କ୍ଷମତା ଗଲାପରେ ବିଦ୍ରୋହ

ବ୍ରାସିଲିଆ,୧୦ା୧: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ସମର୍ଥକମାନେ ରବିବାର ରାଜଧାନୀ ବ୍ରାସିଲିଆରେ ଥିବା ଦେଶର ପାର୍ଲାମେଣ୍ଟ (କଂଗ୍ରେସ ଭବନ), ରାଷ୍ଟ୍ରପତି ଭବନ ଏବଂ ସୁପ୍ରିମକୋର୍ଟ ସମେତ ବିଭିନ୍ନ ସରକାରୀ ବିଲ୍ଡିଂରେ ଧସେଇ ପଶି ହଙ୍ଗାମା କରିଛନ୍ତି। ରାଷ୍ଟ୍ରପତି ଭବନ ପ୍ଲାନାଲ୍ଟୋ ପ୍ୟାଲେସ୍‌ ବାହାରେ ବୋଲସୋନାରୋଙ୍କ ସମର୍ଥକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟିଥିଲା। ଦଙ୍ଗାକାରୀମାନେ କଂଗ୍ରେସ ଭବନ ମଧ୍ୟକୁ ଧସେଇ ପଶିବାରୁ ସେମାନଙ୍କୁ ତଡ଼ିବା ଲାଗି ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଲୁଇସ୍‌ ଇନାସିଓ ଲୁଲା ଡା ସିଲ୍‌ଭା ବ୍ରାଜିଲ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାର ସପ୍ତାହେ ପରେ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକମାନେ ଏଭଳି ଦଙ୍ଗା ସୃଷ୍ଟି କରିଛନ୍ତି। ସେମାନେ ସରକାରୀ ବିଲ୍ଡିଂଗୁଡ଼ିକର କବାଟ ଝରକା ଭଙ୍ଗାରୁଜା କରିବା ସହ କେତେକ ଗାଡ଼ି ପୋଡ଼ିଦେଇଛନ୍ତି। ସୁରକ୍ଷା ବଳ ଯେପରି ବିଲ୍ଡିଂରେ ପ୍ରବେଶ କରି ନ ପାରିବେ, ସେଥିପାଇଁ ଦଙ୍ଗାକାରୀମାନେ ଆସବାବପତ୍ରଗୁଡ଼ିକୁ ବ୍ୟାରିକେଡ୍‌ ଭାବେ ବ୍ୟବହାର କରିଥିଲେ।
ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକମାନଙ୍କୁ ଦଣ୍ଡିତ କରିବାକୁ ରାଷ୍ଟ୍ରପତି ଲୁଲା ପ୍ରତିଜ୍ଞା କରିଛନ୍ତି। ରାଜଧାନୀ ବ୍ରାସିଲିଆରେ ଯାହା ଘଟିଲା, ତାହା ଅତ୍ୟନ୍ତ ବର୍ବରୋଚିତ ଏବଂ ସୁରକ୍ଷାର ଅଭାବ ବୋଲି ଲୁଲା କହିଛନ୍ତି। ବୋଲସୋନାରୋଙ୍କ ଫାସିବାଦୀ ସମର୍ଥକମାନେ କଂଗ୍ରେସ ଭବନ, ସୁପ୍ରିମକୋର୍ଟ ଏବଂ ପ୍ଲାନାଲ୍ଟୋ ପ୍ରେସିଡେନ୍ସିଆଲ୍‌ ପ୍ୟାଲେସ୍‌ ବାହାରେ ସଶସ୍ତ୍ର ବଳର ବ୍ୟାରିକେଡ୍‌କୁ ଭାଙ୍ଗି ଧସେଇ ପଶିଥିଲେ। ରାଜନୀତିରେ ଏହି ଖଳ ଲୋକମାନଙ୍କୁ ଖୋଜି ବାହାର କରାଯାଇ ଦଣ୍ଡିତ କରାଯିବ ବୋଲି ଲୁଲା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।
ରବିବାର ସକାଳେ ବହୁସଂଖ୍ୟାରେ ଲୋକେ କଂଗ୍ରେସ ଭବନ ଅଭିମୁଖେ ଯାଉଥିବା ଦେଖାଯାଇଥିଲା। ସେମାନେ କଂଗ୍ରେସ ନିମ୍ନ ସଦନ ବାହାରେ ଥିବା ଗ୍ରୀନ୍‌ ରୁମ୍‌ରେ ପହଞ୍ଚତ୍ଥିଲେ ବୋଲି ଅନ୍ତରୀଣ ସିନେଟ ଅଧ୍ୟକ୍ଷ ଭେନେଜିଆନୋ ଭିଟଲ ଡୋ ରୋଗୋ କହିଛନ୍ତି। ବୋଲସୋନାରୋଙ୍କ ଅନ୍ୟ ସମର୍ଥକମାନେ ସୁପ୍ରିମକୋର୍ଟ ଓ ରାଷ୍ଟ୍ରପତି ଭବନରେ ପ୍ରବେଶ କରୁଥିବା ଦେଖାଯାଇଥିଲା। ସେତେବେଳକୁ ସେଠାରେ ଦଙ୍ଗାନିରୋଧୀ ପୋଲିସ ଓ ବ୍ରାଜିଲୀୟ ସଶସ୍ତ୍ର ବଳ ପହଞ୍ଚତ୍ ସାରିଥିଲେ। ବିକ୍ଷୋଭକାରୀମାନେ କଂଗ୍ରେସ ଭବନ କାର୍ପେଟରେ ନିଆଁ ଲଗାଇବାକୁ ଉଦ୍ୟମ କଲାବେଳେ ସ୍ପିଙ୍କଲର ସିଷ୍ଟମ୍‌କୁ ଆକ୍ଟିଭେଟ୍‌ କରାଯିବାରୁ ଗୃହରେ ପାଣି ଭର୍ତ୍ତି ହୋଇଯାଇଥିଲା। ଦଙ୍ଗାକାରୀମାନେ ବିଲ୍ଡିଂରେ ଥିବା ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ଉପହାର ଓ ଅନ୍ୟାନ୍ୟ କାରୁକାର୍ଯ୍ୟ ଭଙ୍ଗାରୁଜା କରୁଥିବା ଅନ୍ୟ ଭିଡିଓରୁ ଦେଖାଯାଇଛି। ବୋଲସୋନାରୋ ମଧ୍ୟ ତାଙ୍କ ସମର୍ଥକମାନଙ୍କ କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଶାନ୍ତିପୂର୍ଣ୍ଣ ଓ ଆଇନସମ୍ମତ ପ୍ରତିବାଦ ଗଣତନ୍ତ୍ରର ଅଂଶ ହୋଇଥିବାବେଳେ ସରକାରୀ ବିଲ୍ଡିଂରେ ଧସେଇ ପଶି ଭଙ୍ଗାରୁଜା କରିବା ନିୟମବିରୁଦ୍ଧ ବୋଲି ସେ ଟୁଇଟ୍‌ କରିଛନ୍ତି। ଗତବର୍ଷ ଅକ୍ଟୋବର ୩୦ରେ ବ୍ରାଜିଲ ନିର୍ବାଚନରେ ବୋଲସୋନାରୋଙ୍କୁ ହରାଇ ଲୁଲା ଡା ସିଲ୍‌ଭା କ୍ଷମତାକୁ ଆସିଥିଲେ। ତେବେ ବୋଲସୋନାରୋ ଓ ତାଙ୍କ ସମର୍ଥକମାନେ ପରାଜୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ। ବ୍ରାସିଲିଆରେ ରବିବାର ଘଟିଥିବା ବିଶୃଙ୍ଖଳିତ କାର୍ଯ୍ୟକୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ଦେଶର ନେତାମାନେ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri