Posted inଜାତୀୟ

ମେଡ ଇନ ଇଣ୍ଡିଆ କଫ୍‌ ଶିରପ ମାରାତ୍ମକ: ଜୟରାମ ରମେଶ

ନୂଆଦିଲ୍ଲୀ,୨୯।୧୨: ମଧ୍ୟ ଏସିଆ ଦେଶ ଉଜବେକିସ୍ତାନରରେ ଏକ ଭାରତୀୟ କଫ୍‌ ସିରପ୍‌ ପିଇ ୧୮ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଉଜବେକିସ୍ତାନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି, ଏହା ଏକ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀର କାଶ ସିରପ ଡକ -୧ ମ୍ୟାକ୍ସ ପିଇ ଶିଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଭାରତରେ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ନେତା ଜୟରାମ ରମେଶ ମେଡ ଇନ ଇଣ୍ଡିଆ କଫ୍‌ ସିରପ୍‌କୁ ମାରାତ୍ମକ ବୋଲି ମଧ୍ୟ କହିଛନ୍ତି।
ରମେଶ ଟୁଇଟ୍‌ କରି କହିଛନ୍ତି, ମେଡ ଇନ ଇଣ୍ଡିଆ ସିରପ୍‌ ମାରାତ୍ମକ ମନେହୁଏ। ପୂର୍ବରୁ ଗାମ୍ବିଆରେ ୭୦ ପିଲାଙ୍କର ମୃତ୍ୟୁ ହୋଇଥିଲା ଏବଂ ବର୍ତ୍ତମାନ ଉଜବେକିସ୍ତାନରେ ୧୮ ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି। ମୋଦି ସରକାର ଭାରତ ବିଷୟରେ ଗର୍ବ କରିବା ବନ୍ଦ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌।
ସୂଚନାଯୋଗ୍ୟ, ଆଫ୍ରିକୀୟ ରାଷ୍ଟ୍ର ଗାମ୍ବିଆରେ ଭାରତୀୟ ସିରପ୍‌ ପିଇ ୬୬ ଶିଶୁଙ୍କ ମୃତ୍ୟୁ ଘଟିବାର କିଛି ମାସ ପରେ ଉଜ୍‌ବେକିସ୍ତାନରୁ ମଧ୍ୟ ଅନୁରୂପ ଅଭିଯୋଗ ଆସିଛି। ଉତ୍ତର ପ୍ରଦେଶରେ ମାରିଓନ୍‌ ବାୟୋଟେକ୍‌ ପକ୍ଷରୁ ପ୍ରସ୍ତୁତ ଡୋକ୍‌-୧ ମ୍ୟାକ୍ସ ସିରପ୍‌ ସେବନ କରି ଉଜ୍‌ବେକିସ୍ତାନର ୧୮ ଶିଶୁ ଆଖି ବୁଜିଦେଇଥିବା ସେଠାକାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ମାରିଓନ୍‌ ବାୟୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୨୦୧୨ରେ ଉଜ୍‌ବେକିସ୍ତାନରେ ପଞ୍ଜୀକୃତ ହୋଇଛି। ଏହି ଫାର୍ମାସ୍ୟୁଟିକାଲ୍‌ କମ୍ପାନୀର ଡୋକ୍‌-୧ ମ୍ୟାକ୍ସ ସିରପ୍‌ ୟୁପିର ନୋଏଡାରେ ପ୍ରସ୍ତୁତ କରାଯାଉଛି। ଉଜ୍‌ବେକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଜାରି ଏକ ବିବୃତିରେ କୁହାଯାଇଛି ଯେ, ଦେଶର ଶ୍ୱାସକ୍ରିୟାଜନିତ ରୋଗରେ ପୀଡ଼ିତ ୨୧ ଶିଶୁ ଏହି ସିରପ ପିଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ଘଟିଲାଣି। ରୋଗୀଣା ଶିଶୁମାନେ ହସ୍ପିଟାଲରେ ଚିକିତ୍ସିତ ହେବା ପୂର୍ବରୁ ନିଜ ଘରେ ୨-୭ ଦିନ ଧରି ଡୋକ୍‌-୧ ମ୍ୟାକ୍ସ ସିରପ ପିଇଥିଲେ। ସେମାନେ ଦିନକୁ ୨.୫-୫ ଏମ୍‌ଏଲ୍‌ ଲେଖାଏ ୩ରୁ ୪ ଥର ଏହାକୁ ସେବନ କରୁଥିଲେ, ଯାହାକି ଶିଶୁଙ୍କ ପାଇଁ ଔଷଧ ସେବନ ମାତ୍ରାର ମାନକଠାରୁ ଅଧିକ।
ପାରାସିଟାମଲ ଏହି ସିରପ୍‌ର ମୁଖ୍ୟ ଉପାଦାନ ହୋଇଥିବାବେଳେ ମା’ବାପାମାନେ ଭୁଲ୍‌ରେ ଆଣ୍ଟାଇ-କୋଲ୍ଡ ଉପଚାର ରୂପେ ନିଜ ପିଲାଙ୍କୁ ଡୋକ୍‌-୧ ମ୍ୟାକ୍ସ ଦେଇଥିଲେ। ଔଷଧ ଦୋକାନୀମାନଙ୍କ ପରାମର୍ଶ କ୍ରମେ ସେମାନେ ଏପରି କରିଥିଲେ। ସିରପ୍‌ ପିଇବା ପରେ ଶିଶୁମାନଙ୍କ ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହୋଇଥିଲା। ଲାବରେଟୋରିରେ ପ୍ରାରମ୍ଭିକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଡୋକ୍‌-୧ ମ୍ୟାକ୍ସ ସିରପ୍‌ର ଏହି ସିରିଜରେ ଏଥିଲେନ୍‌ ଗ୍ଲାଇକୋଲ୍‌ ରହିଛି। ଏହି ଉପାଦାନ ବିଷାକ୍ତ ହୋଇଥିବାରୁ ସେବନ କରୁଥିବା ରୋଗୀଙ୍କଠାରେ ବାନ୍ତି ହେବା, ମୂର୍ଚ୍ଛା ହେବା, ମାଂସପେଶୀର ଅନିୟନ୍ତ୍ରିତ ସଙ୍କୋଚନ, ହୃତ୍‌ଘାତଜନିତ ସମସ୍ୟା ଏବଂ କିଡ୍‌ନୀ ଅକାମି ହୋଇଯିବା ଭଳି ଗମ୍ଭୀର ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଉଜ୍‌ବେକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଶିଶୁ ମୃତ୍ୟୁ ପାଇଁ ଦାୟୀ ୭ ଜଣ କର୍ମଚାରୀଙ୍କୁ ଦାୟିତ୍ୱରେ ଅବହେଳା ଲାଗି ସେମାନଙ୍କ ଚାକିରିରୁ ବହିଷ୍କାର କରାଯାଇଛି। ଏଥିସହ ଡୋକ୍‌-୧ ମ୍ୟାକ୍ସ ସିରପ୍‌ ଓ ଟାବ୍‌ଲେଟ୍‌ ବିକ୍ରିକୁ ଉଜ୍‌ବେକିସ୍ତାନର ସବୁ ଔଷଧ ଦୋକାନରେ ନିଷେଧ କରାଯାଇଛି। ବିନା ପ୍ରେସ୍କ୍ରିପ୍‌ଶନରେ କୌଣସି ଦୋକାନରୁ ନିଜ ପିଲାଙ୍କ ପାଇଁ ଔଷଧ ନ କିଣିବା ପାଇଁ ଅଭିଭାବକମାନଙ୍କୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ପ୍ରକାଶ ଯେ ଗତ ଅକ୍ଟୋବରରେ ହରିୟାଣାର ମେଡେନ୍‌ ଫାର୍ମା ନିର୍ମିତ ୪ କଫ ସିରପ ପିଇବା ପରେ ଗାମ୍ବିଆର ୬୬ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେବା ପରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଭାରତୀୟ ଔଷଧକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri