Posted inଖେଳ

ହକି ବିଶ୍ୱକପର ନିଆରା ଦର୍ଶକ

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି): ଜଣକ ଘର ଫ୍ରାନ୍ସ, ଆଉ ଜଣକର ଜର୍ମାନୀ। ମାତ୍ର ସେମାନେ ଚଳିତ ହକି ବିଶ୍ୱକପରେ କ୍ରମାଗତଭାବେ ଦକ୍ଷିଣ ଆଫ୍ରିକା ଦଳକୁ ସମର୍ଥନ କରି ଆସୁଛନ୍ତି। ଏହା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ, ମାତ୍ର ଏହା ସତ। ଭୁବନେଶ୍ୱର ଏବଂ ରାଉରକେଲାରେ ଏବେ ଚାଲିଛି ପୁରୁଷ ହକି ବିଶ୍ୱକପ। ଟୁର୍ନାମେଣ୍ଟ ଆରମ୍ଭରୁ ଦୁଇଜଣ ମହିଳା ଦର୍ଶକ କଳିଙ୍ଗ ଷ୍ଟାଡିୟମର ଓ୍ବେଷ୍ଟ ଷ୍ଟାଣ୍ଡରେ ଉପସ୍ଥିତ ରହି ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନେ ହେଲେ ଫ୍ରାନ୍ସର କାମିଲେ ଓ ଜର୍ମାନୀର ଜୋହାନା। ତେବେ ସେମାନଙ୍କ ମୁହଁରେ ଚିତ୍ରିତ ହୋଇଛି ଦକ୍ଷିଣ ଆଫ୍ରିକା ଜାତୀୟ ପତାକା। କାରଣ ସେମାନେ ଆରମ୍ଭରୁ ଷ୍ଟାଡିୟମ ଗ୍ୟାଲେରୀରେ ଉପସ୍ଥିତ ରହି ଦକ୍ଷିଣ ଆଫ୍ରିକା ଦଳକୁ ସମର୍ଥନ କରି ଆସିଛନ୍ତି। ସେମାନେ ଯେ କେବଳ ଦକ୍ଷିଣ ଆଫ୍ରିକା ମ୍ୟାଚକୁ ଦେଖିଛନ୍ତି ତା’ ନୁହେଁ ୧୩ ତାରିଖରେ ଅଷ୍ଟ୍ରେଲିଆ-ଫ୍ରାନ୍ସ, ୧୪ରେ ବେଲ୍‌ଜିୟମ-ଦକ୍ଷିଣ କୋରିଆ, ଜର୍ମାନୀ-ଜାପାନ, ୧୬ରେ ଆର୍ଜେଣ୍ଟିନା-ଅଷ୍ଟ୍ରେଲିଆ ମ୍ୟାଚକୁ ମଧ୍ୟ ମନଭରି ଉପଭୋଗ କରିଛନ୍ତି। ମଝିରେ ମଝିରେ ସେମାନେ ଛିଡ଼ା ହୋଇ ‘ହକି ହେ ଦିଲମେରା’ ଗୀତର ତାଳେତାଳେ ନୃତ୍ୟ ମଧ୍ୟ କରିଥାନ୍ତି। ପ୍ରକୃତ କଥା ହେଲା ଉଭୟ ହେଉଛନ୍ତି ଜଣେ ଜଣେ କ୍ଲବ ସ୍ତରର ହକି ଖେଳାଳି। କାମିଲେ ଓ ଜୋହାନା ଫ୍ରାନ୍ସର ଏକ କ୍ଲବ ପ୍ୟାରିସ ଜନ ବୌଇନ୍‌ (ପିଜେବି) ପକ୍ଷରୁ ହକି ଖେଳିଥାନ୍ତି। ସେମାନଙ୍କ କ୍ଲବର କେତେଜଣ ପୁରୁଷ ସଦସ୍ୟ ଦକ୍ଷିଣ ଆଫ୍ରିକା ଜାତୀୟ ଦଳ ପକ୍ଷରୁ ଖେଳୁଛନ୍ତି। ତେଣୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନେ ଷ୍ଟାଡିୟମରେ ଆରମ୍ଭରୁ ଉପସ୍ଥିତ ରହିଛନ୍ତି ଏବଂ ଦକ୍ଷିଣ ଆଫ୍ରିକା ଦଳକୁ ସମର୍ଥନ ଦେଇ ଆସିଛନ୍ତି। ”ଆମର ସମର୍ଥନ ସ୍ବାଭାବିକଭାବେ ଜାତୀୟ ଦଳ ଫ୍ରାନ୍ସ ଓ ଜର୍ମାନୀ ପ୍ରତି ରହିଛି। ଗତଥରର ଚାମ୍ପିୟନ ବେଲଜିୟମକୁ ମଧ୍ୟ ଆମେ ସମର୍ଥନ ଦେଉଛୁ। ତେବେ ଦକ୍ଷିଣ ଆଫ୍ରିକା ପାଇଁ ଆମ ହାର୍ଟ ବିଟ୍‌ ହେଉଛି। କାରଣ ଆମ କ୍ଲବର କେତେକ ଖେଳାଳି ଦକ୍ଷିଣ ଆଫ୍ରିକା ପକ୍ଷରୁ ଖେଳୁଛନ୍ତି। ସେମାନଙ୍କୁ ସମର୍ଥନ କରି ଆମେ ଖୁସି ଅଛୁ। ଦକ୍ଷିଣ ଆଫ୍ର୍ର୍ରିକା କ୍ରମାଗତ ୨ଟି ମ୍ୟାଚ ହାରି ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେବା ସ୍ଥିତିରେ ପହଞ୍ଚତ୍ ଯାଇଥିବା ସେମାନଙ୍କୁ ଦୁଃଖ ଦେଇଛି। ମାତ୍ର ଶେଷ ମ୍ୟାଚରେ ଏହି ଦଳ କିଛିଟା ଲଢ଼ୁଆ ପ୍ରଦର୍ଶନ କରିବ ବୋଲି ଉଭୟ ଆଶା ରଖିଛନ୍ତି। କଳିଙ୍ଗ ଷ୍ଟାଡିୟମର ପରିବେଶ ଓ ଦର୍ଶକଙ୍କ ଉପସ୍ଥିତି ଉଭୟ କାମିଲେ ଓ ଜୋହାନାଙ୍କୁ ବିମୋହିତ କରିଛି। ଏଠାରେ ସେ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ଘରୋଇ ପରିବେଶରେ ଖେଳୁଥିବାରୁ ଭାରତ ଟୁର୍ନାମେଣ୍ଟର ଅନ୍ୟତମ ଟାଇଟଲ ଫେଭରାଇଟ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri