ପୃଥିବୀର ବୟସ୍କା ମହିଳାଙ୍କ ପରଲୋକ, ମୃତ୍ୟୁ ବେଳକୁ ୧୧୮ ବର୍ଷରେ…

ପ୍ୟାରିସ,୧୮।୧ : ଦୁନିଆର ସର୍ବ ପୁରାତନ ମହିଳା ଫ୍ରେଞ୍ଚ ନନ ଲୁସିଲ ରାଣ୍ଡନଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୧୧୮ବର୍ଷ ବୟସରେ ଫ୍ରାନ୍ସର ଟୁଲନ ସହରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଣ୍ଡନଙ୍କ ମୁଖପାତ୍ର ଡେଭିଡ ଟାଭେଲା କହିଛନ୍ତି ଯେ ମଙ୍ଗଳବାର ଦିନ ରାତି ୨ ଟାରେ ତାଙ୍କର ଦେହାନ୍ତ ହୋଇଛି ଏବଂ ତାଙ୍କ ପ୍ରିୟଜନମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତଥାପି, ରାଣ୍ଡନଙ୍କର ଏକମାତ୍ର ଇଚ୍ଛା ଥିଲା ତାଙ୍କ ପ୍ରିୟ ଭାଇଙ୍କୁ ଭେଟିଥାନ୍ତେ।

ଟୁଲନର ମେୟର ହୁବର୍ଟ ଫାଲକୋ ଟୁଇଟରରେ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ ଲେଖିଛନ୍ତି, ମଙ୍ଗଳବାର ରାତିରେ ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କର ଦେହାନ୍ତ ହୋଇଛି।

ସୂଚନାଯୋଗ୍ୟ,ଗତ ବର୍ଷ ଜାପାନର ବିଶ୍ୱର ବୟସ୍କ ବ୍ୟକ୍ତି କେନ ତାନାକାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ୧୧୯ ବର୍ଷ ବୟସ ହୋଇଥିଲା। ତାନାକାଙ୍କ ମୃତ୍ୟୁ ପରେ, ୧୧୮ ବର୍ଷୀୟ ଲୁସିଲ ରାଣ୍ଡନ ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି ହୋଇଥିଲେ। ସେ ସିଷ୍ଟର ଆଣ୍ଡ୍ରେ ନାମରେ ମଧ୍ୟ ଜଣାଶୁଣା। ସେ ୧୯୦୪ ମସିହାରେ ଫ୍ରାନ୍ସର ଆଲାସେ ସହରରେ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ସେ ୧୯ ବର୍ଷ ବୟସରେ ରାଣ୍ଡନ କ୍ୟାଥୋଲିକ ହୋଇଥିଲେ। ଏହାର ଆଠ ବର୍ଷ ପରେ ସେ ଜଣେ ନନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri