୪ ପିଲାଙ୍କ ଭାଗ୍ୟ ଜେଜେମା’ ଜେଜେଙ୍କ କାନ୍ଧରେ

ରାଜନଗର, ୩ା୨( ଡି.ଏନ.ଏ.):ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ସ୍ବାମୀଙ୍କ ସହ ଜୀବନ କାଟିବା ପାଇଁ ପ୍ରତିଜ୍ଞା କରିଥିବା ସ୍ତ୍ରୀ ସ୍ବାମୀଙ୍କ ମୃତ୍ୟୁ ପରେ ନିଜ ଗର୍ଭରୁ ଜନ୍ମ ଦେଇଥିବା ୪ ପିଲାଙ୍କୁ ପର କରି ଘର ଛାଡି ଚାଲି ଯାଇଛନ୍ତି। କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଏହି ୪ ପିଲାଙ୍କୁ ସାବାଳକ ହେବାଯାଏ ଦାୟିତ୍ୱ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ରାଜନଗର ଥାନା ଅନ୍ତର୍ଗତ ଚାରିପୋଖରିଆ ଗଁାର ଅମର ବାରିକ ପରିବାର ପ୍ରତିପୋଷଣ ପାଇଁ ସୁଦୂର ହାଇଦ୍ରାବାଦରେ ଦାଦନ ଖଟନ୍ତି। ହାଇଦ୍ରାବାଦରେ ଦାଦନ ଖଟିବା ଭିତରେ ଭଲ ପାଇ ସେ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଯୁବତୀଙ୍କୁ ଗଁାକୁ ଆଣି ବିବାହ କରିବା ପରେ ପୁଣି ଯାଇ ହାଇଦ୍ରାବାଦରେ ଦାଦନ ଖଟିଥିଲେ। ଦେଢ ବର୍ଷ ତଳେ ହାଇଦ୍ରାବାଦରେ ଅମରଙ୍କୁ ହତ୍ୟା କରାଗଲା। ଅମରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ସତ୍ୟଭାମା ଓ ୪ ସନ୍ତାନ ଲକ୍ଷ୍ମୀପ୍ରିୟା (୯), ଦେବୀକା (୭), ଆରତି (୬), ରୁଦ୍ରମୋହନ (୩) ଗଁାକୁ ଆସି ରହିଥିଲେ। ୫ ମାସ ତଳୁ ସତ୍ୟଭାମା ୪ ପିଲାଙ୍କୁ ଛାଡି କେଉଁଆଡେ ପଳାଇଛନ୍ତି। ସେବେଠୁଁ ତାଙ୍କ ଖୋଜ ଖବର ନାହିଁ। ସେ ପିଲାଙ୍କୁ ଛାଡି ତାଙ୍କ ନିଜ ଗଁା ହାଇଦ୍ରାବାଦକୁ ଚାଲି ଯାଇଥିବା କୁହାଯାଉଛି। ଜନ୍ମକଲା ମା’ ୪ ପିଲାଙ୍କୁ ପର କରି କେଉଁଆଡେ ଚାଲିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମା’ ୪ ସନ୍ତାନଙ୍କୁ ଛାଡ଼ି ଚାଲିଯିବା ପରେ ଏତେବଡ ଦୁନିଆରେ ଶିଶୁମାନେ ଆଶା ଓ ଆଶଙ୍କା ଭିତରେ ଦିନ କାଟୁଛନ୍ତି। ପୁଅ ସ୍ବର୍ଗରେ, ପାଖରେ ଥିବା ବୋହୂ ଚାତୁଣୀନାତିଙ୍କୁ ଛାଡି ତା’ବାଟରେ। ଜେଜେବାପା ବ୍ରହ୍ମାନନ୍ଦ ବାରିକ (୬୪) ଓ ଜେଜେମା’ ମୁକ୍ତାମଣି ବାରିକଙ୍କ କାନ୍ଧରେ ୪ ଶିଶୁଙ୍କ ବୋଝ। ଅଭାବ ଅନଟନ ଭିତରେ ବୃଦ୍ଧାବୃଦ୍ଧ ୪ ନାତୁଣୀନାତିଙ୍କୁ କିପରି ଭରଣପୋଷଣ କରିବେ, ଏ ନେଇ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି। ବ୍ରହ୍ମାନନ୍ଦଙ୍କର ଘରଡିହ କି ଜମିବାଡ଼ି କିଛି ନ ଥିବା ବେଳେ ସରକାରୀ ଜାଗାରେ ଚାଳଘର କରି ରହିଛନ୍ତି। ବ୍ରହ୍ମାନନ୍ଦଙ୍କୁ ଭତ୍ତା ମିଳୁ ନ ଥିବା ବେଳେ ଆଜି ଯାଏ ଆବାସ ଗୃହଟିଏ ମିଳିନାହିଁ। ତାଙ୍କର ୩ ପୁଅଙ୍କ ମଧ୍ୟରୁ ଜଣେ ପୁଅ ଅବିବାହିତ ଥିବା ବେଳେ ଆଉ ଜଣେ ପୁଅ ଦିବ୍ୟାଙ୍ଗ, ବଡପୁଅ ଅମର ଆରପାରିରେ। ବୁଢ଼ା ବୟସରେ ବ୍ରହ୍ମାନନ୍ଦ ମୂଲ ଲାଗି ଯାହା ଆଣୁଛନ୍ତି, ନିଜେ ଖାଇବା ସହ ଏହି ୪ ପିଲାଙ୍କ ପେଟରେ ଦାନା ଦେଉଛନ୍ତି। ୪ ପିଲାଙ୍କ ମା’ଙ୍କ ନଁାରେ ରାଶନ କାର୍ଡ ଥିଲେ ମଧ୍ୟ ରିଟେଲର ୭ ମାସ ଧରି ୪ ଶିଶୁଙ୍କୁ ଯୋଗାଣ ସାମଗ୍ରୀ ଦେଇନି। ଗତ ୩ ମାସ ହେଲା ମାସକୁ ୧୦ କେଜି ଚାଉଳ ଦେଉଛି। ଲକ୍ଷ୍ମୀପ୍ରିୟା ଗଁା ସ୍କୁଲରେ ୪ର୍ଥ ଶ୍ରେଣୀରେ ପଢନ୍ତି। ସେ ନିଜେ ପାଠ ପଢିବା ବଦଳରେ ଅନ୍ୟ ଛୋଟ ଛୋଟ ଭଉଣୀଭାଇଙ୍କୁ ପଢାଉଛନ୍ତି। ନିଜେ ଖାଇବା ପୂର୍ବରୁ ୩ ଭଉଣୀଭାଇଙ୍କ ଖାଇବା କଥା ବୁଝିବା ସହ ଗାଧୋଇ ଦେଉଛନ୍ତି। ଏଥିସହ ବେସରକାରୀ ସ୍ତରରେ ସହୟତା ଯୋଗାଇ ଦେବାକୁ ଜେଜେ ବ୍ରହ୍ମାନନ୍ଦ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri