Posted inରାଜ୍ୟ

ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ: ଚଳିତ ବର୍ଷ ଦୁର୍ଘଟଣା ନେଇଛି ୮୮ ଜୀବନ

ଅନୁଗୋଳ ଅଫିସ, ୨୬।୭-ରାସ୍ତା ଦୁର୍ଘଟଣା ନିୟନ୍ତ୍ରଣ ଓ ଏଥିଜନିତ ମୃତ୍ୟୁ ସଂଖ୍ୟା କମାଇବା ଉପରେ ଗୁରୁବାର ଅନୁଷ୍ଠିତ ଜିଲା ସଡ଼କ ସୁରକ୍ଷା କମିଟି ବୈଠକରେ ଜିଲାପାଳ ମନୋଜ କୁମାର ମହାନ୍ତି ଗୁରୁତ୍ୱ ଦେଇଛନ୍ତି। ଚଳିତ ବର୍ଷ ଜିଲାରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବୈଠକରେ ସୂଚନା ଦିଆଯାଇଥିଲା। ଏପରି କି ରନ୍ତଲେଇଠାରୁ ଭୂଷଣ ପର୍ଯ୍ୟନ୍ତ ରାଜରାସ୍ତା ମରଣଯନ୍ତା ପାଲଟିଥିବା ବୈଠକରେ ଆଲୋଚନା ହୋଇଥିଲା। ସେହିପରି ଢେଙ୍କାନାଳରୁ ସମ୍ବଲପୁର ଯାଇଥିବା ଜାତୀୟ ରାଜପଥରେ ୧୯ଟି ବ୍ଲାକ ସ୍ପଟ୍‌ ଚିହ୍ନଟ ହୋଇଥିବା ଜାତୀୟ ରାଜପଥ ପକ୍ଷରୁ କୁହାଯାଇଛି।
ବୈଠକରୁ ଜଣାପଡିଛି, ଜିଲାରେ ବିଭିନ୍ନ ରାସ୍ତାରେ ଘଟିଥିବା ଦୁର୍ଘଟଣାରେ ୨୦୧୮ ଜାନୁୟାରୀ ୧ ତାରିଖରୁ ଡିସେମ୍ବର ୩୧ ମଧ୍ୟରେ ସମୁଦାୟ ୪୬୦ଟି ଦୁର୍ଘଟଣା ଘଟି ୪୪୨ ଜଣ ଆହତ ହୋଇଥିବାବେଳେ ୨୧୫ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଚଳିତ ବର୍ଷ ଜାନୁୟାରୀ ୧ରୁ ମେ ୩୧ ମଧ୍ୟରେ ୧୮୧ ଦୁର୍ଘଟଣା ଘଟି ୧୫୭ ଜଣ ଆହତ ହୋଇଥିବାବେଳେ ୮୮ ଜଣଙ୍କ ମୃତ୍ୟୁ ଘଟିଥିବା ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଧନଞ୍ଜୟ ସେନାପତି ସୂଚନା ଦେଇଥିଲେ। ବିଶେଷ କରି ୫୫ ନମ୍ବର ଜାତୀୟ ରାଜପଥର ରନ୍ତଲେଇଠାରୁ ଭୂଷଣ ପର୍ଯ୍ୟନ୍ତ ରାସ୍ତାରେ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏହି ରାସ୍ତାର ମରାମତି କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ ଢେଙ୍କାନାଳକୁ ବାରମ୍ବାର ଅନୁଗୋଳ ଜିଲାପାଳ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଜିଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ। ଜାତୀୟ ରାଜପଥ ଓ ଏହାର ଶାଖା ରାସ୍ତାଗୁଡ଼ିକରେ ହମ୍ପସ ବଦଳରେ ରମ୍ବଲର୍ସ ପ୍ରତିଷ୍ଠା କରିବା ସହ ସାଙ୍କେତିକ ଚିହ୍ନ ଓ ରାସ୍ତା ମଝିରେ ଧଳା ଟ୍ରାକ କରିବାକୁ ରାସ୍ତା ନିର୍ମାଣକାରୀ ସଂସ୍ଥା ଓ ଉଭୟ ଜାତୀୟ ରାଜପଥ ପ୍ରାଧିକରଣର କର୍ତ୍ତୃପକ୍ଷଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ହେଲମେଟ ଯାଞ୍ଚ କଡାକଡି କରାଯାଇ ଅଧିକ ଜରିମାନା ଆଦାୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିନା ହେଲମେଟରେ ବାଇକ୍‌ ଚାଳକଙ୍କ ଗାଡ଼ି ନମ୍ବରକୁ ସିସିଟିଭି କ୍ୟାମେରାରେ ଟ୍ରାକ୍‌ କରାଯାଇ ଚାଳକଙ୍କ ଘରକୁ ସମନ ପଠାଯାଇ ଜରିମନା ଆଦାୟ କରାଯିବ ବୋଲି ବୈଠକରେ ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି। ଆଗାମୀ ଦିନରେ ସହରର ପ୍ରମୁଖ ସ୍ଥାନଗୁଡିକରେ ସିସିଟିଭି ଲଗାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ସେହିପରି ଜାତୀୟ ରାଜପଥରେ ପାଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିପାଇଁ ଜାତୀୟ ରାଜପଥର ପ୍ରତି ୫୦ କିମି ବ୍ୟବଧାନରେ ଆବଶ୍ୟକ ହେଉଥିବା ଗୋଟିଏ ଲେଖାଏଁ ଗାଡ଼ି ଜାତୀୟ ରାଜପଥ ପ୍ରାଧିକରଣ ସମ୍ପୃକ୍ତ ଥାନାକୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଦ୍ରୁତଗତିରେ ଓ ମଦ୍ୟପାନ କରି ଗାଡ଼ି ଚାଳନା ଉପରେ ରୋକ ଲଗାଯିବାକୁ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଅନୁଗୋଳରୁ ସମ୍ବଲପୁର ପର୍ଯ୍ୟନ୍ତ ୧୨୩ କିମି ରାସ୍ତା ମଧ୍ୟରେ ୯ଟି ବ୍ଲାକ ସ୍ପଟ୍‌ ଚିହ୍ନଟ ହୋଇଛି। ଅନୁଗୋଳରୁ ଢେଙ୍କାନାଳ ପର୍ଯ୍ୟନ୍ତ ୬୧ କିଲୋମିଟର ରାସ୍ତା ମଧ୍ୟରେ ୧୦ଟି ବ୍ଲାକ ସ୍ପଟ୍‌ ଚିହ୍ନଟ କରାଯାଇଛି। ଏହି ସ୍ଥାନଗୁଡ଼ିକରେ ସାଙ୍କେତିକ ଚିହ୍ନ ଓ ରମ୍ବଲର୍ସ ପ୍ରତିଷ୍ଠା କରାଯାଇଛି ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ। ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବସନ୍ତ କୁମାର ପ୍ରଧାନ, ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ସମରେନ୍ଦ୍ର ପଟ୍ଟନାୟକ, ଜିଲା ଟ୍ରକ ମାଲିକ ସଂଘର ସମ୍ପାଦକ ଅକ୍ଷୟ କୁମାର ସାମନ୍ତ, ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ସମ୍ବଲପୁର ଜାତୀୟ ରାଜପଥ ପ୍ରାଧିକରଣ ଜିଏମ ଆର ଭେଙ୍କଟେଶ୍ୱର ଓ ଢେଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣ ଜିଏମ୍‌ ପିକେ ଭାରତୀ ଓ ସାମାଜିକ କର୍ମୀ କଲ୍ୟାଣ କିଶୋର ମହାନ୍ତିଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

ଆଜି ଆସୁଛନ୍ତି ଜେ.ପି. ନଡ୍ଡା, ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଯାଜପୁର ରୋଡ୍‌ ଜିଆର୍‌ଓପି ହେବ ଜିଆର୍‌ପିଏସ୍‌

ଯାଜପୁର,୨୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନ (ଜେଜେକେଆର) ‘ଏ’ ବର୍ଗ ସତ୍ତ୍ବେ ଏଠାରେ ଦୀର୍ଘଦିନ ଧରି ଗର୍ଭମେଣ୍ଟ ରେଲଓ୍ବେ ଆଉଟପୋଷ୍ଟ (ଜିଆର୍‌ଓପି) ରହିଛି। ମାତ୍ର ୨ ଜଣ...

ନୂଆ ବସ୍‌ଷ୍ଟାଣ୍ଡରେ ରହୁନାହିଁ ବସ୍‌

ଆଳି,୨୮ା୪(ବନମାଳୀ ସେନାପତି)ଦୀର୍ଘ ଦଶନ୍ଧି ଧରି କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଦେଇ ଆଳିରୁ ଦୈନିକ ୫୦ରୁ ଊର୍ଦ୍ଧ୍ୱ ଘରୋଇ ବସ୍‌ କଟକ ଭୁବନେଶ୍ୱର ଯାତାୟାତ କରୁଛି। ବସ୍‌ରେ...

୬୪ ଗାଁ ଚିହ୍ନଟରେ ସୀମିତ ସୁନାମି ମୁକାବିଲା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ। ଏହି ଜିଲାକୁ ପ୍ରତିବର୍ଷ ବନ୍ୟା, ବାତ୍ୟା ସହିତ ସୁନାମି ଭୟ ରହିଛି। ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ...

ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ

ଜଗତ୍‌ସିଂହପୁର, ୨୮ା୪ (ପ୍ରମୋଦ କୁମାର ନାୟକ)୨୦୧୦ରେ ତିର୍ତ୍ତୋଲ ବ୍ଲକ ପୁଟିଙ୍ଗ ଗ୍ରାମ ଅଧୀନ ୪ନଂ. ୱାର୍ଡରେ ଅଙ୍ଗନୱାଡି କେନ୍ଦ୍ର-୨ ଖୋଲା ଯାଇଥିଲା। କିନ୍ତୁ ଏହି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri