Posted inଜାତୀୟ

ଆମ ଦେଶ ପ୍ରେମର ଦେଶ, ଘୃଣାର ନୁହେଁ: ରାହୁଲ

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାରି ରହିଛି। ଏହି ଯାତ୍ରା ସୋମବାର ଦୌସାର ଅଲୱାର ଜିଲାରେ ପହଞ୍ଚିଛି। ଅଲୱାରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାକୁ ସୋମବାର କଡ଼ା ସମାଲୋଚନା କରିଛନ୍ତି। ଭାଜପା ପଚାରୁଛି ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧୀ କଣ କରୁଛନ୍ତି? ଏହି ପ୍ରଶ୍ନର ଜବାବରେ ରାହୁଲ କହିଛନ୍ତି, ମୁଁ ଘୃଣାର ବଜାରରେ ପ୍ରେମର ବାର୍ତ୍ତା ଦେଉଛି। ଆମ ଦେଶ ପ୍ରେମର ଦେଶ, ଘୃଣାର ନୁହେଁ। ମୁଁ ଭାଜପାକୁ ଘୃଣା କରେ ନାହିଁ। ମୁଁ ତାଙ୍କ ବିଚାରଧାରା ବିରୋଧରେ ଲଢେଇ କରୁଛି। ଏଥିସହ ଭାଜପା ନେତାଙ୍କୁ ଏକ ବାର୍ତ୍ତା ଦେଇ ରାହୁଲ କହିଛନ୍ତି,ତୁମେ ମୋତେ ଘୃଣା କର, ଏହା ତୁମର ହୃଦୟର କଥା। ତୁମର ଦୋକାନ ଘୃଣାର ଏବଂ ମୋର ଦୋକାନ ପ୍ରେମର ଅଟେ। ଆପଣ ସମସ୍ତେ ଏହି ବଜାରରେ ପ୍ରେମର ଦୋକାନ ଖୋଲନ୍ତୁ। ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ଆମ୍ବେଦକର ସମସ୍ତେ ଘୃଣାର ବଜାରରେ ପ୍ରେମ ଦୋକାନ ଖୋଲିଥିଲେ। ତୁମକୁ ମଧ୍ୟ ଏହା କରିବାକୁ ପଡିବ କାରଣ ଆମ ଦେଶ ଘୃଣାର ନୁହେଁ ପ୍ରେମର ଦେଶ।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

କାନାଡ଼ାରେ ଆଉ ଜଣେ ଭାରତୀୟ ଯୁବକଙ୍କୁ ଗୁଳି, ଅଭିଯୁକ୍ତ ଫେରାର

ଓଟାଓ୍ବା,୨୬।୧୨: କାନାଡ଼ାର ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ଗୁଳିକାଣ୍ଡରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି। ଭାରତୀୟ କନସୁଲେଟ ଗୁରୁବାର (ଡିସେମ୍ବର ୨୫) ଦିନ...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଲୁଦୁ ଜଳପ୍ରପାତ, ୧୦୦ ଫୁଟ ଉପରୁ ପଡୁଛି ପାଣି, ଯିବାକୁ ଚାହୁଁଥିଲେ ଜାଣନ୍ତୁ…

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ରାଜ୍ୟର ପ୍ରମୁଖ ଜଳପ୍ରପାତଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲାର ଲୁଦୁ ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

ୟୁନୁସଙ୍କ ଗୋଟିଏ ଭୁଲ, ଯାହା ପାଇଁ ଦଣ୍ଡ ପାଉଛି ବାଂଲାଦେଶ

ଢାକା,୨୬।୧୨: ବାଂଲାଦେଶ ଆଜି ହିଂସା ଏବଂ ଉଗ୍ରବାଦର ନିଆଁରେ ଜଳୁଛି। ମହମ୍ମଦ ୟୁନୁସଙ୍କ ଦ୍ୱାରା କରାଯାଇଥିବା ଭୁଲର ପରିଣାମ ବାଂଲାଦେଶ ଏବେ ଭୋଗୁଛି। ହିନ୍ଦୁ ହୁଅନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri