ନିଯୁକ୍ତି ନ ଦେଲେ ରାସ୍ତା ବନ୍ଦ

ରାଉରକେଲା ଅଫିସ,୧୩।୧୨: ନିଜର ହକ୍‌ ପାଇଁ ୩୨ ମୌଜା ବିସ୍ଥାପିତ ସଂଘ ଉଦିତନଗର ସ୍ଥିତ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜିକୁ ୮ ଦିନ ଧରି ଧାରଣା ଦେବା ପରେ ସୋମବାର ସନ୍ଧ୍ୟାରେ ଆରଏମ୍‌ସି କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଆର୍‌ଏମ୍‌ସି କମିଶନର ତଥା ଏଡିଏମ୍‌ ଡ. ଶୁଭଙ୍କର ମହାପାତ୍ର ପ୍ରତିଶ୍ରୁତି ଦେବା ପରେ ସଂଘର କର୍ମକର୍ତ୍ତା ପୁନଃ ଧାରଣାସ୍ଥଳକୁ ଫେରିଥିଲେ। ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ଯଦି ଆମର କୌଣସି କଥା ନ ଶୁଣନ୍ତି ତେବେ ରେ ଆସନ୍ତା ୧୪ ତାରିଖରେ ଆର୍‌ଏସ୍‌ପିର କଞ୍ଚାମାଲ୍‌ ଯାଉଥିବା ରାସ୍ତା ତଥା ଦେଓଗାଁ ସ୍ଥିତ ଆର୍‌ଏସ୍‌ପି ମୁଖ୍ୟ ଫାଟକ ସମ୍ମୁଖକୁ ଅବରୋଧ କରାଯିବ ବୋଲି ସଂଘ ପକ୍ଷରୁ ଏସ୍‌ପି ଓ ଆର୍‌ଏସ୍‌ପି ସିଇଓଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିବା ସାଧାରଣ ସମ୍ପାଦକ ମହେଶ୍ୱର ଟପ୍ପୋ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଆଧୁନିକୀକରଣ ସମୟରେ ୩୨ ମୌଜା ଅଧିବାସୀଙ୍କର ୧୯ ହଜାର ୭ଶହ ୫୨ ଏକର ଜମି ଯାଇଥବଲା। ସେହିପରି ୧୯୯୭ରେ ମନ୍ଦିରା ଡ୍ୟାମ୍‌ ନିର୍ମାଣ ସମୟରେ କାରଖାନା କର୍ତ୍ତୃପକ୍ଷ ୩୨ ମୌଜା ଅଞ୍ଚଳବାସୀଙ୍କର ୧୧ ହଜାର ଏକର ଜମି ନେଇଥିଲେ। ସେହି ସମୟରୁ ଉକ୍ତ ମୌଜାରେ ବସବାସ କରୁଥିବା କିଛି ବିସ୍ଥାପିତଙ୍କୁ ଆରଏସ୍‌ପିରେ ଚାକିରି ମିଳିଥିବାବେଳେ ଅନ୍ୟ କିଛି ବିସ୍ଥାପିତ ନିଯୁକ୍ତିରୁ ବଞ୍ଚତ୍ତ ହୋଇଥିଲେ। ଏହାକୁ ନେଇ ୩୨ ମୌଜା ମନ୍ଦିରା ଡ୍ୟାମ୍‌ ଅଞ୍ଚଳରେ ବାସ କରୁଥିବା ବିସ୍ଥାପିତମାନେ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଗତ ମାର୍ଚ୍ଚ ୨୩ ତାରିଖରେ ୧୧ଶହ ବିସ୍ଥାପିତ ଦକ୍ଷତାପୂର୍ଣ୍ଣ ବିଦ୍ୟାର୍ଥୀଙ୍କୁ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଁ ସୁନ୍ଦରଗଡ ଜିଲାପାଳଙ୍କୁ ନୋଟିସ ଜାରି କରିଥିଲେ। ଏହି କ୍ରମରେ ୩୨ ମୌଜାର ୧୧ଶହ ପିଲାଙ୍କର ଚାକିରି ନିମନ୍ତେ କାଗଜପତ୍ର ଯାଞ୍ଚ କାମ ଗତ ଜୁଲାଇ ୭ ତାରିଖରେ ଶେଷ ହୋଇଥିଲା। ତେବେ ନିଯୁକ୍ତ ପାଇଁ ଆଜିଯାଏ ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବାରୁ ସଂଘର କର୍ମକତ୍ତାମାନେ ଗତ ୫ରୁ ଧାରଣାରେ ବସିଛନ୍ତି। କାର୍ଯ୍ୟକ୍ରମରେ ସଂଘର ଉପସଭାପତି ସାଜନ ଅନସାରୀ, ସାଧାରଣ ସମ୍ପାଦକ ମହେଶ୍ୱର ଟପ୍ପୋ, ସମ୍ପାଦକ ଦିଲୀପ ସିଂ, ସହ ସମ୍ପାଦକ ବାବୁଲା ଷଣ୍ଢ, ବିଜୟ ବିସି, ମୁରଲିଧର ଦେହୁରୀଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri