ଡିସେମ୍ବରରେ ସୁନା ଆମଦାନୀ ହ୍ରାସ

ନୂଆଦିଲ୍ଲୀ,୧୩।୧:ଦୀର୍ଘ ବର୍ଷ ହେବ ଭାରତର ସୁନା ଆମଦାନୀ ଅନ୍ୟ ଆମଦାନୀ ଦେଶ ତୁଳନାରେ ବେଶ୍‌ ଅଧିକ ଓ ରେକର୍ଡ ସ୍ତରରେ ରହୁଥିଲା। ହେଲେ ୨୦୨୨ ଡିସେମ୍ବରରେ ଦେଶର ସୁନା ଆମଦାନୀ ହଠାତ୍‌ କମିଯାଇଛି। ଏପରିକି ୨୦୨୧ର ସମାନ ଅବଧି ତୁଳନାରେ ଏହି ପରିମାଣ ୭୯% କମ୍‌ ବୋଲି କୁହାଯାଉଛି। ବିଶେଷ କରି ଘରୋଇ ବଜାରରେ ସୁନା ଦର ଉଚ୍ଚ ସ୍ତରରେ ରହିଥିବାରୁ ଗ୍ରାହକଙ୍କ ମଧ୍ୟରେ ଚାହିଦା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ସେହିଭଳି ଗତ ବର୍ଷ ଡିସେମ୍ବରରେ ବିଭିନ୍ନ ଜାତୀୟ ସମସ୍ୟା ଓ ପାର୍ବଣ ଋତୁ ନ ଥିବାରୁ ସୁନା କ୍ରୟ ଚାହିଦା ମଧ୍ୟ ବ୍ୟାପକ ପରିମାଣରେ ହ୍ରାସ ପାଇଛି। ଅପରପକ୍ଷରେ ସୁନା ବଜାର ଚାହିଦା କମ୍‌ ଥିବାରୁ ଆମଦାନୀ ମଧ୍ୟ ସେହି ତୁଳନାରେ ହ୍ରାସ ପାଇଥିବା ଆକଳନ କରାଯାଉଛି। ସେହିପରି ୨୦୨୧ ଡିସେମ୍ବରରେ ଭାରତର ସୁନା ଆମଦାନୀ ୯୫ ଟନ୍‌ ଥିବାବେଳେ ୨୦୨୨ ଡିସେମ୍ବରରେ ତାହା ମାତ୍ର ୨୦ଟନ୍‌କୁ କମି ଆସିଥିଲା। ଏପରିକି ହଠାତ୍‌ ସୁନା ଆମଦାନୀ ଏତେ ପରିମାଣର ହ୍ରାସ ପାଇବାରୁ ବଜାର ବିଶେଷଜ୍ଞମାନଙ୍କୁ ବି ଆଶ୍ଚର୍ଯ୍ୟ କରିଛି। ଜାତୀୟ ଓ ଅନ୍ତର୍ଜାତୀୟ ଭୌଗୋଳିକ ସମସ୍ୟା ସାଙ୍ଗକୁ ସୁନା ମୂଲ୍ୟ ବୃଦ୍ଧି ଆମଦାନୀ ହ୍ରାସର ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଥିବା ବେଳେ ଉଭୟ ବଜାର ଓ ସୁନା ମୂଲ୍ୟ ଦୃଷ୍ଟିରୁ ଦେଖିଲେ ୨୦୨୧ ଡିସେମ୍ବରରେ ଭାରତ ୪.୭୩ ବିଲିୟନ ଡଲାର ମୂଲ୍ୟର ସୁନା ଆମଦାନୀ କରିଥିବାବେଳେ ୨୦୨୨ ଡିସେମ୍ବରରେ ୧.୧୮ ବିଲିୟନ ଡଲାରର ସୁନା ଆମଦାନୀ କରିଥିଲା। ଉଲ୍ଲେଖଯୋଗ୍ୟ, ଭାରତ ବିଶ୍ବର ୨ୟ ବୃହତ୍ତମ ସୁନା ଆମଦାନୀକାରୀ ହୋଇଥିବାବେଳେ ଏଥିପାଇଁ ବିପୁଳ ପରିମାଣରେ ବିଦେଶୀ ମୁଦ୍ରା ବ୍ୟୟ କରିବାକୁ ପଡ଼ିଥାଏ। ଏଣୁ ସୁନା ଆମଦାନୀ କମିବା ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ପାଇଁ ଶୁଭଙ୍କର ବୋଲି ଅର୍ଥ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସୂଚନାଯୋଗ୍ୟ, ଆମଦାନୀ ହ୍ରାସ ମଧ୍ୟ ବାଣିଜ୍ୟ ନିଅଣ୍ଟ ହ୍ରାସ କରିବାରେ ବେଶ୍‌ ସହାୟକ ହେବ ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri