ସୀମିତ କର୍ମଚାରୀରେ ଚାଲିଛି କୃଷି ଜିଲା କାର୍ଯ୍ୟାଳୟ

ଚମ୍ପୁଆ,୨୦ା୧(ଡି.ଏନ୍‌.ଏ): କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି। କୃଷି ଜାତ ଦ୍ରବ୍ୟ ଅମଳ ବୃଦ୍ଧି ନିମନ୍ତେ ଆଧୁନିକ ଯନ୍ତ୍ରପାତି ସବ୍‌ସିଡ୍‌ ମାଧ୍ୟମରେ ଚାଷୀଙ୍କୁ ପ୍ରଦାନ କରୁଛନ୍ତି। ମାତ୍ର ଚାଷ ଓ ଚାଷୀଙ୍କୁ ସଫଳତାର ବାଟ ଦେଖାଉଥିବା ଚମ୍ପୁଆ କୃଷି ବିଭାଗରେ କର୍ମଚାରୀ ଅଭାବ କାରଣରୁ ଯୋଜନାର ସଫଳ ରୁପାୟନ ମିଳି ପାରୁନାହିଁ।
ଯେ, ଚମ୍ପୁଆ, ଯୋଡ଼ା, ଝୁମ୍ପୁରା ବ୍ଲକ୍‌କୁ ନେଇ ଗଠିତ ଉକ୍ତ କୃଷି ଜିଲା ଉପରେ ୬୧ ପଞ୍ଚାୟତର ୪୨୯ଟି ଗାଁର ଚାଷୀ ନିର୍ଭର କରି ଆସୁଛନ୍ତି। ଉଭୟ ରବି ଓ ଖରିପ୍‌ ଋତୁରେ ଚମ୍ପୁଆ ବ୍ଲକ୍‌ରେ ୨୧ ହଜାର ୯୫୮ ହେକ୍ଟର, ଝୁମ୍ପୁରା ବ୍ଲକ୍‌ରେ ୨୩ ହଜାର ୯୫୫ ହେକ୍ଟର ଓ ଯୋଡ଼ା ବ୍ଲକ୍‌ରେ ୧୩ ହଜାର ୨୭୭ ହେକ୍ଟରକୁ ମିଶାଇ ୫୯୧୯୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ କରାଯାଉଛି। ମାତ୍ର ବିଭାଗରେ ୩ ବ୍ଲକ୍‌ କୃଷି ଅଧିକାରୀ ପଦବୀ ଖାଲି ପଡ଼ିଛି। ସହକାରୀ କୃଷି ଅଧିକାରୀ ୬ ଜଣଙ୍କ ସ୍ଥାନରେ ୫ କାମ କରୁଛନ୍ତି। ସେହିପରି ୧୮ଜଣ କୃଷି ଅଧିଦର୍ଶକ ବଦଳରେ ୧୬ ରହିଥିବା ବେଳେ ଭି.ଏ.ଡବ୍ଲ୍ୟୁ ୨୭ ସ୍ଥାନରେ ୯ ଜଣ କାର୍ଯ୍ୟ କରୁଛନ୍ତି। ସେହିପରି ୧ଟି ସେକ୍ସନ ଅଫିସର ପଦରେ କେହି ନ ଥିବା ବେଳେ ୩ ସିନିୟର ଆସିଷ୍ଟାଣ୍ଡ ପଦବୀରେ ୨ ଜଣ ଅଛନ୍ତି। ଏପରିକି କାର୍ଯ୍ୟାଳୟରେ ଥିବା ସରକାରୀ ଗାଡ଼ି ଦୀର୍ଘ ଦିନରୁ ଅଚଳ ଅବସ୍ଥାରେ ପଡ଼ିରହିଛି। କର୍ମଚାରୀ ଅଭାବ କାରଣରୁ ସରକାରଙ୍କର କାଳିଆ, ବଳିଆ, ଏନଏଫଏସଏମ୍‌ ସ୍କିମ୍‌ ପ୍ରୋଗ୍ରାମ ଆଦି କାର୍ଯ୍ୟକୁ ଆଡ୍‌ଜେଷ୍ଟ କରି କରାଯାଉଥିବା ଜଣାଯାଇଛି। ଏ ନେଇ କୃଷି ଜିଲା ଅଧିକାରୀ ମନୋରଞ୍ଜନ ମଣ୍ଡଳ କହିଛନ୍ତି, କର୍ମଚାରୀ ଅଭାବରୁ କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଉପୁଜୁଛି। ଅନ୍ୟ କର୍ମଚାରୀମାନଙ୍କ ଦ୍ୱାରା ଏହାକୁ ସମାପନ କରାଯାଉଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri