ମେଳାରୁ ୨୦ କୋଟି କାରବାରର ଲକ୍ଷ୍ୟ

ଭୁବନେଶ୍ୱର,୧୬।୧: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସହଯୋଗୀ ସଂସ୍ଥା ଓର୍‌ମାସ ପକ୍ଷରୁ ଏକ ୧୭ଦିନିଆ ଜାତୀୟସ୍ତରୀୟ ପ୍ରଦର୍ଶନୀ ‘ଶିଶିର ସରସ-୨୦୨୩’ର ଆୟୋଜନ କରାଯାଇଛି। ଏପରିକି ଚଳିତ ବର୍ଷ ଜାନୁୟାରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ସ୍ଥାନୀୟ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ଆୟୋଜିତ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଉକ୍ତ ପ୍ରଦର୍ଶନୀରେ ୨୪ଟି ରାଜ୍ୟ ଓ ଓଡ଼ିଶାର ୩୦ ଜିଲାର ସବୁବର୍ଗର ବ୍ୟବସାୟୀ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି, ଏସ୍‌ଏଚ୍‌ଜି ସମେତ ଅନେକ ସରକାରୀ ଉଦ୍ୟୋଗ ଓ ପ୍ରତିଷ୍ଠାନ ଏବଂ ବିଭାଗ ମଧ୍ୟ ସାମିଲ ହୋଇଛନ୍ତି।

ବିଶେଷକରି ଶିଶିର ସରସରେ ମୋଟ ୩୫୬ ଷ୍ଟଲ ଥିଲାବେଳେ ଓଡ଼ିଶାର ବିଭିନ୍ନ ଜିଲାରୁ ୧୦୮ ଜଣ ସବୁ ବର୍ଗର ବ୍ୟବସାୟୀ ଓ ୨୪ଟି ରାଜ୍ୟର ୧୨୦ ଜଣ ବ୍ୟବସାୟୀଙ୍କ ସାଙ୍ଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ପ୍ରତିଷ୍ଠାନର ୧୦୦ଟି ଷ୍ଟଲ ମଧ୍ୟ ସାମିଲ ହୋଇଛି। ସେହିଭଳି ପ୍ରଦର୍ଶନୀ ପରିସରକୁ ଆସୁଥିବା ଦର୍ଶକଙ୍କ ଭିଡକୁ ଆଖି ଆଗରେ ରଖି ଓରମାସ ପକ୍ଷରୁ ୨୮ଟି ଫୁଡ୍‌ ଷ୍ଟଲର ବ୍ୟବସ୍ଥା କରାଯାଇଛି। ଏପରିକି ଚଳିତ ବର୍ଷର ପ୍ରଦର୍ଶନୀକୁ ଅଧିକ ରୋମାଞ୍ଚ ଓ ଆକର୍ଷଣୀୟ କରିବା ପାଇଁ ଓରମାସ ପକ୍ଷରୁ ପ୍ରତିଦିନ ସାଂସ୍କୃତିକ ସନ୍ଧ୍ୟା ସହ ଓ୍ବେଲଫି ଜୋନ ଏବଂ ହକି ପାଭିଲିୟନ ଭଳି ଅନେକ ସେବା ଓ ସୁବିଧା ଦର୍ଶକଙ୍କ ପାଇଁ ଆୟୋଜନ କରାଯାଇଛି।

ବିଶେଷକରି ଚଳିତ ବର୍ଷ ଏକା ସାଙ୍ଗରେ ହକି, ଶିଶିର ସରସ ଓ ଡଟ୍‌ ଫେଷ୍ଟ ଭଳି ପ୍ରମୁଖ ମନୋରଞ୍ଜନର ସମୟ ସବୁ ବର୍ଗର ଲୋକଙ୍କ ନିକଟରେ ପହଞ୍ଚତ୍ଛି। ସେଥିପାଇଁ ପ୍ରଦର୍ଶନୀରୁ ଭଲ କାରବାର ହେବାର ଆଶା କରାଯାଉଛି। ସେହିପରି କୋଭିଡ କଟକଣା ଯୋଗୁ ୨୦୨୦-୨୧ରେ ଶିଶିର ସରସ ହୋଇପାରି ନଥିଲା ହେଲେ ୨୦୨୧-୨୨ ବର୍ଷରେ ୮.୨ କୋଟି ଟଙ୍କା କାରବାର ହୋଇଥିଲା। କୋଭିଡ ଯୋଗୁ କାରବାର ମାନ୍ଦା ଥିଲେ ମଧ୍ୟ ବ୍ୟବସାୟୀ ସେମାନଙ୍କର ମୂଳ ସହ ଆଂଶିକ ଲାଭ ସଂଗ୍ରହ କରିବାରେ ସଫଳ ହୋଇଥିଲେ। ଏପରିକି ୨୦୧୯-୨୦ ବର୍ଷରେ ପ୍ରାୟ ୧୪ କୋଟି ଟଙ୍କାର କାରବାର ହୋଇଥିଲା।

ଚଳିତ ଥର ଭୁବନେଶ୍ୱରରେ ଏକପ୍ରକାର ମହୋତ୍ସବର ମାହଲ ରହିଥିବାରୁ କାରବାର ଭଲ ହେବା ସହ ୨୦୨୨-୨୩ରେ ପ୍ରାୟ ୨୦ କୋଟି ଟଙ୍କାର କାରବାର ହେବ ବୋଲି ଓରମାସ ପକ୍ଷରୁ ଆକଳନ କରାଯାଇଛି। ଅପରପକ୍ଷରେ ମେଳାର ୩ୟ ଦିନରେ ମଧ୍ୟ ଜନସମାଙ୍ଗମ ରହିଥିଲା। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରବିବାର ପ୍ରାୟ ୩ କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା ଆକଳନ କରାଯାଉଛି। ବିଶେଷକରି ସାରା ଦେଶର ବ୍ୟବସାୟୀ ଗୋଟିଏ ସ୍ଥାନରେ ଏକତ୍ର ହେବା ଏବଂ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ସାଙ୍ଗକୁ କାରବାର ମଧ୍ୟ ସେହି ତୁଳନାରେ ହୋଇଥାଏ ବୋଲି ବ୍ୟବସାୟୀମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri