ଓଡ଼ିଶା ଦେଶର ଖଣି ରାଜଧାନୀ

ଭୁବନେଶ୍ୱର,୨୧।୧:  ଦେଶର ଭୌଗୋଳିକ ମାନଚିତ୍ରକୁ ଭଲ ଭାବେ ଅଧ୍ୟୟନ କଲେ ସ୍ପଷ୍ଟ ଭାବେ ଭାରତର ଖଣିଜ ସମ୍ପଦର ବିସ୍ତୃତ ମାନଚିତ୍ର ଦେଖାଯାଉଛି। ଏପରିକି ଖଣିଜ ସମ୍ପଦର କଥା ପଡ଼ିଲେ ଓଡ଼ିଶାର କଥା ଆଗ ଉଠିଥାଏ। କାରଣ ଓଡ଼ିଶା ଦେଶର ଖଣି ରାଜଧାନୀ ବୋଲି ବେଙ୍ଗଲ ଚ୍ୟାମ୍ବର ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି(ବିସିସିଆଇ)ର ଦିନିକିଆ ମିନେରାଲ, ମାଇନିଂ ଆଣ୍ଡ ମେଟାଲସ କନ୍‌କ୍ଲେଭରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବରିଷ୍ଠ ପ୍ରଶାସକ ତଥା ଖଣି ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ମତପ୍ରକାଶ କରିଛନ୍ତି। ସେହିଭଳି ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ୨୦୨୨ରେ ଶତପ୍ରତିଶତ କ୍ରୋମାଇଟ ଉତ୍ପାଦନ କରିଥିବା ବେଳେ ବକ୍ସସାଇଟ ୭୫%, ଆଇରନ ଓର୍‌ ୫୦% ଏବଂ କୋଇଲା ୨୫% ଉତ୍ପାଦନ କରିଛି। ଏପରିକି ୨୦୧୪-୧୫ରେ କେନ୍ଦ୍ର ସରକାର ଖଣିଜ ସମ୍ପଦର ସୁବିନିଯୋଗ ସହ ଏଥିରେ ସ୍ବଚ୍ଛତା ଅବଲମ୍ବନ ପାଇଁ ଖଣିଜ ସାମଗ୍ରୀ ଉତ୍ତୋଳନଠାରୁ ନିଲାମୀ ପର୍ଯ୍ୟନ୍ତ ସବୁ ସ୍ତରରେ ନୂତନ ବ୍ୟବସ୍ଥା ଓ ନୀତିରେ ଯଥେଷ୍ଟ ପରିବର୍ତ୍ତନ କରିଛନ୍ତି। ଫଳରେ ସରକାର ୫୦୦୦ କୋଟି ଟଙ୍କାର ରାଜସ୍ବ ବଦଳରେ ବର୍ତ୍ତମାନ ୫୦,୦୦୦ କୋଟି ଟଙ୍କାର ରାଜସ୍ବ ଖଣି କ୍ଷେତ୍ରରୁ ସଂଗ୍ରହ କରୁଛନ୍ତି। ବିଶେଷକରି ସ୍ଥାନୀୟ ସରକାର ସିଂହଭାଗ ରାଜସ୍ବ ପାଉଛନ୍ତି। ଉକ୍ତ ରାଜସ୍ବ ସମ୍ପୃକ୍ତ ରାଜ୍ୟର ଶିକ୍ଷା, ସ୍ବାସ୍ଥା,ପରିବେଶ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବିନିଯୋଗ ହେଉଛି ବୋଲି ଭରଦ୍ୱାଜ ମତପ୍ରକାଶ କରିଥିଲେ। ସେହିପରି ଉକ୍ତ କର୍ମଶାଳାରେ ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଭର୍ଚୁଆଲରେ ଯୋଗଦେଇ ରାଜ୍ୟ ସରକାରଙ୍କ ଖଣି ବିଭାଗର ଆଭିମୁଖ୍ୟ ଓ ସରକାରଙ୍କ ବିଭିନ୍ନ ପଦକ୍ଷେପ ସାଙ୍ଗକୁ ବିଗତ ଦିନର ସଫଳତା ଓ ଖଣିଜ ସାମଗ୍ରୀର ଉତ୍ପାଦନ ଏବଂ ଉତ୍ପାଦିତ ସାମଗ୍ରୀରୁ ସଂଗ୍ରହ ରାଜସ୍ବ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଅପରପକ୍ଷରେ ବିସିସିଆଇର ଅଧ୍ୟକ୍ଷ ତୁହିନୀ କୁମାର ମୁଖାର୍ଜୀ ସ୍ବାଗତ ଅଭିଭାଷଣ ପ୍ରଦାନ ସହ କର୍ମଶାଳାର ଆଭିମୁଖ୍ୟ ଓ ବର୍ତ୍ତମାନର ଖଣି ନିଲାମୀ ଓ ଖଣିଜ ସମ୍ପଦ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି ଟାଟା ଷ୍ଟିଲ୍‌ ମାଇନିଂର ଏମ୍‌ଡି ପଙ୍କଜ ସତିଜା ପୂର୍ବର ଖଣି ଓ ଖଣିଜ ସମ୍ପଦର ବ୍ୟବସ୍ଥା ଏବଂ ବର୍ତ୍ତମାନର ବ୍ୟବସ୍ଥା ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଧି ବ୍ୟବସ୍ଥା ଓ ସହଯୋଗ ସମ୍ପର୍କରେ ମତପ୍ରକାଶ କରିଥିଲେ। ସେହିପରି ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଖଣି ବିଭାଗର ନୀତି ଓ ସୁବଧା ସହ ନାଲ୍‌କୋର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଉଲ୍ଲେଖଯୋଗ୍ୟ, ଏହି ଦିନିକିଆ ମିନେରାଲ, ମାଇନିଂ ଆଣ୍ଡ ମେଟାଲସ କନ୍‌କ୍ଲେଭରେ ଟାଟା ଷ୍ଟିଲ୍‌, ନାଲ୍‌କୋ, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌, ଆଦିତ୍ୟ ବିର୍ଲା, ସେଲ୍‌ ଏବଂ ଏସ୍‌ଏନ୍‌ଏମ୍‌ ଗ୍ରୁପ୍‌ ଭଳି ୧୦ରୁ ଅଧିକ ଘରୋଇ ସଂସ୍ଥା ଉକ୍ତ କର୍ମଶାଳାରେ ଯୋଗଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ, ଅପରାହ୍ନରେ ୨ଟି ସେସନର ଆୟୋଜନ କରାଯାଇଥିଲା। ଉକ୍ତ ସେସନରେ ବହୁ ବିଶିଷ୍ଟ ଶିଳ୍ପପତି ଓ ଅଧିକାରୀମାନେ ଯୋଗ ଦେଇ ଖଣି ଓ ଶିଳ୍ପ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri