ଭୂତଳ ଜଳ ୧.୨ ବିଲିୟନ ବର୍ଷ ପୁରୁଣା

ଟରଣ୍ଟୋ, ୨୫।୧୨: ମାଟି ତଳେ ରହୁଥିବା ଜୀବମାନଙ୍କ ପାଇଁ ଭୂତଳ ଜଳ ଏକ ଜରୁରୀ ଉପାଦାନ। ଓ୍ବାଟର ସାଇକେଲ୍‌ ବା ଜଳଚକ୍ର ଦ୍ୱାରା ଏହି ଭୂତଳ ଜଳ (ଗ୍ରାଉଣ୍ଡ ଓ୍ବାଟର)ର କିଛି ଭାଗ ଜଳାଶୟ ଏବଂ ଆଉ କିଛି ଭାଗ ବାୟୁ ମଣ୍ଡଳରେ ମିଶିଥାଏ । ମାଟି ତଳର ଏହି ଜଳ ଅତିବେଶିରେ କେତେଦିନ ପର୍ଯ୍ୟନ୍ତ ଜଳଚକ୍ରରେ ସାମିଲ ନ ହୋଇ ମାଟି ତଳେ ସଂରକ୍ଷିତ ଭାବେ ରହିପାରିବ ସେ ନେଇ ବିଶେଷଜ୍ଞଙ୍କ ପାଖରେ ଉତ୍ତର ନ ଥିବାବେଳେ ଦକ୍ଷିଣ ଆଫ୍ରିକାର ଏକ ଗୋଲ୍ଡ-ୟୁରାନିୟମ୍‌ ଖଣିରୁ ୧.୨ ବିଲିୟନ୍‌ ବର୍ଷ ପୁରୁଣା ଭୂତଳ ଜଳ ଠାବ କରାଯାଇଛି।

ନେଚର କମ୍ୟୁନିକେଶନ୍‌ ଜର୍ନାଲ୍‌ରେ ପ୍ରକାଶିତ ରିପୋର୍ଟ ମୁତାବକ ସାଉଥ୍‌ ଆଫ୍ରିକାର ମୋବ ଖୋଟସୋଙ୍ଗରେ ଥିବା ଗୋଲ୍ଡ-ୟୁରାନିୟମ୍‌ ଖଣିରୁ ଗବେଷକମାନେ ୧.୨ ବିଲିୟନ୍‌ ବର୍ଷର ପୁରୁଣା ଗ୍ରାଉଣ୍ଡ ଓ୍ବାଟର ଆବିଷ୍କାର କରିଛନ୍ତି। ମାଟି ତଳେ ୨.୯ କି.ମି. ଗଭୀରରେ ଏହି ଜଳ ଥିବା ଦେଖାଯାଇଥିଲା। ଟରଣ୍ଟୋ ୟୁନିଭର୍ସିଟିର ଆର୍ଥ ସାଇନ୍ସ ବିଭାଗ ପ୍ରଫେସରଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି। କାନାଡାରୁ ୧୦ ବର୍ଷ ପୂର୍ବେ ୧ ବିଲିୟନ୍‌ ବର୍ଷ ପୁରୁଣା ଭୂତଳ ଜଳ ଠାବ କରାଯାଇଥିବା ଗବେଷକ ବାରବାରା ଶେରଉଡ୍‌ ଲୋଲ୍ଲାର କହିଛନ୍ତି।

ୟୁରାନିୟମ୍‌, ଥୋରିୟମ୍‌, ପୋଟାସିୟମ୍‌ ଭଳି ରେଡିଓଆକ୍ଟିଭ୍‌ ଉପାଦାନଗୁଡ଼ିକ ଯେତେବେଳେ ତରଳ ପଦାର୍ଥ ବା ପଥରରେ ରହିଥାନ୍ତି ସେ ସମୟରେ ସେମାନଙ୍କଠାରୁ ବାହାରୁଥିବା ଆଲ୍‌ଫା, ବିଟା ଏବଂ ଗାମା ରଶ୍ମି ପରସ୍ପରକୁ ରେପେଲ (ଠେଲାପେଲା) କରନ୍ତି, ଯାହାକୁ ରେଡିଓଜେନିକ୍‌ ରିଆକ୍ସନ କୁହାଯାଏ। ତେବେ ମୋଆବ ଖୋଟସୋଙ୍ଗ ଖଣିରୁ ବିଶେଷଜ୍ଞମାନେ ପ୍ରଚୁର ପରିମାଣର ରେଡିଓଜେନିକ୍‌ ଉପାଦାନ ହିଲିୟମ୍‌, ନିଅନ, ଆର୍ଗନ୍‌ ଓ ଜେନନ ମିଳିଥିଲା। ଏହି କଣିକା ସବୁ ଭୂତଳଜଳ ଜଳ କଣିକାକୁ ଭାଙ୍ଗି ବହୁଳମାତ୍ରାରେ ହାଇଡ୍ରୋଜେନ୍‌ ବାହାର କରିଥିବା ଗବେଷକମାନେ ଲକ୍ଷ୍ୟ କରିଥିଲେ। ଏହାପରେ ମାଟି ତଳେ ଜଳର ଆଶଙ୍କା କରି ଗବେଷକମାନେ ଏ ନେଇ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଲେ। ଏହାପରେ ସେମାନଙ୍କୁ ଖଣି ତଳୁ ଜଳର ସନ୍ଧାନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri