ନବ ଦାସଙ୍କୁ ହତ୍ୟା ପରେ: ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର,୧।୨(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ଘଟଣାର ୩ ଦିନ ପରେ ମଧ୍ୟ କାହିଁକି ଜଣେ ପୋଲିସ କର୍ମଚାରୀ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଲେ ତାକୁ ନେଇ ସବୁଠି ଚର୍ଚ୍ଚା। ଭାଜପା ଓ କଂଗ୍ରେସ ନବଙ୍କୁ ହତ୍ୟା ପଛରେ ଟପ୍‌ ଲେଭଲରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି। ତେବେ ଭାଜପା ଘଟଣାରେ ସିବିଆଇ ତଦନ୍ତ ଦାବି କରିଥିବା ବେଳେ ଏସ୍‌ଆଇଟି ତଦନ୍ତ ଦାବି କରିଛି କଂଗ୍ରେସ। ବିଜେଡି କିନ୍ତୁ ପାଲଟା ଭାଜପାକୁ ଟାର୍ଗେଟ କରିଛି।
ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ରାଜ୍ୟବାସୀ ବର୍ତ୍ତମାନ ଆତଙ୍କିତ। ପୋଲିସ ଗୁଳିରେ ରାଜ୍ୟର ଜଣେ ପ୍ରଭାବଶାଳୀ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ହତ୍ୟା ହେଉଛି ଏବଂ ଦୀର୍ଘ ୨୩ ବର୍ଷ ଧରି ଗୃହ ବିଭାଗର ଦାୟିତ୍ୱରେ ଥିବା ଖୋଦ୍‌ ମୁଖ୍ୟମନ୍ତ୍ରୀ ତଦନ୍ତ ନେଇ ନିଜ ପାଟି ନ ଖୋଲିବା ଲଜ୍ଜାର ବିଷୟ। ଏପରିକି ପୋଲିସ ଡିଜି ଘଟଣାସ୍ଥଳକୁ ନ ଯିବା ଓ ଗୃହ ସଚିବ ନୀରବତା ଅବଲମ୍ବନ କରିବା ପଛରେ ବିରାଟ ଷଡ଼ଯନ୍ତ୍ର ରହିଛି। ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରିଥିବା ପୋଲିସ ଅଧିକାରୀଙ୍କୁ ବିଗତ ଦିନରେ ରାଜ୍ୟ ସରକାର ପଦୋନ୍ନତି ଦେଇ ବାରମ୍ବାର ପୁରସ୍କୃତ କରିବା ସହ ମେଡାଲ ଓ ଅର୍ଥ ରାଶି ଦେଇଛନ୍ତି। ହଠାତ୍‌ ସେହି ଦକ୍ଷ ପୋଲିସ ଅଧିକାରୀ ଜଣକ କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲେ ତାହା ଏବେ ରାଜ୍ୟବାସୀଙ୍କ ମନକୁ ଆନ୍ଦୋଳିତ କରୁଛି। ସେହିପରି ଜଣେ ପୋଲିସ ହତ୍ୟା କରିବ ଆଉ ଜଣେ ପୋଲିସ ଏହାର ତଦନ୍ତ କରିବ, ଏହା ଆଦୌ ବିଶ୍ୱାସଯୋଗ୍ୟ ହୋଇପାରିବ ନାହିଁ। ବିଗତ ଦିନରେ କ୍ରାଇମବ୍ରାଞ୍ଚ ତଦନ୍ତ ଆଳରେ ଅନେକ ଘଟଣାର ପ୍ରମାଣ ନଷ୍ଟ କରାଯାଇଛି। ତେବେ ଏଭଳି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ସ୍ବଚ୍ଛତା ଅବଲମ୍ବନ କରନ୍ତୁ ଏବଂ ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ ବୋଲି ସମୀର କହିଛନ୍ତି।
ନବଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇସାରିଥିଲା। ଏହାକୁ ନେଇ ଏତେ ଡ୍ରାମା କରିବାର କ’ଣ ଆବଶ୍ୟକତା ଥିଲା ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, ଜୟନାରାୟଣ ନିଜେ ଜଣେ ହତ୍ୟା ଅଭିଯୁକ୍ତ। ଜଣେ ବିଜେଡି କର୍ମୀଙ୍କ ହତ୍ୟା ମାମଲାରେ ସେ ଜେଲ ଯାଇ ଜାମିନରେ ଅଛନ୍ତି। ତେଣୁ ନବ ଦାସଙ୍କ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ତାଙ୍କ ମନକୁ ସ୍ବାଭାବିକ ଭାବେ ଭୟ ଗ୍ରାସିଛି। ତାଙ୍କ ଭଳି ଜଣେ ହତ୍ୟା ଅଭିଯୁକ୍ତଙ୍କ ମନ୍ତବ୍ୟକୁ ବିଜେଡି ଆଦୌ ଗୁରୁତ୍ୱ ଦେବାକୁ ଚାହୁଁନାହିଁ ବୋଲି ଶ୍ରୀମୟୀ କହିଛନ୍ତି।
କଂଗ୍ରେସ ଭବନଠାରେ ଏକ ଖବରଦାତା ସମ୍ମିଳନୀ କରି ବରିଷ୍ଠ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, ଏହି ହତ୍ୟାକାଣ୍ଡ ପଛରେ ସାଙ୍ଘାତିକ ଷଡ଼ଯନ୍ତ୍ର ଲୁଚି ରହିଛି। ଜଣେ କ୍ୟାବିନେଟ୍‌ ସହଯୋଗୀ ନିଜ ବିଭାଗର ପୋଲିସ କର୍ମଚାରୀଙ୍କ ଦ୍ୱାରା ହତ୍ୟା ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ। ତେଣୁ ନୈତିକତା ଦୃଷ୍ଟିରୁ ସେ ପଦତ୍ୟାଗ କରିବା ଉଚିତ। ନିଜ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ଜୀବନ ରକ୍ଷା କରିବାରେ ବିଫଳ ସରକାର ସାଧାରଣ ଜନତାଙ୍କ ସୁରକ୍ଷା କ’ଣ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଏକ ପ୍ରହସନ। ତେବେ ହାଇକୋର୍ଟର ଜଣେ ଅଧିଷ୍ଠିତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଦ୍ୱାରା ନବ ଦାସଙ୍କୁ ହତ୍ୟା ଘଟଣାର ତଦନ୍ତ ହେଉ ବୋଲି ପଞ୍ଚାନନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri