Odisha Elections 2024

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

ଛତ୍ରପୁର,୧୮ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ରିକ୍କାପଲ୍ଲୀ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ୍ୟୁ ଛାତ୍ରୀ ଜଣକ ହେଲେ ଛତ୍ରପୁର ଥାନା ଅଧୀନ ତରେଇପାଟପୁର ଗ୍ରାମ କୈଳାଶ ଚନ୍ଦ୍ର ବେହେରା ଝିଅ ରୋଜା ବେହେରା(୧୫)
ରୋଜା ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ଛାତ୍ରୀ ଜଣକ ଛତ୍ରପୁର କସ୍ତୁରବା ଗାନ୍ଧୀ ଆବାସିକା ବାଳିକା ବିଦ୍ୟାଳୟ ରହି ପାଠ ପଢୁଥିଲେ। ଶନିବାର ରାତିରେ ଖାଇକି ଶୋଇବା ପରେ ରାତି ୪ଟାରେ ଅସୁସ୍ଥତା ଅନୁଭବ କରିବା ସହ ବାନ୍ତି ହୋଇଥିଲା। ସେଠାରେ ଥିବା ଓ୍ବାର୍ଡନ ଜଣକ ତାଙ୍କୁ ମେଡିସିନ ଦେଇଥିଲେ କିନ୍ତୁ ଅବସ୍ଥା ସୁଧୀର ନ ଥିଲା। ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ରବିବାର ସକାଳୁ ଛତ୍ରପୁର ମେଡିକାଲ ଆଣିଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘାଷଣା କରିଥିଲେ। ଘଟଣାସ୍ଥଳରେ ଛତ୍ରପୁର ପୋଲିସ ଏବଂ ସାଇଣ୍ଟିଫିକ୍‌ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିଛନ୍ତି। ଏହି ଘଟଣା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୈତିକ ହିଂସା ରୋକିବାକୁ ପୋଲିସର ବଡ଼ ପଦକ୍ଷେପ, ରାତି ସାଢ଼େ ୮ଟା ପରେ ଦୋକାନ ବଜାର ବନ୍ଦ

ଗଞ୍ଜାମ,୨୮।୫: ରାଜନୈତିକ ହିଂସା ରୋକିବାକୁ ପୋଲିସର ବଡ଼ ପଦକ୍ଷେପ । ଜୁନ ୪ ତାରିଖ ପର୍ଯ୍ୟନ୍ତ ରାତି ସାଢ଼େ ୮ଟା ପରେ ସବୁ ଦୋକାନ ବଜାର...

ମା’ଙ୍କ ମଥାରୁ ଖସିଲା ପୁଷ୍ପ: ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଶୁଭାରମ୍ଭ

ଛତ୍ରପୁର,୨୮।୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲାରେ ପ୍ରତି ୨ବର୍ଷକୁ ଥରେ ହେଉଥିବା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି। ଏହା ଜୁନ...

ନାବାଳିକାଙ୍କୁ ବଳାତ୍କାର ପରେ ଫଟୋ ଭାଇରାଲ

ବ୍ରହ୍ମପୁର,୨୭ା୫(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଓ ଫଟୋଗୁଡିକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଜଣେ ଯୁବକଙ୍କୁ...

ମହିଳାଙ୍କୁ ପ୍ରେମ ପ୍ରତାରଣା ପଡ଼ିଲା ମହଙ୍ଗା

ବ୍ରହ୍ମପୁର,୨୭ା୫(ସୁବାସ ଚନ୍ଦ୍ର ପାଢ଼ୀ): ଇନଷ୍ଟାଗ୍ରାମ୍‌ରେ ଜଣେ ମହିଳାଙ୍କୁ ପ୍ରେମ କରି ପରେ ପ୍ରତାରିତ କରିଥିବା ଯୁବକଙ୍କୁ ପୋଲିସ ସୋମବାର ଗିରଫ କରିଛି। ସେ ହେଲେ ଗୋସାଣୀନୂଆଗାଁର...

ଛୁରା ମାଡ଼ରେ ବ୍ୟବସାୟୀ ଗୁରୁତର, ଫାଣ୍ଡି ଘେରିଲେ ଗ୍ରାମବାସୀ

ଗଞ୍ଜାମ,୨୭।୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଫାଣ୍ଡି ଅଧୀନ ପାଲୁର ଜଙ୍କଶନରେ ଚିକେନ୍‌ ବ୍ୟବସାୟୀଙ୍କୁ ଛୁରା ମାଡ଼ ହୋଇଛି। ଆକ୍ରମଣରେ ବ୍ୟବସାୟୀ...

ଖଣ୍ଡା ଦେଖାଇ ଆତଙ୍କରାଜ କରୁଥିଲେ ଯୁବକ: ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୭।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ସର୍ବସାଧାରଣ ସ୍ତାନରେ ଖଣ୍ଡା ବୁଲାଇବା ସହ ରାସ୍ତାରେ ଯାତାୟତ ଗାଡି ମୋଟରକୁ ଅଟକାଇ...

ପୁଅର ଚିକିତ୍ସା ପାଇଁ ଆଣିଥିବା ଅର୍ଥ ମୋ ବସ୍‌ରୁ ଚୋରି

ଭୁବନେଶ୍ୱର,୨୭।୫ (ସୂର୍ଯ୍ୟକାନ୍ତ ବେହେରା): ପୁଅର ଚିକିତ୍ସା ପାଇଁ ବହୁ କଷ୍ଟରେ ଟଙ୍କା ସଂଗ୍ରହ କରି ଆଣିଥିଲେ ବାପା। ଗଞ୍ଜାମରୁ ଆସି ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ହେଲେ ମୋ...

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ପୁରୁଷୋତ୍ତମପୁର,୨୬ା୫( ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯନଗର ଥାନା ଅନ୍ତର୍ଗତ ବଡଖରିଡା କାଳେଶ୍ବର ମନ୍ଦିର ନିକଟରେ ରବିବାର ରାତିରେ ଜଣେ ଯୁବକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri