ନଚାଇଲା ଫ୍ୟୁଜନ ଟ୍ରାକ୍‌

ସନ୍ଧ୍ୟା ହେଉ ହେଉ ପ୍ରଦର୍ଶନୀ ପଡ଼ିଆକୁ ଛୁଟିଥିଲା ଲୋକଙ୍କ ସୁଅ। ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ରୁ ଆରମ୍ଭ ହୋଇଥିଲା ଡଟ୍‌ ଫେଷ୍ଟର ୯ମ ଦିନ। ହିନ୍ଦୀ ଗୀତ ‘ପରମ ସୁନ୍ଦରୀ’ ରାଜଧାନୀବାସୀଙ୍କୁ ଶେଷ ମନୋରଞ୍ଜନ ଭେଟି ଦେଇଥିଲା। ହଜାର ହଜାର ଦର୍ଶକ ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡା,ବଲିଉଡ୍‌ କଣ୍ଠଶିଳ୍ପୀ ସିଦ୍ଧାର୍ଥ ମହାଦେବନ, ଶିବମ ମହାଦେବନ ଓ ଶ୍ରୀନିଧି ଘଟାଟେଙ୍କ ଦ୍ୱାରା ପରିବେଷିତ ଫ୍ୟୁଜନ ଟ୍ରାକ୍‌ରେ ମନ ଖୋଲି ନାଚିଥିଲେ। ତାଳିମାଡ଼ ସହ ମୋବାଇଲ ଲାଇଟ୍‌ ଦେଖାଇ ଦର୍ଶକମାନେ କଳାକାରଙ୍କ ପ୍ରତି ଆଗ୍ରହ ପ୍ରଦର୍ଶନ କରିଥିଲେ। ଶେଷ ପ୍ରହରରେ କଳାକାରମାନଙ୍କୁ ପୋଲିସ୍‌ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ସମ୍ମାନିତ କରିଥିଲେ। ବିଏମସି ପରିଚାଳିତ ସହରାଞ୍ଚଳ ବାସହୀନ କେନ୍ଦ୍ରରୁ ୧୦୦ଜଣ ଅନ୍ତେବାସୀ ଯୋଗଦେଇଥିଲେ। ସେହିପରି କିନ୍ନର ସମାଜ କାର୍ଯ୍ୟକ୍ରମରେ ଯୋଗଦେଇ ବେଶ୍‌ ଉପଭୋଗ କରିଥିଲେ।

ବାପାଙ୍କ ଡେବ୍ୟୁ ଗୀତରୁ ଆରମ୍ଭକଲେ ସିଦ୍ଧାର୍ଥ-ଶିବମ୍‌
ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶଙ୍କର ମହାଦେବନ ଲୋକପ୍ରିୟ ସଙ୍ଗୀତ ‘ଦିଲ ଚାହାତା ହୈ’ରୁ ବଲିଉଡ୍‌ ସଙ୍ଗୀତ ଜଗତରେ ପାଦ ଦେଇଥିଲେ। ଏହି ଡେବ୍ୟୁ ଗୀତକୁ ଡଷ୍ଟ ଫେଷ୍ଟ ମଞ୍ଚରେ ଗାଇ ଦୁଇ ପୁଅ ସିଦ୍ଧାର୍ଥ ମହାଦେବନ୍‌ ଏବଂ ଶଙ୍କର ମହାଦେବନ୍‌ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ। ପରେ ପରେ ଉଭୟଙ୍କ ସହ ଲୋକପ୍ରିୟ ଗାୟିକା ଶ୍ରୀନିଧି ଘଟାଟେ ଯୋଗ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୩ କଣ୍ଠଶିଳ୍ପୀ ଫ୍ୟୁଜନ୍‌ ଟ୍ରାକରେ ୧୩ଟି ଗୀତ ଗାଇ ଦର୍ଶକଙ୍କୁ ମତୁଆଲା କରିଥିଲେ।
‘ସବ୍‌ସେ ଆଗେ ହୋଙ୍ଗେ ହିନ୍ଦୁସ୍ତାନୀ’
କାର୍ଯ୍ୟକ୍ରମ ଶେଷରେ ‘ସବସେ ଆଗେ ହୋଙ୍ଗେ ହିନ୍ଦୁସ୍ତାନୀ’ ଗୀତ ଦେଶପ୍ରେମ ଜାଗ୍ରତ କରିଥିଲା। ଦୁଇଦିନ ପରେ ସାଧାରଣତନ୍ତ୍ର ଦିବସ ହୋଇଥିବାରୁ ଏହି ଗୀତ ମାଧ୍ୟମରେ ସିଦ୍ଧାର୍ଥ-ଶିବମ୍‌ ଓ ଶ୍ରୀନିଧି ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ।
ଏହା ପୂର୍ବରୁ ତୃତୀୟ ପର୍ଯ୍ୟାୟରେ ଶ୍ରୀନିଧିଙ୍କ ସହ ଯୋଗ ଦେଇଥିବା ଦୁଇ ଦେବନଙ୍କ କଣ୍ଠରେ ‘ମନ୍‌ ମସ୍ତ ମଗନ୍‌…ତେରା ନାମ ଦୋହରାଏ’, ‘ତେରେ ନୈନାରେ’, ‘ସାଓ୍ବନ ମେଁ ଲଗ ଗୟୀ ଆଗ୍‌’, ‘ହଓ୍ବନ୍‌ କରେଙ୍ଗେ, ‘ମେଁ ସୌଦା କରା କରା’, ‘ଇସ୍କ ତେରା ତଡପାଓ୍ବେ’, ‘ଇଟ୍‌ସ ଦ ଟାଇଢ଼୍‌ ଟୁ ଡିସ୍କୋ’, ‘ପରମ ସୁନ୍ଦରୀ’, ‘ହେଲୋ, ହେଲୋ’ ଆଦି ୧୫ରୁ ଅଧିକ ଗୀତ ଗାଇଥିଲେ।
ପଞ୍ଜାବୀ ଗୀତରେ ଭାଙ୍ଗଡ଼ା କରାଇଲେ ଶ୍ରୀନିଧି
ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀନିଧି ଏକାଧିକ ପଞ୍ଜାବୀ ଗୀତ ପରିବେଷଣ କରିଥିଲେ। ଶ୍ରୀନିଧିଙ୍କ ଗୀତର ତାଳେ ତାଳେ ଓଡ଼ିଆ ଦର୍ଶକ ଭାଙ୍ଗଡ଼ା କରିବାକୁ ଲାଗିଥିଲେ॥ ‘ଲଙ୍ଗ ଗଓ୍ବାଚା’, ‘ତେନୁ ସୁଟ୍‌ ସୁଟ୍‌ କରଦା’ ଆଦି ଗୀତ ଦର୍ଶକଙ୍କ ମଧ୍ୟରେ ଯୋଶ ଭରିଦେଇଥିଲା। ‘ଚୁ ଚିଜ୍‌ ବଡ଼ି ହୈ ମସ୍ତ ମସ୍ତ’ ଅଧିକ ଉସତ୍ାହ ଖେଳାଇଥିଲା। ତେବେ ଏଥିରେ ସରଗମ୍‌ ଯୋଡ଼ିଥିଲେ ଶ୍ରୀନିଧି, ଯାହାକି ଭିନ୍ନ ମାହୋଲ ସୃଷ୍ଟି କରିଥିଲା। ‘ନସେ ସି ଚଢ଼ ଗୟୀ ହାଏ’ ଗୀତ ଦର୍ଶକଙ୍କୁ ରୋମାଞ୍ଚତ୍ତ କରିଥିଲା।
ତମା ତମାରେ ନାଚିଲେ ବିଦେଶୀ
ସିଦ୍ଧାର୍ଥ ମହାଦେବନ, ଶିବମ ମହାଦେବନ ଓ ଶ୍ରୀନିଧି ଘଟାଟେଙ୍କ ନନଷ୍ଟପ୍‌ ଫ୍ୟୁଜନ୍‌ ଟ୍ରାକକୁ ସବୁ ବର୍ଗର ଦର୍ଶକ ଉପଭୋଗ କରୁଥିବାବେଳେ ତମା..ତମା..ଲୋଗେ ତମା ଗୀତରେ ଦୁଇଜଣ ବିଦେଶୀ ସିଟରୁ ଉଠି ନାଚିବା ଆରମ୍ଭ କରିଦେଇଥିଲେ। ଏହି ହିନ୍ଦୀ ଗୀତକୁ ସେମାନେ ଗୁଣୁଗୁଣାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ଆଞ୍ଚଳିକ ଦର୍ଶକ ମଧ୍ୟ ସେମାନଙ୍କ ସହ ନାଚିବା ଆରମ୍ଭ କରିଦେଇଥିଲେ।

‘ମୁଁ ଖାଣ୍ଟି ଓଡ଼ିଆ ଝିଅ’

ଲୋକପ୍ରିୟ ପ୍ରଚ୍ଛଦପଟ ଗାୟିକା ଅସୀମା ପଣ୍ଡାଙ୍କ ଗୀତରୁ ଆରମ୍ଭ ହୋଇଥିଲା ୯ମ ଦିନର ପ୍ରଥମ ଗୀତ । ଜୟ ଜଗନ୍ନାଥ କହି ମଞ୍ଚକୁ ଓହ୍ଲାଇଥିଲେ ଅସୀମା । ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଗାଇ ଦୀର୍ଘ ସମୟ ଯାଏଁ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ‘ଏ ଫୁଲ କହ ଥରେ’, ‘ହାଏରେ ମୋର ରାନୀ ଗୁରୀ’, ‘ରିମ୍‌ଝିମ୍‌ ପାନୀ ବର୍ଷୁଥିଲା’, ‘ମୋତେ ଜିଏଫ୍‌ ବନେଇଦେଲା ଏ ଜିଗର ଓ୍ବାଲା’ ଆଦି ଗୀତ ଅସୀମାଙ୍କ କଣ୍ଠରେ ଶୁଣିବାକୁ ମିଳିଥିଲା। ଅସୀମାଙ୍କ ଗୀତର ତାଳେ ପାଦ ପକାଇ ଠୁମକା ଲଗାଇଥିଲେ ଯୁବପିଢ଼ି।

‘ନନ୍‌-ଷ୍ଟପ୍‌ ଭୁବନେଶ୍ୱର’, ଭୁବନେଶ୍ୱର ଲାଇଭ୍‌ କନଶର୍ଟ
୯ଦିନ ଧରି ରାଜଧାନୀବାସୀଙ୍କ ସମେତ ଅତିଥି ଓ ପର୍ଯ୍ୟଟକଙ୍କୁ ଝୁମାଇଥିବା ଡଟ୍‌ ଫେଷ୍ଟ୍‌ର ‘ଭୁବନେଶ୍ୱର ଲାଇଭ୍‌’ ମଙ୍ଗଳବାର ଶେଷ ହେଉଛି। ୧୦ମ ଦିନର ‘ନନ୍‌-ଷ୍ଟପ୍‌ ଭୁବନେଶ୍ୱର’ରେ ସୁଖବିନ୍ଦର ସିଂହ, ସଲମାନ୍‌ ୟୁସୁଫ ଖାନ୍‌, ପୱନଦୀପ ରାଜନ ଓ ଅରୁଣିତା କାଞ୍ଜିଲାଲଙ୍କ ଭଳି କଳାକାର ଦର୍ଶକଙ୍କୁ ମନୋରଞ୍ଜନ କରିବେ। ଏଥିସହ ଭୁବନେଶ୍ୱର ଲାଇଭ୍‌ କନ୍‌ଶର୍ଟ ଶେଷ ଦିନକୁ ଅଭୁଲା କରିଦେବ।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri