ଢେଙ୍କାନାଳରେ କର୍ମଚାରୀ ମରୁଡ଼ି: ଖାଲିପଡ଼ିଛି ୨୮୯ ପଦବୀ

ଢେଙ୍କାନାଳ ଅଫିସ, ୨୮।୭ –  କାର୍ଯ୍ୟାଳୟ ଅଛି। ହେଲେ କାମ କରିବାକୁ ନାହାନ୍ତି ଅଧିକାରୀ କି କର୍ମଚାରୀ। ଖାଲି ପଡୁଛି ଚୌକି। ଖଁ। ଖଁ। ଅଫିସ। ଜରୁରୀ କାର୍ଯ୍ୟରେ ଆସୁଥିବା ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିରାଶରେ ଫେରୁଛନ୍ତି। ଢେଙ୍କାନାଳ ଜିଲାର ଯେ କୌଣସି ଅଫିସରେ ପଶିବା କ୍ଷଣି ଆଖିରେ ପଡ଼ିବ ଏଭଳି ଦୃଶ୍ୟ। ଆବଶ୍ୟକ କର୍ମଚାରୀ ନ ଥିବାରୁ ସାରା ଜିଲାରେ ଏପରି ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହୋଇଛି, ଯାହା ବିକାଶରେ ପ୍ରମୁଖ ପ୍ରତିବନ୍ଧକ ସାଜିଥିବା ଚର୍ଚ୍ଚା ହେଉଛି।
ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ଜିଲାରେ ଅଧିକାରୀ ଏବଂ କର୍ମଚାରୀଙ୍କୁ ମିଶାଇ ମୋଟ ମଞ୍ଜୁରୀ ପଦବୀ ସଂଖ୍ୟା ୭୫୨। ସେଥିରୁ ଚଳିତ ଜୁଲାଇ ସୁଦ୍ଧା ୨୮୯ ପଦବୀ ଖାଲିପଡ଼ିଛି, ଯାହା ପାଖାପାଖି ୩୮.୪୩%। ତନ୍ମଧ୍ୟରୁ ୩ ସହକାରୀ ଉପଜିଲାପାଳ, ୨ ଡେପୁଟି କଲେକ୍ଟର, ୮ ଆସିଷ୍ଟାଣ୍ଟ କଲେକ୍ଟର, ୨ ଜୋନ୍‌ ଅଫିସର, ଜଣେ ବ୍ୟକ୍ତିଗତ ସହାୟକ, ୬ ଜୁନିୟର ଷ୍ଟେନୋଗ୍ରାଫର, ୩ ରେଭେନ୍ୟୁ ସୁପରଭାଇଜର, ୧୧ ଆର୍‌ଆଇ, ୯ ସହକାରୀ ଆର୍‌ଆଇ, ୧୯ ଅମିନ, ୧୭ ମୁଖ୍ୟକିରାଣି, ୨୭ ବରିଷ୍ଠ କିରାଣି, ୩୪ କନିଷ୍ଠ କିରାଣି, ୧୬ ଡ୍ରାଇଭର, ଜଣେ ଡ୍ରାଫ୍ଟସ୍‌ ମ୍ୟାନ, ୩ ଦପ୍ତରି, ୫୯ ପିଅନ, ୧୭ ଚୌକିଦାର କମ୍‌ ସୁଇପର, ୪ ସୁଇପର କମ୍‌ ମାଳୀ, ୧୬ ଚେନ୍‌ମ୍ୟାନ ଏବଂ ୩୧ ପ୍ରୋସେସ ସର୍ଭର ପଦବୀ ଖାଲି ପଡ଼ିଛି। କର୍ମଚାରୀଙ୍କ ପଦୋନ୍ନତି ନ ହେବା ଅନ୍ୟ ଏକ ସମସ୍ୟା ଭାବେ ଉଭା ହୋଇଛି।
ଅପରପକ୍ଷେ ଜିଲାର ପ୍ରମୁଖ ପ୍ରଶାସନିକ କାର୍ଯ୍ୟସ୍ଥଳୀ କୁହାଯାଉଥିବା ଜିଲା କାର୍ଯ୍ୟାଳୟରେ ମଧ୍ୟ ସମାନ ଅବସ୍ଥା। କର୍ମଚାରୀ ମରୁଡ଼ି ଯୋଗୁ ଜଣେ ଅଧିକାରୀଙ୍କୁ ଏକାଧିକ ବିଭାଗ ବୋଝ ମୁଣ୍ଡାଇବାକୁ ପଡୁଛି। ଫଳରେ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକର ଆଖିଦୃଶିଆ ଅଗ୍ରଗତି ହୋଇପାରୁନାହିଁ। କାମ ବିଳମ୍ବ ହେଉଥିବାରୁ ଅଭିଯୋଗକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି। ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଆବଶ୍ୟକ କମ୍ପ୍ୟୁଟର ନାହିଁ। ଗୋଟିଏ କମ୍ପ୍ୟୁଟର ଉପରେ ୨-୩ ବିଭାଗର କର୍ମଚାରୀ ନିର୍ଭର କରୁଛନ୍ତି। ଇ-ଗଭର୍ନାନ୍ସ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ସରକାର ଅନ୍‌ଲାଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ହେଲେ ଏଥିପାଇଁ ଆବଶ୍ୟକ ଆନୁଷଙ୍ଗିକ ସୁବିଧା ହେଉନାହିଁ। ଏପରି ବ୍ୟବସ୍ଥା କେବଳ ଲୋକ ଦେଖାଣିଆ ବୋଲି ସହରର ବୁଦ୍ଧିଜୀବୀ କହିଛନ୍ତି। ଏହାର ତୁରନ୍ତ ପ୍ରତିକାର ନ କଲେ ଆଗାମୀ ଦିନରେ ଜନଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ମତପ୍ରକାଶ ପାଇଛି।
ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ସେ ଜୁଲାଇ ୩ରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଦୋନ୍ନତି ଅପେକ୍ଷାରେ ଥିବା କର୍ମଚାରୀଙ୍କ କାର୍ଯ୍ୟ ଅଗ୍ରଗତି ହୋଇଛି। ସମୟ ଆସିଲେ ଖାଲି ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri