ସାମୁଦ୍ରିକ ଜୀବଙ୍କୁ ମଣିଷ ବିପଦ

ମଣ୍ଟ୍ରିଲ, ୧୧।୧୨: ସମୁଦ୍ରରେ ରହୁଥିବା ଜୀବଙ୍କ ପାଇଁ ଏବେ ଘାତକ ସାଜିଛି ମଣିଷ। ମନୁଷ୍ୟକୃତ ଅନେକ କାରଣ ସାମୁଦ୍ରିକ ପ୍ରାଣୀଙ୍କ ଜୀବନକୁ ପ୍ରଭାବିତ କରିଛି। ବେଆଇନ ମାଛଧରିବା, ଜାହାଜ ଚଳାଚଳ, ପ୍ରଦୂଷଣ, ଅଜଣା ରୋଗ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ରରେ ବାସ କରୁଥିବା ଲକ୍ଷାଧିକ ପ୍ରଜାତି ଏବେ ବିପଦ ଆଡ଼କୁ ମୁହାଁଇଛନ୍ତି। ଆଗାମୀ ଦିନରେ ସେମାନେ ବିଲୁପ୍ତ ହେବାକୁ ବସିଥିବାବେଳେ ଇଣ୍ଟରନ୍ୟାଶନାଲ ୟୁନିୟନ୍‌ ଫର୍‌ କଞ୍ଜରଭେଶନ୍‌ ଅଫ୍‌ ନେଚର୍‌ (ଆଇୟୁସିଏନ୍‌) ୧,୫୦, ୩୮୮ ସ୍ପେସିସ୍‌ଙ୍କୁ ରେଡ୍‌ ଲିଷ୍ଟ ଅନ୍ତର୍ଭୁକ୍ତ କରିଛି। ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ କେବଳ ଯେ ମନୁଷ୍ୟ ଜୀବନଯାପନକୁ ପ୍ରଭାବିତ କରିଛି ତା’ ନୁହେଁ ଏହାଦ୍ୱାରା ଜୀବଜଗତରେ ବାସ କରୁଥିବା ପ୍ରତ୍ୟେକ ପ୍ରାଣୀଙ୍କ ଜୀବନ ବିପଦ ଆଡ଼କୁ ଠେଲି ହୋଇଯାଇଛି । ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ମନୁଷ୍ୟକୃତ କାରଣ ପାଇଁ ସାମୁଦ୍ରିକ ପ୍ରାଣୀ ଓ ଉଦ୍ଭିଦ କ୍ଷୟ ହେବାକୁ ବସିଛନ୍ତି। ଲକ୍ଷାଧିକ ସାମୁଦ୍ରିକ ଜୀବଙ୍କୁ ରେଡ୍‌ ତାଲିକା ଭୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରୁ ୪୨,୧୦୮ ପ୍ରଜାତିର ପ୍ରାଣୀଙ୍କ ଜୀବନ ବିପଦସଙ୍କୁଳ ଅବସ୍ଥାରେ ଥିବାବେଳେ ସେମାନେ ଖୁବ୍‌ଶୀଘ୍ର ବିଲୁପ୍ତ ହେବାର ଆଶଙ୍କା ରହିଛି। ସେହିପରି ସମୁଦ୍ରରେ ରହୁଥିବା ମୋଟ ୧୭,୯୦୩ ସାମୁଦ୍ରିକ ଜୀବ ଏବଂ ଉଦ୍ଭିଦଙ୍କ ଭିତରୁ ୧,୫୫୦ରୁ ଅଧିକ ପ୍ରାଣୀ ମରଣ ମୁହଁରେ ପଡ଼ିଛନ୍ତି। ଏଥିଲାଗି ଜଳବାୟୁ ପରିବର୍ତ୍ତନ ୪୧% ଦାୟୀ ବୋଲି ଆଇୟୁସିଏନ୍‌ ପକ୍ଷରୁ କୁହାଯାଇଛି। ସୁଇଜରଲାଣ୍ଡର ଗ୍ଲାଣ୍ଡରେ ମୁଖ୍ୟାଳୟ ଥିବା ଆଇୟୁସିଏନ୍‌ ପକ୍ଷରୁ ପୂର୍ବରୁ ପ୍ରକାଶିତ ପ୍ରଥମ ଗ୍ଲୋବାଲ୍‌ ରେଡ୍‌ ଲିଷ୍ଟ ଅନୁସାରେ ବିଶ୍ୱରେ ଉପଲବ୍ଧ ମୋଟ ୫୪ ଶାମୁକା ପ୍ରଜାତିର ଜୀବଙ୍କ ମଧ୍ୟରୁ ୨୦ ପ୍ରଜାତି ବିଲୁପ୍ତ ହେବାକୁ ବସିଲେଣି।

ସାମୁଦ୍ରିକ ଗ୍ରୀଷ୍ମଲହର, ଚାଷଜମିରେ ପ୍ରୟୋଗ ସାର, କଳକାରଖାନାରୁ ନିର୍ଗତ ବର୍ଜ୍ୟ ସମୁଦ୍ର ଜଳରେ ମିଶିବା ଦ୍ୱାରା ସେଠାରେ ବସବାସ କରୁଥିବା ପ୍ରାଣୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଏହାଫଳରେ ବହୁ ଜୀବ କୋରାଲ ଟିସୁ ଲସ୍‌ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଗତ ୪ ବର୍ଷ ଭିତରେ ପ୍ରାଣୀଙ୍କ କ୍ଷେତ୍ରରେ ଏହି ରୋଗ ବଢ଼ିଛି। ସାମୁଦ୍ରିକ ଜୀବଙ୍କ ସୁରକ୍ଷା ଲାଗି ଉଚିତ ସମୟରେ ପଦକ୍ଷେପ ନିଆ ନ ଗଲେ ଏହାର ପରିଣାମ ସମ୍ପୂର୍ଣ୍ଣ ଜୀବଜଗତକୁ ଭୋଗିବାକୁ ପଡ଼ିବ। ଜାତିସଂଘ ପକ୍ଷରୁ ଜାରି ବାୟୋଡାଇଭର୍ସିଟି କନ୍‌ଫରେନ୍ସରେ ଏ ଦିଗରେ ଆଲୋଚନା କରାଯିବା ଜରୁରୀ। ବିଶ୍ୱର ଅନେକ ଦେଶରେ ସିଫୁଡ୍‌ର ଚାହିଦା ରହିଥିବାବେଳେ ରାଷ୍ଟ୍ରମାନେ ବହୁ ମୂଲ୍ୟ ଦେଇ ସାମୁଦ୍ରିକ ଜୀବଙ୍କୁ କିଣୁଛନ୍ତି। ଯଦି ଏହି ପ୍ରାଣୀ ବିଲୁପ୍ତ ହୋଇଯାନ୍ତି ତେବେ ଏହାର ପ୍ରଭାବ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିବ ବୋଲି ଆଇୟୁସିଏନ୍‌ର ସାଧାରଣ ନିର୍ଦ୍ଦେଶକ ବ୍ରୁନୋ ଓବେର୍ଲେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri