କେନ୍ଦ୍ର ବଜେଟ: ଓଡ଼ିଶା ପାଇବ ୪୬,୨୫୧ କୋଟି

ନୂଆଦିଲ୍ଲୀ, ୩ା୨:୨୦୨୩-୨୪ ଆର୍ଥିକବର୍ଷରେ କେନ୍ଦ୍ରୀୟ ଟିକସ ଓ ଶୁଳ୍କ ବାବଦ ଅଂଶଧନ ଆକାରରେ ଓଡ଼ିଶା ୪୬,୨୫୧ କୋଟି ଟଙ୍କା ପାଇବ। ୨୦୨୨-୨୩ ତୁଳନାରେ ଏହା ହେଉଛି ୩,୨୬୧ କୋଟି ଟଙ୍କା ଅଧିକ। କେନ୍ଦ୍ର ସରକାର ମୋଟ ୧୦.୨୧ ଲକ୍ଷ କୋଟି ଟଙ୍କା ରାଜ୍ୟଗୁଡ଼ିକ ପାଇଁ ବଜେଟରେ ଆବଣ୍ଟନ କରିଛନ୍ତି। କେନ୍ଦ୍ରୀୟ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଅଧୀନରେ ଓଡ଼ିଶାକୁ ୧୪,୯୫୫ କୋଟି ଟଙ୍କା ମିଳିବାକୁ ଥିବାବେଳେ କର୍ପୋରେଶନ୍‌ ଟ୍ୟାକ୍ସ ଆକାରରେ ୧୪,୮୦୩ କୋଟି ଟଙ୍କା ଦିଆଯିବ। ସେହିପରି ୧୪,୪୧୦ କୋଟିର ଆୟକର, ୧,୪୬୭ କୋଟିର ସୀମାଶୁଳ୍କ, ୬୨୪ କୋଟିର ଅବକାରୀ ଟିକସ ଏବଂ ସର୍ଭିସ୍‌ ଟ୍ୟାକ୍ସ ବାବଦରେ ୯.୨୮ କୋଟି ଟଙ୍କା ଓଡ଼ିଶାକୁ ପ୍ରଦାନ କରାଯିବ। ୨୦୨୨-୨୩ ଆର୍ଥିକବର୍ଷରେ ରାଜ୍ୟକୁ ୪୨,୯୮୯.୩୩ କୋଟି ଟଙ୍କା କେନ୍ଦ୍ର ସରକାର ଦେଇଥିବା ଆକଳନ ସମୀକ୍ଷା ପରେ ଜଣାପଡ଼ିଛି।
ପଞ୍ଚଦଶ ଅର୍ଥ କମିଶନ୍‌ କେନ୍ଦ୍ରୀୟ ଟିକସର ୪୧% ରାଜ୍ୟଗୁଡ଼ିକୁ ଅଂଶ ବାବଦରେ ପ୍ରଦାନ ପାଇଁ ସ୍ଥିର କରିଥିଲେ। କମିଶନ୍‌ଙ୍କ ସୁପାରିସ ଅନୁଯାୟୀ ସରକାର ଏହି ଅର୍ଥ ଆବଣ୍ଟନ କରିଛନ୍ତି। ତଦନୁସାରେ କେନ୍ଦ୍ରୀୟ ଟିକସ ଅଂଶ ବାବଦରେ ଓଡ଼ିଶା ୪.୫୨୮% ପାଇବାକୁ ଯୋଗ୍ୟ। ଅନ୍ୟପକ୍ଷେ ଉତ୍ତର ପ୍ରଦେଶ ସର୍ବାଧିକ ପ୍ରାୟ ୧୮% ଆକାରରେ ୧, ୮୩,୨୩୭.୫୯ କୋଟି ଟଙ୍କା ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri