Posted inଜାତୀୟ

ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ

ନୂଆଦିଲ୍ଲୀ,୮ା୨: ପୋଲିସ କିମ୍ବା ବିଚାରବିଭାଗୀୟ ହାଜତରେ ଅଟକ ଥିବା ମହିଳା ଅଭିଯୁକ୍ତମାନଙ୍କ କୁମାରିତ୍ୱ ପରୀକ୍ଷା କରାଇବା ଅସାମ୍ବିଧାନିକ। ଏହି ପଦକ୍ଷେପ ସମ୍ବିଧାନ ଅନୁଚ୍ଛେଦ ୨୧ର ଖୋଲାଖୋଲି ଉଲ୍ଲଂଘନ ବୋଲି ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ସିଷ୍ଟର ଅଭୟାଙ୍କ ହତ୍ୟା ଅଭିଯୁକ୍ତ ସିଷ୍ଟର ସେଫିଙ୍କ ଭର୍ଜିନିଟି ଟେଷ୍ଟ କରାଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଜଷ୍ଟିସ ସ୍ବର୍ଣ୍ଣକାନ୍ତ ଶର୍ମାଙ୍କ ଜଣିକିଆ ଖଣ୍ଡପୀଠ ଭର୍ତ୍ସନା କରିଛନ୍ତି। ହାଜତରେ ଥିଲେ ମଧ୍ୟ ଜଣେ ବ୍ୟକ୍ତିଙ୍କ ମୌଳିକ ମର୍ଯ୍ୟାଦା ଅକ୍ଷୁଣ୍ଣ ରହିବା ଆବଶ୍ୟକ ବୋଲି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।
ସିଷ୍ଟର ସେଫି ହେଉଛନ୍ତି ୨୦୨୦ରେ ନନ୍‌ ଅଭୟା ହତ୍ୟା ମାମଲାର ୨୮ ବର୍ଷ ପରେ କେରଳର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ। ୧୯୯୨ରେ ସିଷ୍ଟର ଅଭୟାଙ୍କ ମୃତଦେହ କୋଟ୍ଟାୟାମ୍‌ର କନ୍‌ଭେଣ୍ଟରେ ମିଳିଥିଲା। ଉକ୍ତ ମାମଲାର ଅନ୍ୟତମ ଦୋଷୀ ଫାଦର ଥୋମାସ୍‌ କୋଟ୍ଟୁର ଜଣେ ପାଦ୍ରୀ। ପୂର୍ବରୁ ଥୋମାସ୍‌ ଓ ସିଷ୍ଟର ସେଫିଙ୍କୁ ଅଭୟା ଅସଞ୍ଜତ ଅବସ୍ଥାରେ ଦେଖିଥିଲେ। ଫଳରେ ସେମାନେ ଅଭୟାଙ୍କ ମୁଣ୍ଡରେ କୁରାଢ଼ିରେ ଆଘାତ ଦେଇ ହତ୍ୟା କରିବା ପରେ ଏକ କୂଅକୁ ମୃତଦେହ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା। ତଳ କୋର୍ଟରେ ସେମାନଙ୍କ ଦୋଷ ପ୍ରମାଣିତ ହୋଇଥିଲା। ସେଫି ଯୌନ ସମ୍ପର୍କରେ ଲିପ୍ତ ଥିବା ବିଷୟ ଲୁଚାଇବା ପାଇଁ ଡାକ୍ତରୀ ଉପାୟ ଆପଣାଇଥିଲେ। ସିବିଆଇ ଦ୍ୱାରା ଗିରଫ ହେବାର ଅବ୍ୟବହିତ ପୂର୍ବରୁ ସେ ନିଜ ଶରୀରରେ ଏହି ପ୍ରକ୍ରିୟା କରାଇଥିବା କୋର୍ଟ କହିଥିଲେ। ସେଫି ୨୦୧୮ରେ ଗିରଫ ହେବା ପରେ ସିବିଆଇ ବିରୋଧରେ ଅଭିଯୋଗ ଆଣିଥିଲେ ଯେ, ତଦନ୍ତକାରୀ ସଂସ୍ଥା ତାଙ୍କ ବିନା ଅନୁମତିରେ କୁମାରୀତ୍ୱ ପରୀକ୍ଷା କରାଇଥିଲା। ଏହି ଅଭିଯୋଗକୁ ନେଇ ସିବିଆଇକୁ ବିଭିନ୍ନ ମହଲରେ ସମାଲୋଚିତ ହେବାକୁ ପଡ଼ିଥିଲା। ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର କୁମାରୀତ୍ୱ ପରୀକ୍ଷାକୁ ଅସାମ୍ବିଧାନିକ ଦର୍ଶାଇଛନ୍ତି। ଏପରି ଯାଞ୍ଚ ପାଇଁ ଦେଶରେ କୌଣସି ଆଇନ ନାହିଁ। ମହିଳାଙ୍କ ଶରୀର ଉପରେ ସିବିଆଇର ହସ୍ତକ୍ଷେପ ମାନବାଧିକାର ଉଲ୍ଲଂଘନ। କାରଣ ଏହା ତାଙ୍କ ମାନସିକ ସ୍ଥିତିରେ ମଧ୍ୟ ନକାରାମତ୍କ ପ୍ରଭାବ ପକାଇଛି। ଏହା ଏକ ଅମାନବୀୟ ବ୍ୟବହାର କହିବା ସହ ତଦନ୍ତକାରୀ ଅଧିକାରୀମାନଙ୍କୁ ଉକ୍ତ ପ୍ରସଙ୍ଗରେ ସଚେତନ କରାଇବା ଲାଗି କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସିଷ୍ଟର ସେଫିଙ୍କୁ ସିବିଆଇ ବିରୋଧରେ କ୍ଷତିପୂରଣ ସମେତ ଆଇନଗତ ପଦକ୍ଷେପ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri