Posted inଖେଳ

ପଏଣ୍ଟ ଭାଗକଲେ ଅଷ୍ଟ୍ରେଲିଆ-ଆର୍ଜେଣ୍ଟିନା

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ସୋମବାର ଅନୁଷ୍ଠିତ ଅଷ୍ଟ୍ରେଲିଆ-ଆର୍ଜେଣ୍ଟନା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ୩-୩ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ଭାଗ କରିଛନ୍ତି। ବିଶ୍ୱର ନମ୍ବର ୱାନ୍‌ ଦଳ ଆରମ୍ଭରୁ ଗୋଲ ସ୍କୋର କରି ଆଗୁଆ ରହିଥିଲେ ହେଁ ଆର୍ଜେଣ୍ଟିନା କଡ଼ା ଟକ୍କର ଦେଇ ଏକଦା ବିଜୟୀ ହେବା ସ୍ଥିତି ସୃଷ୍ଟି କରିଥିଲା। ମାତ୍ର ଶେଷ ମୁହୂର୍ତ୍ତ ଗୋଲ ବଳରେ ଅଷ୍ଟ୍ରେଲିଆ ମ୍ୟାଚ୍‌କୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା। ପୂରା ମ୍ୟାଚ୍‌ରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ଆର୍ଜେଣ୍ଟିନାର ମାର୍ଟିନ ଫେରେରୋ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ପୁଲ୍‌ ଏ’ରୁ କେଉଁ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ ଏବଂ କେଉଁ ୨ ଦଳ କ୍ରସ୍‌ ଓଭର ଖେଳିବେ ତାହା ୨୦ ତାରିଖରେ ହେବାକୁଥିବା ଲିଗ୍‌ ମ୍ୟାଚ୍‌ ପରେ ସ୍ପଷ୍ଟ ହେବ। ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ୨ଟି ଲେଖାଏ ମ୍ୟାଚ୍‌ରୁ ୪ ପଏଣ୍ଟ ଲେଖାଏ ପାଇଛନ୍ତି। ତେବେ ଗୋଲ ବ୍ୟବଧାନରେ ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି। ଫ୍ରାନ୍ସ ୩ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି।
ବିଶ୍ୱର ନମ୍ବର ୱାନ୍‌ ଦଳ ଅଷ୍ଟ୍ରେଲିଆ ପାରମ୍ପରିକ ଷ୍ଟାଇଲରେ ଆରମ୍ଭରୁ ଆକ୍ରମଣ କରି ଖେଳିଥିଲା। ମାତ୍ର ୭ ନମ୍ବର ଦଳ ଆର୍ଜେଣ୍ଟିନା କଡ଼ା ଟକ୍କର ଦେଇଥିଲା। ଫଳରେ ୫ମ ମିନିଟରେ ଆର୍ଜେଣ୍ଟିନାକୁ ପ୍ରଥମେ ପେନାଲ୍ଟି କର୍ନର ମିଳିଥିଲା। ମାତ୍ର ଅଷ୍ଟ୍ରେଲିଆ ଡିଫେଣ୍ଡରମାନେ ଏହାର ସଫଳ ପ୍ରତିହତ କରିଥିଲେ। କାଉଣ୍ଟର ଆକ୍ରମଣ କରି ଫାଇଦାରେ ରହିଥିଲା ଟୁର୍ନାମେଣ୍ଟରେ ସର୍ବାଧିକ ପଦକ ହାସଲକାରୀ ଦଳ। ୧୦ମ ମିନିଟ୍‌ରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଜେରେମି ହେୱାର୍ଡ ଅଷ୍ଟ୍ରେଲିଆକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ଆର୍ଜେଣ୍ଟିନା ଗୋଲ ପରିଶୋଧ ପାଇଁ ଉଦ୍ୟମକୁ ଜୋର୍‌ଦାର କରିଥିଲା। ୧୯ତମ ମିନିଟ୍‌ରେ ଦଳ ଏକ ପେନାଲ୍ଟି କର୍ନର ହାସଲ କରିଥିଲା, ଯାହାର ସଦୁପଯୋଗ କରିଥିଲେ ଡୋମେନେ ଟୋମାସ। ସେ ଗୋଲଟି ପରିଶୋଧ କରିଦେବାରୁ ମ୍ୟାଚ୍‌ ୧-୧ ସ୍ଥିତିକୁ ଚାଲିଆସିଥିଲା। ମାତ୍ର ଏହାପରେ ଅଷ୍ଟ୍ରେଲିଆ ଘନ ଘନ ଆକ୍ରମଣ କରିଥିଲା। ପ୍ରଥମାର୍ଦ୍ଧ ଶେଷପର୍ଯ୍ୟନ୍ତ ବଲ୍‌ ପ୍ରାୟତଃ ଆର୍ଜେଣ୍ଟିନା ହାଫ୍‌ରେ ରହିଥିଲା। ୩୦ତମ ମିନିଟରେ ଆର୍ଜେଣ୍ଟିନା ଡି’ ଏରିଆ ମଧ୍ୟରେ ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ ୨୩ ନମ୍ବର ଖେଳାଳି ଡାନିଏଲ ବାଏଲ ଏକ ଫିଲ୍ଡ ଗୋଲ ଦେଇ ଅଷ୍ଟ୍ରେଲିଆକୁ ପୁଣି ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷବେଳକୁ ଅଷ୍ଟ୍ରେଲିଆ ୨-୧ ଗୋଲରେ ଆଗୁଆ ରହିଥିଲା।
ଦ୍ୱିତୀୟାର୍ଦ୍ଧରୁ ଆରମ୍ଭ ହୋଇଥିଲା ଅସଲ ଖେଳ। ସହଜରେ ହାର୍‌ ମାନିବାକୁ ପ୍ରସ୍ତୁତ ନ ଥିଲା ଆର୍ଜେଣ୍ଟିନା। ୩୩ତମ ମିନିଟରେ ଏକ ଫିଲ୍ଡ ଗୋଲ ମାଧ୍ୟମରେ ଆର୍ଜେଣ୍ଟିନାର ମାଇକୋ କାସେଲା ମ୍ୟାଚ୍‌କୁ ସମାନ ୨-୨ ସ୍ଥିତିକୁ ନେଇ ଆସିଥିଲେ। ୪୭ତମ ମିନିଟ୍‌ରେ ଅଷ୍ଟ୍ରେଲିଆ କ୍ରମାଗତ ୨ଟି ପେନାଲ୍ଟି କର୍ନର ମିସ୍‌ କରିଥିବାବେଳେ ୪୯ତମ ମିନିଟରେ ବଲ୍‌ ପୋଜେଶନ ଅବସରରେ ନିଜକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖି ଆର୍ଜେଣ୍ଟିନା ପକ୍ଷରୁ ବହୁ ମୂଲ୍ୟବାନ୍‌ ଗୋଲଟି ସ୍କୋର କରିଥିଲେ ମାର୍ଟିନ ଫେରେରୋ। ୫୮ତମ ମିନିଟରେ ଉଭୟ ଦଳର ଅଧିକାଂଶ ଖେଳାଳି ମଝି ପଡ଼ିଆରେ ଥିବାବେଳେ ଆର୍ଜେଣ୍ଟିନା ଡିଫେଣ୍ଡର ମାରିଥିବା ଶଟ୍‌କୁ ପାଖରେ ଥିବା ଅଷ୍ଟ୍ରେଲିଆର ବ୍ଲେକ୍‌ ଗୋଭର୍ସ ଅଟକାଇ ଦେଇଥିଲେ। ଆର୍ଜେଣ୍ଟିନା ଗୋଲପୋଷ୍ଟରେ ବଡ଼ ଗ୍ୟାପ୍‌ର ସୁଯୋଗ ନେଇ ସେ ବଲ୍‌କୁ ପୋଷ୍ଟ ମଧ୍ୟକୁ ପଠାଇବାରେ ସକ୍ଷମ ହୋଇଥିଲେ। ଫଳରେ ମ୍ୟାଚ୍‌ ପୁଣି ସମାନ ସ୍ତରକୁ ଅର୍ଥାତ୍‌ ୩-୩କୁ ଚାଲିଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri