ରାଜସ୍ବ ଆଦାୟ ଲକ୍ଷ୍ୟଠାରୁ ଦୂରରେ ବିଏମ୍‌ସି

ଭୁବନେଶ୍ୱର, ୧।୨ (ବ୍ୟୁରୋ): ରାଜସ୍ବ ଆଦାୟ ଲକ୍ଷ୍ୟରେ ଏଥର ପଛରେ ପଡ଼ି ପାରେ ବିଏମ୍‌ସି। ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ବିଏମ୍‌ସି ମୋଟ ୨୭୭.୭୪ କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଛି। ୧୨୦.୨୪ କୋଟିର ହୋଲ୍ଡିଂ ଟିକସ ଥିବାବେଳେ ଅନ୍ୟାନ୍ୟ ରାଜସ୍ବ ବାବଦକୁ ୧୫୭.୫୦ କୋଟି ଟଙ୍କା ଆଦାୟ କରିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ହେଲେ ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ୨ମାସ ଥିବାବେଳେ ବିଏମ୍‌ସି ଏଯାବତ୍‌ ଧାର୍ଯ୍ୟ ଲକ୍ଷ୍ୟର ଅଧା ମଧ୍ୟ ପୂରଣ କରିପାରି ନାହିଁ। ୨୦୨୨ ଡିସେମ୍ବର ସୁଦ୍ଧା ବିଏମ୍‌ସି ହୋଲ୍ଡିଂ ଟିକସ ବାବଦକୁ ୨୯.୭୯ କୋଟି ଆଦାୟ କରିଥିବାବେଳେ ଆନ୍ୟାନ୍ୟ ରାଜସ୍ବ ବାବଦକୁ ୩୭.୮୪ କୋଟି ଟଙ୍କା ଅର୍ଥାତ୍‌ ମୋଟ୍‌ ୬୭.୬୩ କୋଟି ଟଙ୍କା ଆଦାୟ କରିଛି।
ମିଳିଥିବା ସୂଚନା ଅନୁସାରେ ୨୦୨୨ ଏପ୍ରିଲରେ ସର୍ବାଧିକ ୧୫.୭୭ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥିବାବେଳେ ଅଗଷ୍ଟ ମାସରେ ସର୍ବନିମ୍ନ ୩.୩୨ କୋଟି ଟଙ୍କା ଆଦାୟ ହୋଇଛି। ଅପରପକ୍ଷେ ଜାନୁୟାରୀ ମାସରେ ବିଏମ୍‌ସିର ଅଧିକାଂଶ ଅଧିକାରୀ ହକି ବିଶ୍ୱକପ୍‌ ବାହାନାରେ ରାଜସ୍ବ ଆଦାୟଠାରୁ ଦୂରରେ ରହିଥିଲେ। ହେଲେ ଏବେ ସମୟ କମ୍‌ ଥିବାରୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଅଧିକାରୀ ଏବଂ କର୍ମଚାରୀ। ରାଜସ୍ବ ଆଦାୟକୁ ତ୍ୱରାନ୍ବିତ କରିବା ପାଇଁ ଏବେ ଓ୍ବାର୍ଡ ଅଫିସର, ଟିକସ କଲେକ୍ଟରଙ୍କୁ ଅଧିକାରୀ ତନାଘନା କରିବା ଆରମ୍ଭ କଲେଣି। ଅପରପକ୍ଷେ ବିଏମ୍‌ସି ହୋଲ୍ଡିଂ ଟିକସ ଓ ଟ୍ରେଡ୍‌ ଲାଇସେନ୍ସ ଆଦାୟ ବ୍ୟବସ୍ଥା ଏବେ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ କରାଯାଉଛି। ଲୋକମାନେ ସ୍ବତଃସ୍ଫୂର୍ତ୍ତ ଭାବରେ ଟିକସ ଦେଉ ନ ଥିବାରୁ ଟିକସ କଲେକ୍ଟର ତଥା ୱାର୍ଡ ଅଫିସରଙ୍କୁ ଘର ଘର ବୁଲି ହୋଲ୍ଡିଂ ଟିକସ ଓ ବ୍ୟବସାୟିକ ଅନୁଷ୍ଠାନ ବୁଲି ଟ୍ରେଡ୍‌ ଲାଇସେନ୍ସ ଟିକସ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଦିନ କେତେ ରାଜସ୍ବ ସଂଗ୍ରହ ହେଲା ତା’ର ସମସ୍ତ ତଥ୍ୟ ସେମାନଙ୍କୁ ବିଏମ୍‌ସି ମୁଖ୍ୟାଳୟରେ ଦେବାକୁ କୁହାଯାଇଛି। ତେବେ ବର୍ଷ ଯାକ ଗୋଡ଼ ଉପରେ ଗୋଡ଼ ପକେଇ ବସି ଶେଷ ଆଡ଼କୁ ରାଜସ୍ବ ଆଦାୟ ପାଇଁ ତରବର ହେବା କେତେ ଯୁକ୍ତିଯୁକ୍ତ ବୋଲି କିଛି ୱାର୍ଡ ଅଫିସର ପ୍ରଶ୍ନ କରିଛନ୍ତି। ସେହିପରି ହକି ପାଇଁ ବିଭିନ୍ନ ଦାୟିତ୍ୱର ପାହାଡ଼ ଲଦି ଦେବା ପରେ ଏବେ ଟିକସ ଆଦାୟ ହୋଇପାରୁ ନ ଥିବାରୁ ଓ୍ବାର୍ଡ ଅଫିସରଙ୍କ ଉପରେ ଦୋଷ ଲଦି ଦେଉଥିବାରୁ ଅନେକେ ବ୍ୟକ୍ତିଗତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ତଥ୍ୟ ଅନୁସାରେ, ଚଳିତବର୍ଷ ମୋଟ ୧୨୦.୨୪ କୋଟି ହୋଲ୍ଡିଂ ଟିକସ ଆଦାୟ ଲକ୍ଷ୍ୟ ରଖାଯାଇଥିବାବେଳେ ୯ ମାସ ମଧ୍ୟରେ ମୋଟ ୨୯.୭୯ କୋଟି ଟଙ୍କା ଟିକସ ଆଦାୟ କରାଯାଇଛି। ସେହିପରି ଅନ୍ୟାନ୍ୟ ରାଜସ୍ବ ବାବଦରେ ବିଜ୍ଞାପନ ଜରିଆରେ ୭.୬୪ କୋଟି ଟିକସ ଆଦାୟ ଲକ୍ଷ୍ୟ ଥିବାବେଳେ ଡିସେମ୍ବରରେ ୭୦ଲକ୍ଷ ଟଙ୍କା ଆଦାୟ ହୋଇଛି। ଏପ୍ରିଲ୍‌ରୁ ଡିସେମ୍ବର ମଧ୍ୟରେ ବିଜ୍ଞାପନ ବାବଦରେ ମୋଟ ୨.୧୦ କୋଟି ଆଦାୟ ହୋଇଛି। ସେହିପରି ପାର୍କିଂ କ୍ଷେତ୍ରରେ ୧.୪୩ କୋଟି ଲକ୍ଷ୍ୟ ଥିବାବେଳେ ୧.୧୪ କୋଟି ଆଦାୟ ସରିଛି। ଟ୍ରେଡ୍‌ ଲାଇସେନ୍ସ ବାବଦକୁ ୧୪.୮୨ କୋଟି ଲକ୍ଷ୍ୟ ରହିଥିବାବେଳେ ଡିସେମ୍ବର ସୁଦ୍ଧା ୪.୧୬ କୋଟି ଟଙ୍କା ଟିକସ ଆଦାୟହୋଇଛି। ଅନୁରୂପ ଭାବେ ୟୁଜର ଚାର୍ଜେସ୍‌ (ଏସ୍‌ଡବ୍ଲ୍ୟୁଏମ୍‌) ଟିକସ, ଡେଭ୍‌ଲପ୍‌ମେଣ୍ଟ ଚାର୍ଜେସ୍‌ (ପ୍ଲାନିଂ), ୟୁଜର ଫି’ (ପ୍ଲାନିଂ), କମ୍ପାଉଣ୍ଡ ଫି’ (ପ୍ଲାନିଂ), ମାର୍କେଟ ରେଣ୍ଟ, ଇଣ୍ଟ୍ରେଷ୍ଟ, ଲାଇସେନ୍ସ ଫି’ (ଆର୍‌ଓଡବ୍ଲ୍ୟୁ) ଓ ଅନ୍ୟ ଟିକସ ଆଦାୟ ମଧ୍ୟ ଲକ୍ଷ୍ୟଠାରୁ ବହୁ ଦୂରରେ ରହିଛି।
ଏନେଇ ବିଏମ୍‌ସି ଡେପୁଟି କମିଶନର(ରାଜସ୍ବ) ସପନ ନନ୍ଦ କହିଛନ୍ତି, ବିଏମସି ପକ୍ଷରୁ ରାଜସ୍ବ ଆଦାୟକୁ ବ୍ୟାପକ କରାଯାଇଛି। ଆବଶ୍ୟକ ପଡ଼ିଲେ ଅତିରିକ୍ତ ଷ୍ଟାଫ୍‌ ରାଜସ୍ବ ଆଦାୟରେ ନିୟୋଜିତ କରାଯିବ। ହାତରେ ଆଉ ୨ ମାସ ଥିବାବେଳେ ଏବେ ଘନ ଘନ ବୈଠକ କରାଯାଇ ରାଜସ୍ବ ଆଦାୟ କିପରି ତ୍ୱରିତ କରାଯିବ ସେ ନେଇ ଆଲୋଚନା କରାଯାଉଛି। ସେହିପରି ବଡ଼ ଟିକସ ଖିଲାପକାରୀଙ୍କ ଉପରେ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଫୋକସ୍‌ ଦିଆଯାଉଛି ବୋଲି ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri