଦିଲ୍ଲୀ,୮ା୨: ଗତ କିଛିବର୍ଷ ହେବ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀର ଦରଦାମ୍‌ କ୍ରମାଗତ ବଢ଼ିବାରେ ଲାଗିଛି। ଘରେ ଘରେ ବହୁଳ ବ୍ୟବହାର କରାଯାଉଥିବା କ୍ଷୀରର ଦାମ୍‌ ମଧ୍ୟ ବଢ଼ିଛି। ଲୋକାଲ୍‌ସର୍କଲ୍‌ ସଙ୍ଗଠନ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ କ୍ଷୀର ଦର ବୃଦ୍ଧି ଯୋଗୁ ପ୍ରତି ୧୦ରୁ ୪ଟି ପରିବାର ପ୍ରଭାବିତ ହେବା ଯୋଗୁ ବିକଳ୍ପ ପନ୍ଥା ଆପଣାଇବାରେ ଲାଗିଛନ୍ତି। କେତେକ ପରିବାର ଆବଶ୍ୟକତାଠାରୁ କମ୍‌ କ୍ଷୀର ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ କିଛି ପରିବାର କମ୍‌ ମୂଲ୍ୟର କ୍ଷୀର କିଣୁଥିବାବେଳେ ଆଉ କେତେକ ପରିବାର କ୍ଷୀର କିଣିବା ବନ୍ଦ କରି ଦେଇଛନ୍ତି।
ଦେଶର ୩୦୩ ଜିଲାର ୧୦,୦୦୦ ଘରକୁ ନେଇ ଲୋକାଲସର୍କଲ୍‌ ପକ୍ଷରୁ ଏହି ସର୍ଭେ କରାଯାଇଛି। ଗୁଜରାଟ କୋଅପରେଟିଭ୍‌ ମିଲ୍କ ମାର୍କେଟିଂ ଫେଡେରେଶନ୍‌ ଚଳିତ ମାସରେ ଅମୂଲ କମ୍ପାନୀକୁ ଲିଟର ପିଛା ୩ ଟଙ୍କା ବର୍ଦ୍ଧିତ ଦରରେ କ୍ଷୀର ବିକ୍ରି କରିଛି। ଗତବର୍ଷ ଅକ୍ଟୋବରରେ ଅମୂଲ କ୍ଷୀର ଲିଟର ପିଛା ଦର ୨ଟଙ୍କା ବଢ଼ାଇଥିଲା। କ୍ଷୀର ମୂଲ୍ୟ ବଢ଼ିବା ଯୋଗୁ ଗତ ଅଗଷ୍ଟରେ ୪% ପରିବାର କମ୍‌ ମୂଲ୍ୟରେ ବିକ୍ରି ହେଉଥିବା କ୍ଷୀର କିଣିବା ଆରମ୍ଭ କରିଥିବାବେଳେ ଚଳିତ ମାସରେ ୧୬% ପରିବାର ଏହି ଧାରାକୁ ଆପଣାଇଛନ୍ତି। ୧୯% ପରିବାର ଆବଶ୍ୟକତାଠାରୁ କମ୍‌ କ୍ଷୀର କିଣୁଛନ୍ତି। ଅନ୍ୟପକ୍ଷେ ୩% କ୍ଷୀର କିଣିବା ବନ୍ଦ କରିଦେଇଛନ୍ତି। ୫୬% ପରିବାର (ପ୍ରତି ୧୦ ମଧ୍ୟରୁ ୬) ଦାମ୍‌ ବଢ଼ିବା ସତ୍ତ୍ୱେ ନିୟମିତ ଭାବେ ବ୍ୟବହାର କରୁଥିବା ବ୍ରାଣ୍ଡର କ୍ଷୀର ହିଁ କିଣୁଛନ୍ତି। କମ୍ପାନୀଗୁଡ଼ିକ ପ୍ରତିବର୍ଷ ନିଜ ଉତ୍ପାଦିତ ପ୍ରଡକ୍ଟର
ମୂଲ୍ୟ ଥରକରୁ ୫ଥର ବୃଦ୍ଧି କରୁଛନ୍ତି, ଯେଉଁଥିରେ ସେମାନେ ୧ରୁ ୩ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବଢ଼ାଉଥିବା ସର୍ଭେରୁ ଜଣାପଡ଼ିଛି। ଅମୂଲ ଲିଟର ପିଛା ଦର ସର୍ବାଧିକ ୩ ଟଙ୍କା ବଢ଼ାଇଥିବାବେଳେ ଗୋବର୍ଦ୍ଧନ ଏବଂ ଅନ୍ୟ ବ୍ରାଣ୍ଡର କ୍ଷୀର କମ୍‌ ମୂଲ୍ୟରେ ମିଳୁଥିବା କାରଣରୁ ସେମାନଙ୍କ ଚାହିଦା ଏବେ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri