ପଇଡ଼ରେ ନିଶା ଦେଇ ଦୁଇ ଯାତ୍ରୀଙ୍କଠୁ ଲୁଟ୍‌

ବ୍ରହ୍ମପୁର ଅଫିସ,୧୭ା୧୨: ପୁରୀ- ଗୁଣପୁର ଟ୍ରେନରେ ଏବେ ଲୁଟେରା ସକ୍ରିୟ ହୋଇଛନ୍ତି। ପୁଣି ପଇଡ଼ରେ ନିଶା ଦେଇ ୨ଯାତ୍ରୀଙ୍କୁ ଲୁଟିଛନ୍ତି। ୧୫ଦିନ ମଧ୍ୟରେ ସମାନ ଢଙ୍ଗରେ ଦୁଇଟି ଲୁଟ୍‌ ଘଟଣା ସାମନାକୁ ଆସିଥିବାରୁ ଲୋକେ ଉକ୍ତ ଟ୍ରେନରେ ଯାତ୍ରା କରିବାକୁ ସୁରକ୍ଷିତ ମଣୁନାହାନ୍ତି। ସେପଟେ ଲୁଟେରାମାନେ ଏହି ଟ୍ରେନକୁ ସୁରକ୍ଷିତ ଭାବି ସରକାରୀ ରେଲଓ୍ବେ ପୋଲିସ (ଜିଆର୍‌ପି) ଓ ରେଳ ସୁରକ୍ଷା ବଳ (ଆର୍‌ପିଏଫ)କୁ ଖୋଲା ଚାଲେଞ୍ଜ ଦେଇଛନ୍ତି।
ରାତିରେ ବ୍ରହ୍ମପୁର ରେଳଷ୍ଟେଶନର ୪ନଂ ପ୍ଲାଟଫର୍ମରୁ ରେଳବାଇ ପୋଲିସ ଅଚେତ ଅବସ୍ଥାରେ ୨ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ସେମାନେ ହେଲେ ପୁରୀ, ତାଳବଣିଆ ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀର ଦୀପକ କୁମାର ସାମନ୍ତରା(୫୦) ଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ନରସୀମାପେଟ୍ଟାର ଏସ. ଧର୍ମେଶ୍ୱର ରାଓ(୫୮)। କରାଟେ ମାଷ୍ଟର ଦୀପକ ଗୁରୁବାର ପୁରୀ- ଗୁଣପୁର ଟ୍ରେନ୍‌ରେ ବାଲୁଗାଁ ଯାଉଥିଲେ। ସାକ୍ଷୀଗୋପାଳ ନିକଟରେ ତାଙ୍କୁ କେହି ପଇଡ଼ ପିଇବାକୁ ଦେଇଥିଲେ। କିଛି ସମୟ ପରେ ସେ ଅଚେତ ହୋଇପଡ଼ିଥିଲେ। ଟ୍ରେନ ବାଲୁଗାଁ ଷ୍ଟେଶନ ଅତିକ୍ରମ କରି ବ୍ରହ୍ମପୁରରେ ପହଞ୍ଚିବାରେ ଦୀପକଙ୍କୁ ଅଚେତ ଅବସ୍ଥାରେ ଆର୍‌ପିଏଫ ଓହ୍ଲାଇଥିଲା। ସେହିପରି ଉକ୍ତ ଟ୍ରେନରେ ଫେରୁଥିବା ଧର୍ମେଶ୍ୱରଙ୍କୁ ମଧ୍ୟ ସାକ୍ଷୀଗୋପାଳ ଠାରେ କେହି ନିଶାଯୁକ୍ତ ପଇଡ଼ ପିଇବାକୁ ଦେଇଥିବାରୁ ସେ ଅଚେତ ହୋଇପଡିଥିଲେ। ତାଙ୍କୁ ଆରପିଏଫ ବ୍ରହ୍ମପୁର ରେଳଷ୍ଟେଶନରେ ଓଲ୍ଲାଇଥିଲା। ଜିଆରପି ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା। ଶୁକ୍ରବାର ସେମାନେ ସାମାନ୍ୟ ସୁସ୍ଥ ହୋଇଥିଲେ ମଧ୍ୟ ଚିକିତ୍ସାଧୀନ ରହିଛନ୍ତି। ଲୁଟେରା ଦୀପକଙ୍କ ବେକରୁ ସୁନା ଚେନ ଓ ତାଙ୍କ ଲାପଟପ ଏବଂ ଧର୍ମେଶ୍ୱରଙ୍କ ସୁନା ଚେନ, ମୋବାଇଲ ଫୋନ ଲୁଟି ନେଇଥିବା ପୋଲିସକୁ କହିଛନ୍ତି। ଟ୍ରେନରେ ଏଭଳି ଦୁଇଟି ଘଟଣା ପରେ ଜିଆରପିର ନିଦ ହଜିଯାଇଛି। ଲୁଟେରାଙ୍କୁ ଠାବ କରିବା ପାଇଁ ଦୁଇଟି ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ପ୍ରାଥମିକ ତଦନ୍ତରୁ ଟ୍ରେନରେ ଅଣଓଡ଼ିଆ ଲୁଟେରା ଗ୍ୟାଙ୍ଗ ଏହି କାଣ୍ଡ କରିଥିବା ସନ୍ଦେହ କରାଯାଉଛି। ପୋଲିସ ଟିମ୍‌ ଟ୍ରେନରୁ ଦୁଇଜଣ ଝାଡ଼଼ଖଣ୍ଡ ଯୁବକଙ୍କୁ କାବୁ କରି ସେମାନଙ୍କୁ ଜେରା କରୁଛି। ସେମାନଙ୍କ ବୟାନକୁ ଆଧାର କରି ଉକ୍ତ ଲୁଟେରା ଗ୍ୟାଙ୍ଗର ମୁଖିଆଙ୍କୁ ଧରିବା ପାଇଁ ବିଶାଖାପାଟଣାରେ ଅନ୍ୟ ଏକ ପୋଲିସ ଟିମ ଡେରା ପକାଇଛି। ଖୁବଶୀଘ୍ର ଉକ୍ତ ଲୁଟେରା ଗ୍ୟାଙ୍ଗକୁ ଧରାଯିବ ବୋଲି ରେଲ ବିଭାଗ ଡିଏସପି ଆଦିତ୍ୟ ସେଠୀ ସୂଚନା ଦେଇଛନ୍ତି।
ଗତ ୩୦ତାରିଖରେ ପୁରୀ-ଗୁଣପୁର ଟ୍ରେନରେ ବ୍ରହ୍ମପୁର ଆସୁଥିବା ବ୍ରହ୍ମପୁର-ଆଙ୍କୁଲି ଅଞ୍ଚଳର ଏକ ଦମ୍ପତିଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ସାକ୍ଷୀଗୋପାଳ ଠାରେ କେହି ପଇଡ଼ ପିଇବାକୁ ଦେଇଥିଲେ। ନିଶାଯୁକ୍ତ ପଇଡ଼ ପିଇ ସମସ୍ତେ ଚେତାଶୂନ୍ୟ ହୋଇଯିବାରୁ ସେମାନଙ୍କ ପାଖରୁ ଟଙ୍କା, ମୋବାଇଲ୍‌ ଫୋନ ସହ ଅନ୍ୟ ସାମଗ୍ରୀ ଲୁଟେରା ନେଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri