Posted inଖେଳ

ସମ୍ବିତଙ୍କୁ ଅନ୍ତର୍ଜାତୀୟ ମାଷ୍ଟର ଟାଇଟଲ

ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ବର୍ଷ ଶେଷରେ ଓଡ଼ିଶା ଚେସ୍‌ ପାଇଁ ଆସିଛି ଏକ ଖୁସି ଖବର। ରାଜ୍ୟର ପ୍ରତିଭାସମ୍ପନ୍ନ ଚେସ୍‌ ଖେଳାଳି ସମ୍ବିତ ପଣ୍ଡା ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଟାଇଟଲ ହାସଲ କରିଛନ୍ତି। ଅନ୍ତର୍ଜାତୀୟ ଚେସ୍‌ ମହାସଙ୍ଘ (ଫିଡେ) ପକ୍ଷରୁ ସମ୍ବିତଙ୍କୁ ଆଇଏମ୍‌ ଟାଇଟଲ ପ୍ରଦାନ କରାଯାଇଛି। ୧୮ ବର୍ଷୀୟ ସମ୍ବିତ ନିକଟରେ ଦିଲ୍ଲୀରେ ଆୟୋଜିତ ଏସିଆନ୍‌ କଣ୍ଟିନେଣ୍ଟାଲ ଚେସ୍‌ ଚାମ୍ପିୟନଶିପ୍‌ରେ ତୃତୀୟ ତଥା ଅନ୍ତିମ ଆଇଏମ୍‌ ନର୍ମ ପାଇଛନ୍ତି। ସେହିପରି ଟୁରିନଠାରେ ଅନୁଷ୍ଠିତ ଟୋରିନୋ ଅନ୍ତର୍ଜାତୀୟ ଓପନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ସେ ଟାଇଟଲ ହାସଲ ପାଇଁ ଆବଶ୍ୟକ ଅନ୍ତର୍ଜାତୀୟ ରେଟିଂ ଅତିକ୍ରମ କରିଛନ୍ତି। ଚଳିତ ବର୍ଷ କାନପୁରଠାରେ ଆୟୋଜିତ ଜାତୀୟ ସିନିୟର ଚେସ୍‌ ପ୍ରତିଯୋଗିତାରେ ସେ ପ୍ରଥମ ଏବଂ ଗତ ସେପ୍ଟେମ୍ବରରେ ଦୁବାଇଠାରେ ଆୟୋଜିତ ଦୁବାଇ ଓପନ୍‌ ଚେସ୍‌ରେ ଦ୍ୱିତୀୟ ଆଇଏମ୍‌ ନର୍ମ ହାସଲ କରିଥିଲେ।

ସମ୍ବିତଙ୍କୁ ମିଶାଇ ଓଡ଼ିଶାର ଅନ୍ତର୍ଜାତୀୟ ମାଷ୍ଟର ଟାଇଟଲଧାରୀଙ୍କ ସଂଖ୍ୟା ୭ରେ ପହଞ୍ଚତ୍ଛି। ପୂର୍ବରୁ ଶେଖର ସାହୁ, ସ୍ବୟଂଶୁ ସତ୍ୟପ୍ରଜ୍ଞ, ଅନ୍ବେଷ ଉପାଧ୍ୟାୟ, ସିଦ୍ଧାନ୍ତ ମହାପାତ୍ର, ରାକେଶ ଜେନା, ପଦ୍ମିନୀ ରାଉତ ଏହି କ୍ଲବର ସଦସ୍ୟ ଅଛନ୍ତି। ଦେବାଶିଷ ଦାସ ଓ ସ୍ବୟମ୍ସ ମିଶ୍ର ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିଥିବାବେଳେ କିରଣ ମନୀଷା ମହାନ୍ତି ମହିଳା ଗ୍ରାଣ୍ଡମାଷ୍ଟର ଓ ସାଇନା ସାଲୋନିକା ମହିଳା ଅନ୍ତର୍ଜାତୀୟ ମାଷ୍ଟର ଟାଇଟଲଧାରୀ ଅଛନ୍ତି। ସମ୍ବିତ ସ୍ଥାନୀୟ ୟୁନିଟ୍‌-୮ସ୍ଥିତ ଡିଏଭି ପବ୍ଲିକ୍‌ ସ୍କୁଲର ଛାତ୍ର। ୧୨ ବର୍ଷ ପୂର୍ବେ ସେ ତାଙ୍କର ପ୍ରଥମ ପ୍ରଶିକ୍ଷକ ରାଜ ସନ୍ତୋଷ ପଣ୍ଡାଙ୍କଠାରୁ କୋଚିଂ ନେଇ ଚେସ୍‌ କ୍ୟାରିୟର ଆରମ୍ଭ କରିଥିଲେ। ଆଇଏମ୍‌ ଟାଇଟଲ ହାସଲ କରିଥିବାରୁ ସେ ତାଙ୍କ ମା’, ବାପା, ବର୍ତ୍ତମାନର ପ୍ରଶିକ୍ଷକ ଆଇଏମ୍‌ ସ୍ବୟଂଶୁ ସତ୍ୟପ୍ରଜ୍ଞ ଏବଂ ଏସ୍‌. କିଡାମ୍ବିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମାଷ୍ଟର ତଥା ବର୍ତ୍ତମାନର କୋଚ୍‌ ସ୍ବୟଂଶୁ ଏହି ଟାଇଟଲ ପାଇଁ ସମ୍ବିତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁ ସେ କମ୍‌ ବୟସରେ ଏହି ଟାଇଟଲ ହାସଲ କରିବାରେ ସକ୍ଷମ ହୋଇ ପାରିଛନ୍ତି। ଭବିଷ୍ୟତରେ ଗ୍ରାଣ୍ଡ୍‌ ମାଷ୍ଟର ଟାଇଟଲ ହାସଲ ଲକ୍ଷ୍ୟ ରହିଛି ବୋଲି ସମ୍ବିତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ସଭାପତି ଜି. ସି. ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, ସର୍ବଭାରତୀୟ ଚେସ୍‌ ମହାସଙ୍ଘର ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, ଏସ୍‌.ଆର. ଚେସ୍‌ ସେଣ୍ଟର ସମ୍ପାଦକ ତଥା ପ୍ରତିଷ୍ଠିତ ପ୍ରଶିକ୍ଷକ ସତ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ସମ୍ବିତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

ଆଦିତ୍ୟଙ୍କ ମାଉଣ୍ଟ କୋଜିଓସ୍କୋ ଆରୋହଣ

ଭୁବନେଶ୍ୱର, ୧।୫ (ତପନ ସ୍ବାଇଁ): ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋକୁ ସଫଳତାର ସହ ଆରୋହଣ କରିଛନ୍ତି ଯୁବ ପର୍ବତାରୋହୀ ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା।...

ଦକ୍ଷିଣ ଆଫ୍ରିକା ଦଳରେ ଦୁଇ ନୂଆ ମୁହଁ

ଜୋହାନ୍ସବର୍ଗ, ୧ା୫ : ଓ୍ବେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ମଙ୍ଗଳବାର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଘୋଷଣା କରାଯାଇଛି। ଆଘାତଜନିତ...

ୟୁକେ’ରେ ନିର୍ବାଚନ ଲଢ଼ିବେ ପାନେସର

ଲଣ୍ଡନ, ୧ା୫: ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ରାଜନୀତିରେ ପ୍ରବେଶ କରିଛନ୍ତି। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ନିର୍ବାଚନରେ ସେ ଜର୍ଜ ଗ୍ୟାଲୋଓ୍ବେଙ୍କ ଓ୍ବାର୍କର୍ସ ପାର୍ଟି...

ଲକ୍ଷ୍ନୌ ବୋଲର ପ୍ରଭାବୀ

ଲକ୍ଷ୍ନୌ, ୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ମୁମ୍ବାଇ ଇଣ୍ଡିଆନ ଇନିଂସ...

‘ମୁମ୍ବାଇ କ୍ୟାମ୍ପ ଦୁଇ ଫାଳ’

ମୁମ୍ବାଇ,୩୦ା୪: ଆଇପିଏଲ୍‌ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ଦୁଇ ଭାଗରେ ବିଭକ୍ତ ହୋଇଛି ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ। କ୍ରିକେଟ ଏକ...

ଟି୨୦ ବିଶ୍ୱକପ୍‌ ପରେ ସନ୍ନ୍ୟାସ ନେବେ ରୋହିତ-କୋହଲି: ରିପୋର୍ଟ

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ମଙ୍ଗଳବାର ବିସିସିଆଇ ଟିମ୍‌ ଇଣ୍ଡିଆର ଘୋଷଣା କରିଛି। ଏଥିରେ ଅଧିନାୟକ ଭାବେ ରୋହିତ...

ଯଦି ଏଥର ରାଜସ୍ଥାନ ଆଇପିଏଲ୍‌ ଜିତିଯାଏ, ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ୱକପ୍‌ ଜିତିବା ନିଶ୍ଚିତ !

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ ୨୦୨୪ରେ ରାଜସ୍ଥାନ ରୟାଲ୍ସ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଯଦି ଏହିପରି ଚାଲେ ତେବେ ଦଳ ଟାଇଟଲ ଜିତିବା ଏକ ପ୍ରକାର ନିଶ୍ଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri