ଗାଁକୁ ନାହିଁ ରାସ୍ତା, ବିଜୁଳି ସାତସପନ

ନୂଆପଡ଼ା ଅଫିସ,୨୨।୧୨: କେନ୍ଦ୍ର ତଥା ରାଜ୍ୟ ସରକାର ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି ଓ ପାନୀୟଜଳ ଭଳି ମୌଳିକ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ସବୁ ଯୋଜନା ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଉପାନ୍ତ ଅଞ୍ଚଳ ପାଇଁ ଅପହଞ୍ଚ। ସୁନାବେଡା ପଞ୍ଚାୟତ ଶିବନାରାୟଣପୁର, ଝର୍ଲାଆମ, ଉପକାପାଣି, କୁମାରଖାନ ଓ ସୋସେଙ୍ଗ ପଞ୍ଚାୟତର ଭାଓସିଲର ରଜାକେନ୍ଦୁ ଭଳି ଗାଁକୁ ଯିବା ପାଇଁ ପକ୍କାରାସ୍ତା ନ ଥିବା ବେଳେ ବିଜୁଳି ସ୍ବପ୍ନ। ବିଦ୍ୟାଳୟ ନ ଥିବାରୁ ସୁନାବେଡା, ଗୋଲାବନ୍ଧ ଓ ପଞ୍ଚମପୁର ସେବାଶ୍ରମକୁ ଯାଇ ପିଲାମାନେ ପାଠ ପଢୁଛନ୍ତି। ଉଚ୍ଚ ଶିକ୍ଷା ପାଇଁ ଛତିଶଗଡ ଉପରେ ନିର୍ଭର କରନ୍ତି। ଛତିଶଗଡ ପାଖ ଓ ଯିବା ପାଇଁ ସୁବିଧା ଅଛି। ଏହି ୫ଟି ଗାଁ ପାଇଁ ଜଣେ ମାତ୍ର ଅଙ୍ଗନୱାଡି କର୍ମୀ ରହିଥିବା ବେଳେ କେନ୍ଦ୍ର ହିଁ ନାହିଁି। ଗ୍ରାମକୁ ଏଏନ୍‌ଏମ୍‌ କିମ୍ବା ସ୍ବାସ୍ଥ୍ୟ କର୍ମୀ ଯାଉନାହାନ୍ତି। ୫ଟି ଗାଁ ପାଇଁ ଜଣେ ଆଶାକର୍ମୀ ରହିଛନ୍ତି। କୌଣସି ରୋଗ ହେଲେ ଆଶା କର୍ମୀ ଦ୍ୱାରା ଯେତିକି ହେବା କଥା କରନ୍ତି, ନ ହେଲେ ୫୦ କି.ମି. ଦୂର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥାନ୍ତି। ଏହି ଗ୍ରାମକୁ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ମଧ୍ୟ ପହଞ୍ଚତ୍ ପାରୁନାହିଁ। ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ୟୁନିଟ ସୁନାବେଡାରେ ଅବସ୍ଥାନ କରୁଥିବା ବେଳେ ଯିବା ପାଇଁ ରାସ୍ତା ନ ଥିବାରୁ ଏହି ସେବା ମଧ୍ୟ ଏମାନଙ୍କ ପାଇଁ ଅପହଞ୍ଚ। ଅଭୟାରଣ୍ୟ ଭିତରେ ବାସ କରୁଥିବା ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆଙ୍କ ବିକାଶ ପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ସଂସ୍ଥା ଚକୁଟିଆ ଭୁଞ୍ଜିଆ ଉନ୍ନୟନ ପରିଷଦ ଓ ଅଣସରକାରୀ ସଂସ୍ଥା ଓପିଲିପି ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଏହି ଗ୍ରାମଗୁଡିକରେ କୌଣସି ବିକାଶ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ ହେଉଛି। ଓପିଲିପି ସଂସ୍ଥା ପକ୍ଷରୁ ଗ୍ରାମବାସୀଙ୍କ ଜୀବନ ଜୀବିକାର ବିକାଶ ପାଇଁ ଛେଳି, ବତକ, କୁକୁଡା ଆଦି ପ୍ରଦାନ କରାଯିବ ବୋଲି କୁହାଯାଉଥିଲେ ମଧ୍ୟ ତାହା ଦେଖାମିଳୁନାହିଁ। କେବଳ ଏହି ଯୋଜନା ସୁନାବେଡା ଓ ସୋସେଙ୍ଗ ଭିତରେ ସୀମିତ ହୋଇ ରହିଯାଉଛି ବୋଲି ଅଭିଯୋଗ କରାଯାଇଛି। ପାନୀୟ ଜଳ କହିଲେ କୂଅ ପାଣି ହିଁ ଭରସା। ଗାଁରେ ଥିବା ଖୋଲା କୂଆ ପାଣି ତେଣ୍ଡାପାଟି ସାହାଯ୍ୟରେ ବାହାର କରି ବ୍ୟାବହାର କରୁଛନ୍ତି। ପୋଖରୀ, ମୁଡା କିମ୍ବା ଚହଲା ନ ଥିବାରୁ ଗୃହପାଳିତ ପଶୁଠାରୁ ଆରମ୍ଭ କରି ସମସ୍ତେ ଏହି ପାଣି ବ୍ୟାବହାର କରନ୍ତି। ସରକାର ପକ୍ଷରୁ ଉପକାପାଣି ଗାଁରେ ନଳକୂପ ଖନନ କରି ସୋଲାର ପମ୍ପ ଲଗାଯାଇଛି। କିନ୍ତୁ ତାହା ଲଗାଯିବା ଦିନଠାରୁ ଅଚଳ ହୋଇପଡିଛି। ଏ ସମ୍ପର୍କରେ କୋମନା ବିଡିଓଙ୍କୁ ପଚାରିବାରୁ ସବୁ ଗାଁର ସର୍ବେ ସରିଯାଇଛି। ଅପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଜଣାଇ ଦିଆଯାଇଛି। ସମସ୍ୟା ସମାଧାନ ବହୁତ ଶୀଘ୍ର ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦଘାତରେ ଚାଲିଗଲା ଜେନେରାଲ ମ୍ୟାନେଜରଙ୍କ ଜୀବନ: ଖେଳିଗଲା ଶୋକର ଛାୟା

ଦାରିଙ୍ଗବାଡି, ୨୦।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଇକୋ ରିଟ୍ରିଟରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ସୁମନ୍ତ ସରକାରଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ...

ମୋଦିଙ୍କ କାନରେ ଲାଗିଥିବା ‘White Earring’କୁ ନେଇ ହଇଚଇ, ଜାଣନ୍ତୁ କେଉଁ କାମରେ ଆସେ ଏହି ସିକ୍ରେଟ ଗ୍ୟାଜେଟ

ନୂଆଦିଲ୍ଲୀ,୨୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ପ୍ରତି ତାଙ୍କ ଓମାନ ଗସ୍ତ ସମୟରେ ଏକ ଅନନ୍ୟ ଗ୍ୟାଜେଟ ପିନ୍ଧିଥିବାର ଦେଖାଯାଇଥିଲା, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।...

ମରିଗଲା ମାନବିକତା, ବୀମା ଟଙ୍କା ପାଇଁ ଘରେ ସାପ ପୂରାଇ ବାପାକୁ ମାରିଲେ ୪ ପୁଅ

ନୂଆଦିଲ୍ଲୀ, ୨୦।୧୨: ତାମିଲନାଡୁର ଥିରୁବଲୁବରର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଥାଥୁରପେଟର ନାଲ୍ଲାଥିନିରକୁଲମ ଷ୍ଟ୍ରିଟରେ ରହୁଥିବା ୫୬ ବର୍ଷୀୟ ଗଣେଶନଙ୍କ ସାପ କାମୁଡ଼ିବାରୁ...

ବାଂଲାଦେଶ ହିଂସା: ଉସମାନ ହାଦିଙ୍କ ହତ୍ୟା ପରେ, ଗଣମାଧ୍ୟମ କାର୍ଯ୍ୟାଳୟରେ ନିଆଁ, ୨୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇନଥିଲା ଖବରକାଗଜ

ଢାକା,୨୦।୧୨: ଯୁବ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶର ରାଜଧାନୀ ଢାକାରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ଯେତେବେଳେ ଜନତା ଦେଶର ଦୁଇଟି...

ବର୍ଷ ଶେଷରେ ଶତ୍ରୁ ବନେଇବେ ବୃଷ-ମକର, ହେବ ଆର୍ଥିକ କ୍ଷତି! ନୂଆବର୍ଷବେଳକୁ କାଙ୍ଗାଳ ହୋଇଯିବେ ୪ରାଶି

ଗ୍ରହମାନଙ୍କର ରାଜକୁମାର ବୁଧ ଡିସେମ୍ୱର ୨୯ ତାରିଖରେ ଧନୁ ରାଶିରେ ପ୍ରବେଶ କରୁଛନ୍ତି। ବୁଧ ଜାନୁଆରୀ ୧୭, ୨୦୨୬ ପର୍ଯ୍ୟନ୍ତ ସେଠାରେ ରହିବ। ବୁଧଙ୍କ ଭ୍ରମଣ...

ଓଲଟିଲା ଗୋରୁ ବୋଝେଇ କ୍ୟାଣ୍ଟର: ୫୦ରୁ ଉର୍ଦ୍ଧ୍ୱ ଗୋରୁ ମୃତ

କୋଟପାଡ଼,୨୦।୧୨(କେ. ରାଜଶେଖର ରାଓ): କୋରାପୁଟ ଜ଼ିଲା କୋଟପାଡ଼ରେ ଘୁମର ପଞ୍ଚାୟତ ପୂର୍ତ୍ତ ବିବାଗ ଜୟପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଗୋରୁ ବୋଝେଇ କ୍ୟାଣ୍ଟର...

ଥରୁଛି ଜି. ଉଦୟଗିରି: ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା, ଜାଣନ୍ତୁ କେତେ…

ଜି.ଉଦୟଗିରି ୨୦/୧୨(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ): ରାଜ୍ୟର ଥଣ୍ଡା ସହର ଭାବେ ପରିଚିତ ଉଦୟଗିରିରେ ଦୀର୍ଘ ପନ୍ଦର ଦିନ ହେବ ଶୀତର ଲହର...

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଛୋଟ ଅଳେଇଚ, ଶରୀରରେ ହେବ…

ଅଳେଇଚ ରୋଷେଇ ଘରେ ବ୍ୟବହୃତ ଏକ ବିଶେଷ ମସଲା । ଯାହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଲାଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri